Major IPS reshuffle in Odisha: ବରିଷ୍ଠ IPS ସ୍ତରରେ ବଡ଼ ଅଦଳବଦଳ, ବିଭିନ୍ନ ପଦରେ ନୂଆ ଦାୟିତ୍ୱ

Aug 21, 2026 - 17:18
Major IPS reshuffle in Odisha: ବରିଷ୍ଠ IPS ସ୍ତରରେ ବଡ଼ ଅଦଳବଦଳ, ବିଭିନ୍ନ ପଦରେ ନୂଆ ଦାୟିତ୍ୱ

ବରିଷ୍ଠ IPS ଅଧିକାରୀଙ୍କ ସ୍ତରରେ ରାଜ୍ୟ ସରକାର ଅଦଳବଦଳ କରିଛନ୍ତି। ଏହି କ୍ରମରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦରେ ନୂଆ ଦାୟିତ୍ୱ ଦିଆଯାଇଛି। ସତ୍ୟବ୍ରତ ଭୋଇଙ୍କୁ ଗୁଇନ୍ଦା ବିଭାଗର IG ଭାବେ ନିଯୁକ୍ତ କରାଯାଇଛି। ହିମାଂଶୁ ଲାଲଙ୍କୁ EOW ଓ STFର IG ଦାୟିତ୍ୱ ମିଳିଛି। ସେହିପରି ଜୟନାରାୟଣ ପଙ୍କଜଙ୍କୁ ଦକ୍ଷିଣାଞ୍ଚଳ IG ଭାବେ ଦାୟିତ୍ୱ ଦିଆଯାଇଛି।

ନୀତି ଶେଖରଙ୍କୁ IG ପ୍ରୋଭିଜନିଂ ଦାୟିତ୍ୱ ମିଳିଥିବା ବେଳେ ଆଶିଷ କୁମାର ସିଂଙ୍କୁ ତାଳଚେର ରେଞ୍ଜର DIG ସହ PTC ଅନୁଗୁଳର ପ୍ରିନ୍ସିପାଲ ଭାବେ ନୂଆ ଦାୟିତ୍ୱ ଦିଆଯାଇଛି। ସରକାରଙ୍କ ଏହି ଅଦଳବଦଳ ପରେ ରାଜ୍ୟ ପୁଲିସ ବ୍ୟବସ୍ଥାରେ ଦାୟିତ୍ୱ ବଣ୍ଟନରେ ପରିବର୍ତ୍ତନ ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।