Major Hearing in Mahanadi Water Dispute: ମହାନଦୀ ଜଳ ବିବାଦ, ଆଜି ଟ୍ରିବ୍ୟୁନାଲରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି
ମହାନଦୀ ଜଳ ବିବାଦକୁ ନେଇ ଆଜି ଟ୍ରିବ୍ୟୁନାଲରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି। ଆଜିର ଶୁଣାଣି ବେଳେ ଉଭୟ ରାଜ୍ୟର ଆଲୋଚନାର ଅଗ୍ରଗତି କେତେ ଦୂର ହୋଇଛି ଟ୍ରିବ୍ୟୁନାଲ ନିକଟରେ ଅବଗତ କରାଇବେ ଦୁଇ ରାଜ୍ୟ।...
ଗତ ମାସରେ ଟ୍ରିବ୍ୟୁନାଲ ଉଭୟ ରାଜ୍ୟକୁ କେନ୍ଦ୍ରର ମଧ୍ୟସ୍ଥତାରେ ଆଲୋଚନା ଆଗକୁ ବଢ଼ାଇବାକୁ କହିଥିଲେ। ଅଗଷ୍ଟ ୨୧ରେ ଆଲୋଚନାର ଅଗ୍ରଗତି ନେଇ ରିପୋର୍ଟ ଦେବାକୁ କୁହାଯାଇଥିଲା। ଜୁଲାଇ ୩୦ରେ ଦିଲ୍ଲୀରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇଙ୍କ ମଧ୍ୟରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ଉଭୟ ରାଜ୍ୟ ଆଲୋଚନା ଓ ସହଯୋଗ ମାଧ୍ୟମରେ ସ୍ଥାୟୀ ସମାଧାନ ଦିଗରେ ଆଗକୁ ବଢ଼ିବାକୁ ସହମତ ହୋଇଥିଲେ। ଏହି ବୈଠକରେ ତିନି ମାସ ମଧ୍ୟରେ କେନ୍ଦ୍ରୀୟ ଜଳ ଆୟୋଗର ଅଧ୍ୟକ୍ଷଙ୍କ ନେତୃତ୍ୱରେ ଏକ କମିଟି ରିପୋର୍ଟ ଦେବା ନେଇ ନିଷ୍ପତ୍ତି ହୋଇଥିଲା।...
ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ
ଆଜି ଟ୍ରିବ୍ୟୁନାଲରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି
ଆଲୋଚନାର ଅଗ୍ରଗତି କେତେ ଦୂର ହୋଇଛି ?
ଶୁଣାଣି ବେଳେ ଅବଗତ କରିବେ ଦୁଇ ରାଜ୍ୟ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।