Maha Saptami Celebrations Begin: ଆଜି ମାଆ ଦୁର୍ଗାଙ୍କ ସପ୍ତମୀ ପୂଜା, ବିଲ୍ୱବରଣ ପରେ ମଣ୍ଡପରେ ବିଜେ କରିଛନ୍ତି ମା’

Oct 17, 2026 - 09:09
Maha Saptami Celebrations Begin: ଆଜି ମାଆ ଦୁର୍ଗାଙ୍କ ସପ୍ତମୀ ପୂଜା, ବିଲ୍ୱବରଣ ପରେ ମଣ୍ଡପରେ ବିଜେ କରିଛନ୍ତି ମା’

ଜଗତ ଜନନୀ ମା’ ଦୁର୍ଗାଙ୍କ ପୂଜା ପାଇଁ ଚଳଚଞ୍ଚଳ ସାରା ରାଜ୍ୟ। ଆଜି ମଣ୍ଡପରେ ମାଆଙ୍କ ମହା ସପ୍ତମୀ ପୂଜା। ପରମ୍ପରା ଅନୁଯାୟୀ, ଷଷ୍ଠୀରେ ମା’ଙ୍କର ବେଲବରଣୀ ପୂଜା କରାଯାଇଥାଏ। ଅର୍ଥାତ ବେଲ ଗଛ ନିକଟରେ ପୂଜା କରାଯାଇ ଘଟ ଆସି ମଣ୍ଡପରେ ରଖାଯାଇଥାଏ।  ବେଲ ଗଛରେ ମା’ ସରସ୍ୱତୀ, ମା’ କାଳୀ, ମା’ ଲକ୍ଷ୍ମୀ ବିରାଜମାନ କରିଥାନ୍ତି ବୋଲି ବିଶ୍ୱାସ ରହିଛି। 

ବିଲ୍ୱବରଣ ପରେ ଦୁର୍ଗତିନାଶିନୀ ମାଆ ଦୁର୍ଗା ସୁସଜ୍ଜିତ ପୂଜା ମଣ୍ଡପରେ ବିଜେ କରିଛନ୍ତି। ଆଜି ମହାସପ୍ତମୀରେ ମାଆଙ୍କର ମୃଣ୍ମୟୀ ପ୍ରତିମା ଓ ଘଟ ସ୍ଥାପନ କରାଯିବ। ଆଜିଠୁ ମାଆଙ୍କର ଯଥାରୀତି ପୂଜାର୍ଚ୍ଚନା ଆରମ୍ଭ ହେଉଥିବାରୁ ପୂଜା ମଣ୍ଡପ ଗୁଡିକରେ ଲାଗିଲାଣି ଗହଳିଚହଳି। ଟୁଇନସିଟିରେ ସୁଉଚ୍ଚ ତୋରଣ ଓ ଲାଇଟ୍ ରେ ଝଲସୁଛି ସହର ବଜାର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।