Man Suspected of Killing Neighbour: ରାଜଧାନୀରେ ପୁଣି ଗଡ଼ିଲା ମୁଣ୍ଡ, ପରକୀୟା ପ୍ରୀତିରୁ ପଥରରେ ଛେଚି ହତ୍ୟା
ରାଜଧାନୀରେ ଆଉ ଏକ ହତ୍ୟାକାଣ୍ଡ।
ପରକ୍ରିୟା ପ୍ରୀତିରୁ ପଡୋଶୀକୁ ପଥରରେ ଛେଚି ହତ୍ୟା ସନ୍ଦେହ।
ଭୁବନେଶ୍ବର ଭିଏସଏସ ନଗର ତାରିଣୀ ବସ୍ତିରେ ହତ୍ୟାକାଣ୍ଡ ହୋଇଛି।
ନେପାଳରୁ ଆସି ସହିଦନଗର ଭିଏସଏସ ନଗର ତାରିଣୀ ବସ୍ତିରେ ରହୁଥିବା ଜଣେ ବ୍ୟକ୍ତି ଏହି ହତ୍ୟାକାଣ୍ଡ କରିଥିବା ଜଣା ପଡ଼ିଛି।
ମୃତକଙ୍କ ଘର ଗଞ୍ଜାମ ଜିଲ୍ଲାରେ ହୋଇଥିବା ସୂଚନା ମିଳିଛି।
Advertisment ସୂଚନା ଅନୁସାରେ ତାରିଣୀ ବସ୍ତିରେ ରହୁଥିବା ନେପାଳ ଦମ୍ପତିଙ୍କ ପଡ଼ୋଶୀ ଭାବେ ଗଞ୍ଜାମ ଅଞ୍ଚଳର ମୃତକ ଜଣଙ୍କ ରହୁଥିଲେ।
ନେପାଳରରୁ ଆସି ରହୁଥିବା ବ୍ୟକ୍ତିଙ୍କ ସ୍ତ୍ରୀ ସହ ଅନୈତିକ ସମ୍ପର୍କ ରଖିଥିବା ସନ୍ଦେହ ପଡୋଶୀକୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି।
ଘଟଣାରେ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।