Maharashtra Politics: ଏକନାଥ ସିନ୍ଦେଙ୍କ ସହିତ ଶରଦ ପାୱାରଙ୍କ ସାକ୍ଷାତକୁ ନେଇ ରାଜନୀତି ତୀବ୍ର
"ମୁମ୍ବାଇ: ମହାରାଷ୍ଟ୍ର ରାଜନୀତି ପୁଣି ଚଳଚଞ୍ଚଳ ହୋଇଉଠିଛି।
ଏନ୍ସିପି (ଏସ୍ପି) ମୁଖ୍ୟ ଶରଦ ପାୱାର ଓ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବୈଠକକୁ ନେଇ ରାଜନୀତି ତୀବ୍ର ହୋଇଛି।
ବିରୋଧୀ ମହା ବିକାଶ ଅଘାଡ଼ି (ଏମ୍ଭିଏ) ଭିତରେ ବଢ଼ୁଥିବା ଅନିଶ୍ଚିତତା ମଧ୍ୟରେ ରାଜନୈତିକ ପର୍ଯ୍ୟବେକ୍ଷକମାନେ ଏହାକୁ ଏକ ନିୟମିତ ସୌଜନ୍ୟ ସାକ୍ଷାତ ଅପେକ୍ଷା ବହୁ ଅଧିକ ବୋଲି କହିଛନ୍ତି।Advertisment ସୂଚନାଯୋଗ୍ୟ, ଦୀର୍ଘ ବର୍ଷ ଧରି ଲାଗି ରହିଥିବା ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ବିବାଦ ଉପରେ ଉଚ୍ଚ-କ୍ଷମତାସମ୍ପନ୍ନ କମିଟିର ବୈଠକରେ ଯୋଗଦେବା ପାଇଁ ବୁଧବାର ପାୱାର ରାଜ୍ୟ ବିଧାନସଭା ଯାଇଥିଲେ।
ବୈଠକ ଶେଷ ହେବା ପରେ, ଏନସିପି (ଏସ୍ପି) ମୁଖ୍ୟ ସିଧା ସିନ୍ଦେଙ୍କ ଚାମ୍ବରକୁ ଯାଇଥିଲେ, ତାଙ୍କ ସହିତ ଦଳର ବରିଷ୍ଠ ନେତା ଜୟନ୍ତ ପାଟିଲ, ଜିତେନ୍ଦ୍ର ଆହ୍ବାଦ ଓ ଶଶିକାନ୍ତ ସିନ୍ଦେ ମଧ୍ୟ ଥିଲେ।
ସେହି ସମୟରେ ଏକନାଥ ସିନ୍ଦେ ଏକ କ୍ୟାବିନେଟ ବୈଠକର ଅଧ୍ୟକ୍ଷତା କରୁଥିଲେ।
ଉପମୁଖ୍ୟମନ୍ତ୍ରୀ ସିନ୍ଦେ ବୈଠକ ଅଧାରୁ ବନ୍ଦ କରି ପାୱାରଙ୍କୁ ଭେଟିଥିଲେ।
ଉଭୟ ନେତା ୧୫ ମିନିଟ ଧରି ଆଲୋଚନା କରିଥିଲେ।
ସିନ୍ଦେଙ୍କ କାର୍ଯ୍ୟାଳୟ ଏହାକୁ ସୌଜନ୍ୟମୂଳକ ସାକ୍ଷାତକାର ବୋଲି କହିଥିଲେ।
Earthquake: ରାତିଅଧରେ ୪ଥର ଥରିଲା ମହାରାଷ୍ଟ୍ର: ସିରିଜ୍ ଭୂମିକମ୍ପ ଯୋଗୁଁ ଲୋକେ ଆତଙ୍କିତ ତେବେ ପାୱାରଙ୍କ ଏହି ସାକ୍ଷାତକୁ ନେଇ ମହାରାଷ୍ଟ୍ରରେ ରାଜନୀତି ତୀବ୍ର ହୋଇଛି।
ଏମ୍ଭିଏର ସହଯୋଗୀ ଦଳ ଶିବସେନା (ୟୁବିଟି) ଗୁରୁବାର ଏହାକୁ ନେଇ ଆପତ୍ତି ପ୍ରକାଶ କରିଛି।
ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି, ଶରଦ ପାୱାରଙ୍କ ବିଚାରଧାରା ଉପରେ ଆମର କୌଣସି ସନ୍ଦେହ ନାହିଁ କିନ୍ତୁ ସିନ୍ଦେଙ୍କ କାର୍ଯ୍ୟାଳୟକୁ ଯାଇ ଶରଦ ପାୱାର ବିଶ୍ୱାସଘାତକମାନଙ୍କୁ ସମ୍ମାନ ଓ ପ୍ରତିଷ୍ଠା ଦେଇଥିଲେ।
ଏଥିରେ ଆମେ ଆଘାତ ପାଇଛୁ।
ସୂଚନାଯୋଗ୍ୟ, ସିନ୍ଦେଙ୍କ ନେତୃତ୍ବରେ ଶିବସେନାରେ ଫାଟ ହୋଇଥିଲା ଓ ନିକଟରେ ଶିବସେନା (ୟୁବିଟି) ର ୬ ଜଣ ଦଳ ଛାଡ଼ି ସାଂସଦ ସିନ୍ଦେଙ୍କ ଦଳରେ ଯୋଗ ଦେଇଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।