Mahanadi River: ମହାନଦୀ ପାଇଁ ଦିଲ୍ଲୀରେ ମହାବୈଠକ: ଅଧ୍ୟକ୍ଷତା କଲେ ଅମିତ ଶାହ
ନୂଆଦିଲ୍ଲୀ/ଭୁବନେଶ୍ବର: ମହାନଦୀ ଜଳବିବାଦର ଆପୋସ ସମାଧାନ ପ୍ରକ୍ରିୟା ଆଉ ପାଦେ ଆଗେଇଛି। ଗତ ଜୁଲାଇ ମାସରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହୋଇଥିଲା। ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଜଳବିବାଦ ସମ୍ପର୍କିତ ଆଉ ଏକ ବୈଠକ ହୋଇଛି। ଏଥିରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି. ଆର୍. ପାଟିଲ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଉପସ୍ଥିତ ଥିଲେ। ବୈଠକ ପରେ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଖୁବ୍ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଏହି ଆଲୋଚନା ସକାରାତ୍ମକ ହୋଇଛି। ଆମେ ଧୀରେ ଧୀରେ ସମାଧାନର ନିକଟତର ହେଉଛୁ। ଖୁବ୍ଶୀଘ୍ର ଏହାର ଚୂଡ଼ାନ୍ତ ରୂପରେଖ ପ୍ରକାଶ ପାଇବ। ଉଭୟ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମାଧାନର ପନ୍ଥା ବାହାରିବ।
Editorial: ସନାତନର ସ୍ବଗତୋକ୍ତି: ନଦୀର ନାମ ଗାନ୍ଧୀ
ଅଧ୍ୟକ୍ଷତା କଲେ ଅମିତ ଶାହ
ଯୋଗ ଦେଲେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ, ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ
ସମାଧାନର ନିକଟତର ହେଉଛୁ: ମୋହନ
ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଡବଲ ଇଞ୍ଜିନ ସରକାରରେ ଦେଶ ଓ ରାଜ୍ୟର ବିକାଶ ତ୍ୱରାନ୍ୱିତ ହେଉଛି। ରାଜ୍ୟମାନଙ୍କ ମଧ୍ୟରେ ବିବାଦର ସମାଧାନ ପାଇଁ ମଧ୍ୟ ପଥ ଉନ୍ମୁକ୍ତ ହେଉଛି। ଆମର ଡବଲ ଇଞ୍ଜିନ ସରକାର ଆସିବା ପରେ ମହାନଦୀ ସମସ୍ୟାର ସମାଧାନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଆଇନଗତ ପ୍ରକ୍ରିୟା ସହିତ ପ୍ରଶାସନିକ ଓ ରାଜନୈତିକ ସମାଧାନର ପନ୍ଥାକୁ ମଧ୍ୟ ବ୍ୟାପକ କରାଯାଇଛି। ଏହା ଅନ୍ୟ ରାଜ୍ୟମାନଙ୍କ ପାଇଁ ବିବାଦ ସମାଧାନର ଏକ ନମୁନା ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ।
Weather: ‘ବର୍ଷା ଅଭାବରୁ କର୍ଣ୍ଣାଟକରେ ୪୬ ହଜାରରୁ ଅଧିକ କୋଟି ଟଙ୍କା କ୍ଷତି ହୋଇଛି’
ସେ କହିଥିଲେ, ମହାନଦୀ ଆମର ଜୀବନରେଖା। ଓଡ଼ିଶାର କୋଟି କୋଟି ଲୋକଙ୍କ ଜୀବନ ଜୀବିକାର ପନ୍ଥା ହେଉଛି ମହାନଦୀ। ଜଳସେଚନ, ବନ୍ୟା ନିୟନ୍ତ୍ରଣ, ଜଳ ବିଦ୍ୟୁତ୍
ଉତ୍ପାଦନ, ପାନୀୟ ଜଳଯୋଗାଣ, ପରିବେଶ ଆଦି ଅନେକ ବିଷୟରେ ବୈଠକରେ ଉପସ୍ଥାପନ କରାଯାଇଛି। ଓଡ଼ିଶାକୁ କିପରି ପର୍ଯ୍ୟାପ୍ତ ପରିମାଣରେ ଜଳ ଉପଲବ୍ଧ ହେବ, ତାହା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ବୋଲି ପ୍ରକାଶ କରିଥିଲେ। ମହାନଦୀ ସମସ୍ୟାର ସମାଧାନ ପାଇଁ ଗୃହମନ୍ତ୍ରୀ ନିଜେ ଦାୟିତ୍ୱ ନେଇ ସମାଧାନର ପନ୍ଥା ବାହାର କରିବା ପାଇଁ ଉଦ୍ୟମ କରିଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରାଳୟ, ଜଳଶକ୍ତି ମନ୍ତ୍ରାଳୟ, କେନ୍ଦ୍ରୀୟ ଜଳ ଆୟୋଗ, ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟ ଶାସନ ସଚିବ ଓ ଉଚ୍ଚ ପଦାଧିକାରୀଗଣ ଉପସ୍ଥିତ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।