Major Drug Haul Recovered from Prison: ଜେଲ୍ ଭିତରୁ ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ, ଅପରାଧୀ ଚଳାଇଥିଲେ ନିଶା କାରବାର
ଜେଲରେ ପୋଲିସର ବଡ ରେଡ୍। ଝାରସୁଗୁଡା ଜିଲ୍ଲା ଜେଲରେ ଚଢ଼ାଉ କରିଛନ୍ତି ଏସପି। ଜେଲ୍ ଭିତରୁ ବିପୁଳ ପରିମାଣର ମାଦକ ଦ୍ରବ୍ୟ ସମେତ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି। ଅପରାଧୀମାନେ ଜେଲ୍ ଭିତରେ ଚଳାଇଥିଲେ ନିଶା କାରବାର।
ସୁରକ୍ଷା ବ୍ୟବସ୍ଥାକୁ ବାଇପାସ୍ କରି କଏଦୀ ଓ କୁଖ୍ୟାତ ଅପରାଧୀମାନେ ଜେଲ୍ ଚାରିକାନ୍ଥ ଭିତରେ ଚଳାଇଥିଲେ ନିଶା କାରବାର। ଜେଲର ପ୍ରତ୍ୟେକଟି ୱାର୍ଡ, କଏଦୀମାନଙ୍କ ବେଡ୍ ଏବଂ ଶୌଚାଳୟ ସବୁ କିଛି ଯାଞ୍ଚ କରାଯାଇଛି। ଯାଞ୍ଚ ବେଳେ ଗଞ୍ଜେଇ, ନିଶା ବଟିକା ଏବଂ ଅନ୍ୟାନ୍ୟ ମାଦକ ଦ୍ରବ୍ୟ ଜବତ କରାଯାଇଛି। ଏହି ସବୁ ସାମଗ୍ରୀ ଜେଲ ଭିତରକୁ କେମିତି ଆସୁଛି, ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି SP ସୂଚନା ଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।