Mahanadi: ମହାନଦୀ ଅବବାହିକାରୁ ଗ୍ୟାସ୍ ମିଳିବା ପ୍ରସଙ୍ଗ: ଓଡ଼ିଶାକୁ ବାଛିବାରେ ମୁଖ୍ୟ ଭୂମିକା ନେଇଥିଲେ ଧର୍ମେନ୍ଦ୍ର
"ଭୁବନେଶ୍ବର: ଓଡ଼ିଶାର ମହାନଦୀ ଉପତଟୀୟ ଅବବାହିକାରେ ଖନନରୁ ଗ୍ୟାସ୍ ବାହାରିବା ଘଟଣା ସାରା ଦେଶ ପାଇଁ ଆଶ୍ବାସନାର ବିଷୟ ହୋଇଛି।
ଓଡ଼ିଶା ମଧ୍ୟ ଏଥି ପାଇଁ ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଛି।
ସମୁଦ୍ର ମନ୍ଥନ ଅଭିଯାନ ଅଧୀନରେ "ଓଏନ୍ଜିସି" ଏହି ଗ୍ୟାସ୍ ଅନ୍ବେଷଣ ପାଇଁ ଖନନ କରୁଥିଲା।
ତେବେ ଓଡ଼ିଶାରେ ଏହି ଅଭିଯାନ ଆରମ୍ଭରେ ତତ୍କାଳୀନ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ବଡ଼ ଭୂମିକା ରହିଥିଲା।
ଦୀର୍ଘ ୨୫ ବର୍ଷ ଧରି ଦେଶରେ ତୈଳ ଓ ଗ୍ୟାସ ଅନୁସନ୍ଧାନ କାର୍ଯ୍ୟ ମୋଟାମୋଟି ବନ୍ଦ ପଡ଼ିଥିବା ବେଳେ ୨୦୧୬ରେ ତାହା ଆରମ୍ଭ ହୋଇଥିଲା।
ବିଭାଗୀୟ ମନ୍ତ୍ରୀ ଭାବେ ସେ ଓଡ଼ିଶାକୁ ଗ୍ୟାସ୍ ଅନୁସନ୍ଧାନ କାର୍ଯ୍ୟରେ ପ୍ରାଥମିକତା ଦେଇଥିଲେ।
ଓଡ଼ିଶାର ମାଟି ତଳେ ଦୁର୍ମୂଲ୍ୟ ଗ୍ୟାସ ଓ ତୈଳ ସମ୍ପଦ ସନ୍ଧାନ ମିଳିଲେ ଓଡିଶାର ଅର୍ଥନୀତିରେ ଐତିହାସିକ ପରିବର୍ତନ ଆସିବ ବୋଲି ସେ ୧୦ ବର୍ଷ ତଳେ ମତ ରଖିଥିଲେ।
Advertisment Business Perspective: ବଣିଜ ବିଚାର: କ୍ରୀଡ଼ା ସାମଗ୍ରୀ ଉଦ୍ୟୋଗ, ରାଜ୍ୟର ସ୍ଥିତି, ସୁଯୋଗ ଓ ସମ୍ଭାବନା ୨୦୧୬ରେ ପଡ଼ିଥିଲା ମୂଳଦୁଆ, ବାଲେଶ୍ବରରୁ ଆରମ୍ଭ ହୋଇଥିଲା ଅନ୍ବେଷଣ ୨୦୧୪ ମସିହାରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ବ ନେଲା ପରେ ସେହି ବର୍ଷ ଡିସେମ୍ବରରେ ରାଜ୍ୟସଭାରେ ଏହି ସର୍ଭେ ସମ୍ପର୍କରେ ସୂଚନା ଦେଇଥିଲେ।
୨୦୧୫ରେ ଶ୍ରୀ ପ୍ରଧାନଙ୍କ ଉଦ୍ୟମରେ ଭୁବନେଶ୍ବରରେ ଓଏନ୍ଜିସିର ଏକ କାର୍ଯ୍ୟାଳୟ ସ୍ଥାପନ କରାଯାଇଥିଲା।
ଫଳରେ ଓଡ଼ିଶାରେ ଅନୁସନ୍ଧାନ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଦିଗରେ ଏହା ସହାୟ ହୋଇଥିଲା।
୨୦୧୬ ମସିହାରେ ଶ୍ରୀ ପ୍ରଧାନ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ତରାଙ୍ଗ ଗ୍ରାମରେ ଶ୍ରୀ ପ୍ରଧାନ ନ୍ୟାସନାଲ ସିସ୍ମିକ ପ୍ରୋଗ୍ରାମ (ଏନଏସପି)ର ସର୍ବଭାରତୀୟ ଉଦଘାଟନ କରିଥିଲେ।
Business Perspective: ବଣିଜ ବିଚାର: କ୍ରୀଡ଼ା ସାମଗ୍ରୀ ଉଦ୍ୟୋଗ, ରାଜ୍ୟର ସ୍ଥିତି, ସୁଯୋଗ ଓ ସମ୍ଭାବନା ଏହି ଯୋଜନାରେ ମହାନଦୀ ଅବବାହିକାରେ ସମ୍ଭାବ୍ୟ ଗଚ୍ଛିତ ଥିବା ତୈଳ ଓ ଗ୍ୟାସର ଆକଳନ ଆରମ୍ଭ ହୋଇଥିଲା।
ସେହିପରି ୨୦୨୦ ନଭେମ୍ବରରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଭାବେ ଶ୍ରୀ ପ୍ରଧାନ ପୁରୀର କାକଟପୁର ଠାରେ ମହାନଦୀ ଅବବାହିକାରେ "ଅଏଲ୍ ଇଣ୍ଡିଆ ଲିମିଟେଡ୍"ର ୨୨୦ କୋଟି ଟଙ୍କାର ସିସ୍ମିକ୍ ସର୍ଭେ ଅଭିଯାନର ଆରମ୍ଭ କରିଥିଲେ।
ଏହି କାର୍ଯ୍ୟକ୍ରମ ଅଧୀନରେ ପାଞ୍ଚଟି ବ୍ଲକ୍ରେ ୧,୫୦୨ ଲାଇନ୍-କିଲୋମିଟରର ୨-ଡି ସିସ୍ମିକ୍ ତଥ୍ୟ ଏବଂ ୧,୬୭୦ ବର୍ଗ କିଲୋମିଟରର ୩-ଡି ସିସ୍ମିକ୍ ତଥ୍ୟ ସଂଗ୍ରହ କରାଯାଇଥିଲା।
ମହାନଦୀ ଅବବାହିକାରୁ ଗ୍ୟାସ୍ ସନ୍ଧାନ ମିଳିବା ନେଇ ଓଏନଜିସି ସ୍ପଷ୍ଟ କଲା ପରେ ରାଜ୍ୟର ମନ୍ତ୍ରୀ, ବିଧାୟକ ଓ ଶାସକ ଦଳର ନେତାମାନେ ଶ୍ରୀ ପ୍ରଧାନଙ୍କ ଭୂମିକାକୁ ଉଲ୍ଲେଖ କରି ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।