Mai and Tabaldei forests: ବୃତ୍ତଙ୍ଗରେ ବୁଡ଼ିବ ମାଈ ଓ ତାବଲଦେଈ ଜଙ୍ଗଲ: ଠେଙ୍ଗା ଓ ଟାଙ୍ଗିଆ ଧରି ପ୍ରକୃତି ସୁରକ୍ଷା
ଦଶପଲ୍ଲା (ପ୍ରଫୁଲ୍ଲ ପଣ୍ଡା): ଦିନକୁ ଦିନ ଉଜୁଡ଼ୁଛି ଘଞ୍ଚ ଜଙ୍ଗଲ। ଛାରଖାର୍ ହେଉଛି ସବୁଜିମା। ଏଭଳି ସ୍ଥିତିରେ ପ୍ରକୃତିର ସୁରକ୍ଷାଦାତା ସାଜିଛନ୍ତି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଟାକରା ପଞ୍ଚାୟତର ଆଦିବାସୀ ସମୁଦାୟ ମୁଣ୍ତୁଳି ଗ୍ରାମର ୩୦ପରିବାର। ପ୍ରାୟ ୪ଶହ ହେକ୍ଟରରୁ ଊର୍ଦ୍ଧ୍ବ ଜଙ୍ଗଲର ସୁରକ୍ଷାଦାତା ସାଜିଛନ୍ତି ଏହି ପ୍ରକୃତିପ୍ରେମୀ ପରିବାର। କାହା ହାତରେ ଠେଙ୍ଗା ତ କାହା ହାତରେ ଟାଙ୍ଗିଆ। କାହା କୋଳରେ କୁନିକୁନି ଛୁଆ। କାଉ କା କରୁକରୁ ଜଙ୍ଗଲର ସୁରକ୍ଷା ପାଇଁ ଘରୁ ଗୋଡ଼କାଢ଼ି ବାହାରି ଯାଆନ୍ତି ଜଙ୍ଗଲ ଅଭିମୁଖେ। ୫୦ ବର୍ଷରୁ ଅଧିକ ଦିନ ହେବ ଜଙ୍ଗଲର ସୁରକ୍ଷାଦାତା ସାଜିଛନ୍ତି। ଟାଙ୍ଗରା ଜଙ୍ଗଲକୁ ଆଜି ଘଞ୍ଚ ଜଙ୍ଗଲ ତଥା ସବୁଜିମାରେ ପରିଣତ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗ୍ରାମର ଚତୁଃପାର୍ଶ୍ବ ଜଙ୍ଗଲର ସୁରକ୍ଷା ଦାୟିତ୍ବ ବାପା, ଜେଜେବାପାଙ୍କ ହାତରେ ଥିଲା। ଗ୍ରାମ ନିକଟରେ ଥିବା ଢିକିଢ଼ିକିଆ, ଆମ୍ବଦମକ, ଗମ୍ଭାରୀଗଣ୍ତା ନାଳ, ମାଈ ପାହାଡ଼, ତାବଲଦେଈ, ଶାଗଝର, ମଜୁରମାଟୁ, ଟାଙ୍ଗିରି ପାହାଡ଼ ଓ ଦମକ ଜଙ୍ଗଲରେ ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଥିଲା। ଜଙ୍ଗଲ ନଷ୍ଟ ହେବା ସାଙ୍ଗକୁ ବନ୍ୟଜନ୍ତୁଙ୍କ ବଂଶ ଲୋପ ପାଇ ଚାଲିଥିଲା।
Nobel Prize! ନୋବେଲ୍ ପୁରସ୍କାର ଦୌଡ଼ରେ ‘ଆଇଏସ୍ଏସ୍’!
ବନକର୍ମଚାରୀମାନେ ଏ ଦିଗରେ ଦୃଷ୍ଟି ଦେଉ ନଥିଲେ। ଏହାକୁ ବିରୋଧ କରିବାରୁ ଗ୍ରାମବାସୀ ଅନେକ ସମୟରେ ମାଫିଆଙ୍କ ଆକ୍ରୋଶର ଶିକାର ହେଉଥିଲେ। ଶେଷରେ ଗ୍ରାମସଭା ଡକାଯାଇ ସମସ୍ତେ ଏକ ହୋଇଥିଲେ। ଏସବୁ ଜଙ୍ଗଲକୁ ପୂର୍ବ, ଉତ୍ତର ଓ ଦକ୍ଷିଣ ୩ଟି ଜୋନ୍ରେ ଭାଗ କରାଯାଇଛି। ପ୍ରତି ଜୋନ୍କୁ ୪ ଜଣ ହିସାବରେ ଦୈନିକ ୧୨ ଜଣ ବ୍ୟକ୍ତି ଠେଙ୍ଗା ଓ ଟାଙ୍ଗିଆ ଧରି ଜଗି ରହୁଛନ୍ତି। ଘରର ମୁରବିମାନେ ପରିବାର ପ୍ରତିପୋଷଣ ପାଇଁ କାମକୁ ଯାଉଥିବା ବେଳେ ମହିଳାମାନେ ଜଙ୍ଗଲ ଜଗିବା ପାଇଁ ବାହାରି ଯାଆନ୍ତି। ଜଙ୍ଗଲରେ ମୃତ୍ତିକା ସଂରକ୍ଷଣ ହୋଇ ରହିବା ପାଇଁ ପଥର ବନ୍ଧ କରିବା ସହ ଜଳ ସଂରକ୍ଷଣ ପାଇଁ ମଧ୍ୟ ବିଭିନ୍ନ ସ୍ଥାନରେ ବନ୍ଧ ଗଢ଼ିଛନ୍ତି। ଜଙ୍ଗଲରୁ ଯେପରି ଗୋଟିଏ ବି କଞ୍ଚା ଗଛ କଟା ନଯିବ ସେନେଇ ଗ୍ରାମବାସୀ ପଣ କରିଛନ୍ତି। ହେଲେ ଏବେ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ ମାଈ ଓ ତାବଲଦେଈ ଜଙ୍ଗଲ ସମେତ କିଛି ଜଙ୍ଗଲ ପାଣିରେ ବୁଡ଼ିବାକୁ ବସିଛି।
Liver Transplantation: ଯକୃତ ପ୍ରତିରୋପଣରେ ଷ୍ଟାର୍ ହସ୍ପିଟାଲ୍ର ସଫଳତା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।