Makeup artist: ମେକଅପ୍ କରି ଲକ୍ଷପତି, ୭ଦିନରେ ରୋଜଗାର ସାଢ଼େ ୪ ଲକ୍ଷ ଟଙ୍କା!
ନୂଆଦିଲ୍ଲୀ : ଦକ୍ଷତା ଧୈର୍ଯ୍ୟ ଓ କଠିନ ପରିଶ୍ରମ ଥିଲେ ଯେକୌଣସି କଳାକୁ ରୋଜଗାର ର ଏକ ବଡ଼ ମାଧ୍ୟମରେ ପରିଣତ କରାଯାଇପାରିବ।
ଏହାର ଏକ ଜ୍ବଳନ୍ତ ଉଦାହରଣ ପାଲଟିଛନ୍ତି ଦିଲ୍ଲୀର ମେକଅପ୍ ଆର୍ଟିଷ୍ଟ ମୋମିନା।
ମାତ୍ର ୭ ଦିନରେ ୫ଟି ବୁକିଂରୁ ସେ ପ୍ରାୟ ସାଢ଼େ ୪ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି।
ତାଙ୍କର ଏହି ରୋଜଗାରର ହିସାବ ଜାଣିବା ପରେ ଅନେକ ଆଶ୍ଚର୍ଯ୍ୟ ହେଉଥିବା ବେଳେ ସୋସିଆଲ ମିଡିଆରେ ତାଙ୍କୁ ନେଇ ଜୋରଦାର ଚର୍ଚ୍ଚା ହେଉଛି।
ତେବେ ଏହି ସଫଳତା ପାଇବାକୁ ସେ କେତେ ପରିଶ୍ରମ କରିଛନ୍ତି ସେହି କଥାକୁ ସେ ନିଜ ଇନଷ୍ଟାଗ୍ରାମରେ ବଖାଣିଛନ୍ତି।
Advertisment ମୋମିନା ଦିଲ୍ଲୀର ବାସିନ୍ଦା ହୋଇଥିବା ବେଳେ ପେସାରେ ଜଣେ ମେକଅପ୍ ଆର୍ଟିଷ୍ଟ।
ମେକଅପ୍ କଳାକୁ ନିଜର ବୃତ୍ତି ଭାବେ ବାଛିଥିବା ମୋମିନା ଆଜି ଏହା ମାଧ୍ୟମରେ ଭଲ ରୋଜଗାର କରିବା ସହ ନିଜର ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ଗଢ଼ିପାରିଛନ୍ତି।
ନିକଟରେ ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଗୋଟିଏ ସପ୍ତାହରେ ମିଳିଥିବା ବିଭିନ୍ନ ବୁକିଂ ଓ ସେଥିରୁ ହୋଇଥିବା ରୋଜଗାର ବିଷୟରେ ଜଣାଇଛନ୍ତି।
କ'ଣ କୁହନ୍ତି ମୋମିନା?
ମୋମିନାଙ୍କ କହିବା ଅନୁଯାୟୀ, ସପ୍ତାହର ପ୍ରଥମ ବୁକିଂରୁ ତାଙ୍କୁ ୬୩ ହଜାର ଟଙ୍କା ମିଳିଥିଲା।
ଏହି ବୁକିଂରେ ତାଙ୍କୁ ଗୋଟିଏ ଗ୍ରାହକଙ୍କ ପାଇଁ ୩ଟି ଭିନ୍ନ ମେକଅପ୍ ଲୁକ୍ ପ୍ରସ୍ତୁତ କରିବାକୁ ପଡ଼ିଥିଲା।
ସେହିପରି ଦ୍ୱିତୀୟ ବୁକିଂରେ ଏକ ବିବାହ ଉତ୍ସବ ପାଇଁ ମେକଅପ୍ କରି ସେ ୭୩ ହଜାର ଟଙ୍କା ରୋଜଗାର କରିଥିଲେ।
ପରେ ଦିଲ୍ଲୀରୁ କସୌଲି ଯାଇ ସେ ମେକଅପ୍ କରିଥିଲେ ଏହି କାମ କରିବା ପାଇଁ ତାଙ୍କୁ ପ୍ରାୟ ୫୫ ହଜାର ଟଙ୍କା ମିଳିଥିଲା।
ତେବେ ତାଙ୍କର ସପ୍ତାହର ସବୁଠାରୁ ବଡ଼ ବୁକିଂ ଥିଲା ୨ ଲକ୍ଷ ୨୦ ହଜାର ଟଙ୍କାର।
ଏହି ବୁକିଂରେ ସେ ଜଣେ ଗ୍ରାହକଙ୍କ ପାଇଁ ଏକାଧିକ ମେକଅପ୍ ଲୁକ୍ ପ୍ରସ୍ତୁତ କରିବା ସହ ତାଙ୍କ ପରିବାର ସଦସ୍ୟଙ୍କ ପାଇଁ ମଧ୍ୟ ପାର୍ଟି ମେକଅପ୍ କରିଥିଲେ।
ସପ୍ତାହର ଶେଷ ବୁକିଂରୁ ତାଙ୍କୁ ଆଉ ୩୭ ହଜାର ୫୦୦ ଟଙ୍କା ମିଳିଥିଲା।
ଏହିପରି ମାତ୍ର ୫ଟି ବୁକିଂରୁ ତାଙ୍କର ମୋଟ ରୋଜଗାର ପ୍ରାୟ ୪ ଲକ୍ଷ ୪୮ ହଜାର ୫୦୦ ଟଙ୍କାରେ ପହଞ୍ଚିଥିଲା।
