28 SEPTEMBER 2026

Welcome!

Unlock your personalized experience.
Sign Up

Mantra for Life: ଜୀବନ-ମନ୍ତ୍ର: ପିତୃପକ୍ଷ; ପିତୃପୁରୁଷ

Sep 28, 2026 - 09:43
Mantra for Life: ଜୀବନ-ମନ୍ତ୍ର: ପିତୃପକ୍ଷ; ପିତୃପୁରୁଷ

ଆଶ୍ବିନ କୃଷ୍ଣ ପ୍ରତିପଦ ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନ ହେଉଛି ପିତୃପକ୍ଷ। ଏହି ପନ୍ଦର ଦିନ ମଧ୍ୟରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବାର ବିଧି ଆମ ପରମ୍ପରାରେ ରହିଆସିଛି। ଯେଉଁ ତିଥିରେ ପିତୃପୁରୁଷଙ୍କର ବିୟୋଗ ଘଟିଥାଏ, ସେହି ତିଥିରେ, କିମ୍ବା ଆଶ୍ବିନ ମାସର ଅମାବାସ୍ୟା ଦିନ ଏହି ଶ୍ରାଦ୍ଧ ଦିଆଯାଏ। ଏହା ପିତୃପୁରୁଷଙ୍କୁ ସ୍ମରଣ କରିବା ଏବଂ ସେମାନଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରିବାର ଏକ ବିଧାନ।

Dead: ନଦୀରେ ବୁଡ଼ି ନାବାଳକ ନିଖୋଜ ଘଟଣା; ୨୪ ଘଣ୍ଟା ପରେ ମୃତଦେହ ଉଦ୍ଧାର

ଆମ ଶାସ୍ତ୍ରଗ୍ରନ୍ଥ ମାନଙ୍କରେ ପିତା, ମାତା ଆଦିଙ୍କ ବ୍ୟତୀତ, ଆମର ପିତୃପୁରୁଷଙ୍କ ସଂପର୍କରେ ବର୍ଣ୍ଣିତ ହୋଇଛି ଏକ ବିରାଟ ପରମ୍ପରା।ଏହା ଅନୁସାରେ, ଆମର ପିତୃପୁରୁଷଙ୍କର ତିନିଟି ଶ୍ରେଣୀ। ପ୍ରଥମ- ମୃତ ପିତୃଗଣ। ଏମାନଙ୍କ ଉଦ୍ଦେଶ୍ୟରେ ନିର୍ଦ୍ଦିଷ୍ଟ ତିଥିରେ ପିଣ୍ଡଦାନ କରାଯାଏ। ଦ୍ବିତୀୟ- ପ୍ରଜାପତିଗଣ। ଏମାନଙ୍କର ସଂଖ୍ୟା ଦଶ। ଏମାନେ ପୃଥିବୀର ମନୁଷ୍ୟମାନଙ୍କର ଜନ୍ମଦାତା। ତୃତୀୟ- ପ୍ରଥମ ପିତୃମାନେ। ସେମାନେ ଭଗବାନଙ୍କର ପୁତ୍ର ରୂପେ ଜନ୍ମଗ୍ରହଣ କରିଥିଲେ। ଏହା ବ୍ୟତୀତ ଅଛନ୍ତି- ପିତୃଗଣ। ସେମାନଙ୍କ ମଧ୍ୟରେ ଅଛନ୍ତି ମନୁଷ୍ୟମାନଙ୍କର ପୂର୍ବପୁରୁଷ। ସେମାନଙ୍କର ପନ୍ଦରଟି ଶ୍ରେଣୀ। 

Neglect: ସ‌ର୍ବୋଚ୍ଚ ଶିଖରରେ ଥିବା ୩ ଜୁଆଙ୍ଗ ଗାଁରେ ଜଳ ପ୍ରଳୟ;  ମୁଣ୍ଡ ଗୁଞ୍ଜିବାକୁ ଜାଗା ନାହିଁ

ଅଗ୍ନିସ୍ବାତ୍ତ ଆଦି ସାତ ଓ ମରୀଚି ଆଦି ଆଠ ମୁନିଙ୍କ ଠାରୁ ଦେବ, ଦାନବ, ଯକ୍ଷ ଓ ମାନବ ପ୍ରଭୃତିଙ୍କର ଉତ୍ପତ୍ତି ହୋଇଥିଲା। ତେଣୁ ସେମାନେ ହେଉଛନ୍ତି ପିତୃଗଣ। ସେମାନେ ଦକ୍ଷପ୍ରଜା‌ପତିଙ୍କ ଠାରୁ ଜାତ। କିନ୍ତୁ ପିତୃପକ୍ଷରେ ଆମର ମୃତ ପିତୃପୁରୁଷଙ୍କୁ ହିଁ ଶ୍ରାଦ୍ଧ, ତର୍ପଣ ଓ ପିଣ୍ଡଦାନ କରାଯାଇଥାଏ। ଏହା ହେଉଛି ଆମର ପିତୃପୁରୁଷଙ୍କ ପ୍ରତି ଆମର ଶ୍ରଦ୍ଧା, ସ୍ମରଣ ଓ କୃତଜ୍ଞତା ଜ୍ଞାପନର ବିଧି। ଏହା ମଧ୍ୟ ଆମର ପାରିବାରିକ ପରମ୍ପରାକୁ ସମ୍ମାନ ଦେବାର ଏକ ଅବସର। ଆଶ୍ବିନ ମାସ‌ରେ ଏହାର ଶେଷ ଦିନ ହେଉଛି ମହାଳୟା ଅମାବାସ୍ୟା। ଏହି ଦିନଟି ସର୍ବପିତୃ ଅମାବାସ୍ୟା ଭାବରେ ମଧ୍ୟ କଥିତ ହୁଏ। କାରଣ, ଯେଉଁମାନେ ନିଜର ପିତୃପୁରୁଷଙ୍କ ଶ୍ରାଦ୍ଧର ନିର୍ଦ୍ଦିଷ୍ଟ ତିଥି ଜାଣି ନ ଥାନ୍ତି, ସେମାନେ ଏହି ଦିନ ନିଜର ପିତୃପୁରୁଷଙ୍କୁ ଶ୍ରାଦ୍ଧ, ତର୍ପଣ ଓ ପିଣ୍ଡଦାନ କରିଥାଆନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।