15 OCTOBER 2026

Welcome!

Unlock your personalized experience.
Sign Up

Maoist-free Tulasi Village: ମାଓମୁକ୍ତ ତୁଳସୀ ଗାଁରେ ବିକାଶକୁ ଉପହାସ: ଝାଟିମାଟି କୁଡ଼ିଆରେ ଅଙ୍ଗନବାଡ଼ି କେନ୍ଦ୍ର

Oct 15, 2026 - 10:07
Maoist-free Tulasi Village: ମାଓମୁକ୍ତ ତୁଳସୀ ଗାଁରେ ବିକାଶକୁ ଉପହାସ: ଝାଟିମାଟି କୁଡ଼ିଆରେ ଅଙ୍ଗନବାଡ଼ି କେନ୍ଦ୍ର

ମାଲକାନଗିରି: ଦିନେ ଯେଉଁ ଅଞ୍ଚଳକୁ ଯିବାକୁ ଲୋକେ ଭୟ କରୁଥିଲେ, ଏବେ ସେଠାରେ ଧୀରେ ଧୀରେ ବଦଳୁଛି ସ୍ଥିତି। ମାଓମୁକ୍ତ ହେବା ପରେ ଲୋକେ ସ୍ୱାଧୀନ ଭାବେ ଜୀବନଯାପନ କରୁଛନ୍ତି। କିନ୍ତୁ ବଦଳି ପାରୁନି ବିକାଶର ଚିତ୍ର। ନିର୍ମାଣ କାର୍ଯ୍ୟ ଆରମ୍ଭକୁ ୫ବର୍ଷ ବିତିଥିଲେ ମଧ୍ୟ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ସରୁନଥିବାରୁ ଝାଟିମାଟି କୁଡ଼ିଆରେ ପଢ଼ୁଛନ୍ତି ଶହେରୁ ଊର୍ଦ୍ଧ୍ବ ଦୁରୁଆ ସମ୍ପ୍ରଦାୟର ଶିଶୁ। ପ୍ରାକ୍‌ ପ୍ରାଥମିକ ଶିକ୍ଷାର ଏପରି ଦୟନୀୟ ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ ଟେମରୁପାଲି ପଞ୍ଚାୟତର ତୁଳସୀ ଗାଁରେ।

Horoscope 2026 October 15: ଜାଣନ୍ତୁ ଆଜିର ରାଶିଫଳ...

ଝାଟିମାଟି କୁଡ଼ିଆରେ ଅଙ୍ଗନବାଡ଼ି କେନ୍ଦ୍ର
ପଢ଼ୁଛନ୍ତି ଶହେରୁ ଊର୍ଦ୍ଧ୍ବ ଦୁରୁଆ ସମ୍ପ୍ରଦାୟର ଶିଶୁ
ନିର୍ମାଣର ୫ ବର୍ଷ ପରେ ବି ଅଧାପନ୍ତରିଆ

ପାହାଡ଼ ଉପରେ ଅବସ୍ଥିତ ତୁଳସୀ ଗାଁ ଏକଦା ମାଓବାଦୀଙ୍କ କବ୍‌ଜାରେ ଥିଲା। ସେହି ସମୟରେ ଗାଁରେ ଶିକ୍ଷା, ସ୍ବାସ୍ଥ୍ୟ ଓ ଶିଶୁ ବିକାଶ ସହିତ ସରକାରଙ୍କ ସମସ୍ତ ଯୋଜନା ଅପହଞ୍ଚ ଥିଲା। ଗାଁରେ ସ୍କୁଲ୍‌ ଓ ଅଙ୍ଗନବାଡ଼ି କେନ୍ଦ୍ରର ସୁବିଧା ନଥିବାରୁ ପିଲା ପାଠପଢ଼ାରୁ ବଞ୍ଚିତ ଥିଲେ। ମାଲକାନଗିରିରେ ମାଓ ଦମନ ଅଭିଯାନ ଜୋରଦାର ପରେ ତୁଳସୀ ପାହାଡ଼ରୁ ହଟିଥିଲେ ନକ୍ସଲ। ଗତ ୫ ବର୍ଷ ତଳେ ଗାଁରେ ଆରମ୍ଭ ହୋଇଥିଲା ଅଙ୍ଗନବାଡ଼ି କେନ୍ଦ୍ର। ନିଜସ୍ବ ଗୃହନଥିବାରୁ ଝାଟିମାଟି କୁଡ଼ିଆ‌ ଉପରେ ପଲିଥିନ୍‌ ପକାଇ ପିଲାଙ୍କୁ ପାଠ ପଢ଼ାଉଛନ୍ତି ସାଲିମି ଅଞ୍ଚଳର ଅଙ୍ଗନବାଡ଼ି କର୍ମୀ। କେନ୍ଦ୍ର ନିର୍ମାଣ ଲାଗି ମୂଳଦୁଆ ପଡ଼ିଥିଲେ ମଧ୍ୟ କାମ ସରିବାର ନାଁ ନାହିଁ। ଫଳରେ ଅସୁରକ୍ଷିତ ଓ ଅସ୍ୱାସ୍ଥ୍ୟକର ପରିବେଶରେ ଶିଶୁ ପଢ଼ୁଛନ୍ତି। ବର୍ଷା ଓ ପ୍ରତିକୂଳ ପାଗରେ କେନ୍ଦ୍ରକୁ ଆସୁଥିବା ଶତାଧିକ ଛାତ୍ରଛାତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। 

CJP: ସାମ୍ବାଦିକ, ସିଜେପି ନେତାଙ୍କ ବିରୋଧରେ ଜାତିଆଣ ଟିପ୍ପଣୀ, ମାନସିକ ନିର୍ଯାତନା ଅଭିଯୋଗ ଆଣିଲେ ଏସିପି

ତୁଳସୀ ଗାଁରେ ଦୁରୁଆ ସମ୍ପ୍ରଦାୟର ଆଦିବାସୀ ଲୋକେ ବସବାସ କରନ୍ତି। ଦୁର୍ଗମ ଓ ଭୌଗୋଳିକ ସ୍ଥିତି ଯୋଗୁଁ ଏଠାରେ ମୌଳିକ ସୁବିଧା ପହଞ୍ଚାଇବା ପ୍ରଶାସନ ପାଇଁ ବଡ଼ ଆହ୍ୱାନ ହୋଇଛି। ମାଓ ପ୍ରଭାବ ହ୍ରାସ ପାଇବା ପରେ ଅଞ୍ଚଳରେ ବିକାଶ ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇଥିଲେ ମଧ୍ୟ ପ୍ରଶାସନିକ ଅବହେଳା ଲାଗି ସରକାରୀ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଦୁରୁଆ ସମ୍ପ୍ରଦାୟ। ମୂଳଦୁଆରେ ଅଟକି ରହିଥିବା ଅଙ୍ଗନବାଡ଼ି କେନ୍ଦ୍ର ସମ୍ପୂର୍ଣ୍ଣ ଲାଗି ଗ୍ରାମବାସୀ ଦାବି କରି ଆସୁଥିଲେ ମଧ୍ୟ ସୁଫଳ ମିଳିପାରୁନି। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଚିତା ପଣ୍ଡା କହିଛନ୍ତି, ସମସ୍ୟା ସମ୍ପର୍କରେ ଅବଗତ ଅଛି। ନିର୍ମାଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସ୍କୁଲ୍‌ର ଗୋଟିଏ କୋଠରିରେ ଅଙ୍ଗନବାଡ଼ି କେନ୍ଦ୍ର ଚାଲିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।