ଅର୍ଥାତ ଗୋଟିଏ ସପ୍ତାହରେ ମେକଅପ୍ କଳା ମାଧ୍ୟମରେ ସେ ପ୍ରାୟ ସାଢ଼େ ୪ ଲକ୍ଷ ଟଙ୍କା ରୋଜଗାର କରିଥିଲେ।
ଟାଇମ୍ସ ଫ୍ୟାସନ୍ ୱିକ୍ରେ ଓଡ଼ିଶାର ହସ୍ତତନ୍ତ, ହସ୍ତଶିଳ୍ପର ଝଲକ ସଫଳତା ପଛରେ ରହିଛି ସଂଘର୍ଷ ମୋମିନାଙ୍କ ରୋଜଗାରକୁ ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହେଉଥିବା ବେଳେ ସେ ନିଜ ପୋଷ୍ଟ ଜରିଆରେ ଏହି ସଫଳତା ପଛର କାହାଣୀ ବିଷୟରେ କହିଛନ୍ତି।
ତାଙ୍କ କହିବା କଥା ହେଉଛି, ଏହି ସଫଳତା ତାଙ୍କୁ ଗୋଟିଏ ଦିନରେ ମିଳିନାହିଁ।
ନିଜ ଦକ୍ଷତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଓ ଜଣେ ଭଲ ମେକଅପ୍ ଆର୍ଟିଷ୍ଟ ଭାବେ ପରିଚୟ ସୃଷ୍ଟି କରିବା ପାଇଁ ତାଙ୍କୁ ଅନେକ ପରିଶ୍ରମ କରିବାକୁ ପଡ଼ିଛି।
ପ୍ରାରମ୍ଭିକ ସମୟରେ ସେ ଅନେକଥର ବିନା ପାରିଶ୍ରମିକ ରେ କାମ କରିଥିଲେ।
ପରେ ଧୀରେଧୀରେ ସେ ନିଜର କାମର ମାନ ବଢ଼ାଇବା।
ନୂଆ ନୂଆ କୌଶଳ ଶିଖିବା ଓ ଗ୍ରାହକଙ୍କ ବିଶ୍ୱାସ ଜିତିବା ଉପରେ ଗୁରୁତ୍ୱ ଦେଇଥିଲେ।
ଏହି ନିରନ୍ତର ପ୍ରୟାସ ତାଙ୍କୁ ସଫଳତା ଆଣିଦେଇଥିଲା ଏବଂ ଆଜି ଏହି ସ୍ଥାନରେ ପହଞ୍ଚାଇଛି।
ମୋମିନାଙ୍କ ମତରେ, ଆଜି ତାଙ୍କୁ ମିଳୁଥିବା ବଡ଼ ବଡ଼ ବୁକିଂ ପଛରେ ନିରନ୍ତର ଶିକ୍ଷା, କଠିନ ପରିଶ୍ରମ ଓ ପ୍ରତ୍ୟେକ ଗ୍ରାହକଙ୍କୁ ନିଜର ସର୍ବୋତ୍ତମ କାମ ଦେବାର ମନୋଭାବ ରହିଛି।
ଜଣେ ଗ୍ରାହକଙ୍କ ସନ୍ତୋଷ ଓ ବିଶ୍ୱାସ ହିଁ ଆଗକୁ ଅଧିକ କାମ ଆଣିବାରେ ସହାୟକ ହୋଇଥାଏ।
ତେଣୁ କେବଳ ଟଙ୍କା ରୋଜଗାର ନୁହେଁ କାମର ଗୁଣବତ୍ତା ଓ ନିଜ ଦକ୍ଷତାକୁ ନିରନ୍ତର ବିକଶିତ କରିବା ଉପରେ ସେ ଅଧିକ ଗୁରୁତ୍ୱ ଦେଇଛନ୍ତି।
ଫ୍ୟାସନ୍ ୱିକ୍ରେ ଓଡ଼ିଶାର କଳା ଦକ୍ଷତାକୁ ପେସା କଲେ ମିଳିବ ସଫଳତା ସୋସିଆଲ ମିଡିଆ ରେ ପ୍ରାୟତଃ ଲୋକଙ୍କ ସଫଳତା ଓ ରୋଜଗାରର ଚିତ୍ର ସାମ୍ନାକୁ ଆସିଥାଏ।
ହେଲେ ସେହି ସଫଳତା ପଛରେ ଥିବା ସଂଘର୍ଷ, ବିଫଳତା ଓ ଅକ୍ଳାନ୍ତ ପରିଶ୍ରମ ଅନେକ ସମୟରେ ଆଖି ଆଢ଼ୁଆଳରେ ରହିଯାଏ।
ମୋମିନାଙ୍କ କାହାଣୀ ଏହି କଥାକୁ ହିଁ ମନେ ପକାଇ ଦେଉଛି।
ମେକଅପ୍ କଳାକୁ ନିଜର ପେସା କରି ସେ ପ୍ରମାଣ କରିଛନ୍ତି ଯେ ଠିକ୍ ଦିଗରେ ଦକ୍ଷତାର ବ୍ୟବହାର, ନିରନ୍ତର ଅଭ୍ୟାସ ଓ ଗ୍ରାହକଙ୍କ ବିଶ୍ୱାସ ଜଣଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିପାରେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।