Major Relief For Former MLA Bikram Panda: ପୀତବାସ ପଣ୍ଡା ହତ୍ୟା ମାମଲା; ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ। ଏହି ମାମଲାରେ ହାଇକୋର୍ଟ ବିକ୍ରମ ପଣ୍ଡାଙ୍କୁ ଜାମିନ ପ୍ରଦାନ କରିଛନ୍ତି।
ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ପରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ତେବେ ଜାମିନ ସମୟରେ କୋର୍ଟଙ୍କ ପକ୍ଷରୁ ଧାର୍ଯ୍ୟ ସର୍ତ୍ତଗୁଡ଼ିକୁ ପାଳନ କରିବାକୁ ପଡ଼ିବ।
ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାକୁ ନେଇ ତଦନ୍ତ ଓ ଆଇନଗତ ପ୍ରକ୍ରିୟା ଜାରି ରହିଛି। ବହୁଚର୍ଚ୍ଚିତ ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଫାଇନାଲ ଚାର୍ଜସିଟ୍ ଦାଖଲ ହୋଇଥିଲା । ୩୯୬ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା ବ୍ରହ୍ମପୁର ପୋଲିସ।
ଗତ ବର୍ଷ ଅକ୍ଟୋବର ୬ ତାରିଖ ରାତିରେ ବ୍ରହ୍ମପୁର ବୈକୁଣ୍ଠନଗର ସ୍ଥିତ ବାସଭବନଠାରୁ ମାତ୍ର କିଛି ଦୂରରେ ଗୁଳି କରି ପୀତବାସଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ। ଏହି ଘଟଣାରେ ପୋଲିସ ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ଏକାଧିକ ଲୋକଙ୍କୁ ଗିରଫ କରିଥିଲା।
ଗତ ଜାନୁୟାରୀ ୪ ତାରିଖରେ ବ୍ରହ୍ମପୁର ପୋଲିସ କୋର୍ଟରେ ଏକ ମଧ୍ୟବର୍ତ୍ତୀକାଳୀ ଚାର୍ଜସିଟ୍ ଦାଖଲ କରିଥିଲା। ଜୁନ୍ ଶେଷ ସପ୍ତାହରେ ଫାଇନାଲ୍ ଚାର୍ଜସିଟ୍ ସହ ମାମଲାର ତଦନ୍ତରେ ପରିସମାପ୍ତି ଘଟାଇଥିଲା ପୋଲିସ। ...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।