Marang-Buru ମାରାଙ୍ଗ-ବୁରୁର ସୁରକ୍ଷା ପାଇଁ ନଭେମ୍ବର ୪ରେ ଦୁଇଦିନିଆ ବିଚାର ସମ୍ମିଳନୀ
"ରାଇରଙ୍ଗପୁର: ରାଇରଙ୍ଗପୁରସ୍ଥ ଯାତ୍ରୀ ନିବାସଠାରେ ସର୍ବଭାରତୀୟ "ଆଦିବାସୀ ମାରାଙ୍ଗ-ବୁରୁ" ବଞ୍ଚାଓ ସଂଘର୍ଷ ମୋର୍ଚ୍ଚାର ଓଡିଶା ରାଜ୍ୟସ୍ତରୀୟ ସଂକଳ୍ପ ବୈଠକ ଅନୁଷ୍ଠିତ ହୋଇଯାଇଛି।Advertisment ଦଳିତ ଅତ୍ୟାଚାରୀଙ୍କୁ ଗିରଫ ଦାବି: ଓଡ଼ିଶା ଦଳିତ ଆଦିବାସୀ ସୁରକ୍ଷା ମଞ୍ଚ ପକ୍ଷରୁ ବିକ୍ଷୋଭ ଉକ୍ତ ବୈଠକରେ ସର୍ବ ଭାରତୀୟ ସଭାପତି ଫାଗୁ ବେଶ୍ରା, ମହାସଚିବ ହୀରାଲାଲ ମାଝୀ କୋଷାଧକ୍ଷ, ସୋମୟ ଟୁଡୁ, ଲୁଗୁ ବୁରୁ ଗୋଡ଼େତ ସୁରେନ୍ଦ୍ର ଟୁଡୁ , ମାଝୀ ବାବା ବିନ୍ଦେ ସୋରେନ, ମାଝୀ ବାବା ଦୁର୍ଗା ଚରଣ ମୁର୍ମୁ, ମାଝୀ ବାବା ଜଗଦିଶ ବାସ୍କେ, ବଡ଼ନାରଣ ମାଝୀ, ଲକ୍ଷ୍ମଣ ମାଝୀ, ଝାରଖଣ୍ଡ ରାଜ୍ୟ ଜନଜାତି ପରାମର୍ଶ କମିଟି ସଦସ୍ୟ ଯୋସାଇ ଟୁଡୁ, ଆଲୋକ କୁମାର ବାସ୍କେ, ଚନ୍ଦ୍ରମୋହନ ମୁର୍ମୁ, ନାରାୟଣ ମୁର୍ମୁ, ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି, ପୂର୍ବତନ ବିଧାୟକ ସାଇବା ସୁଶୀଲ କୁମାର ହାଁସଦାଙ୍କ ସମେତ ବିଭିନ୍ନ ଜିଲାରୁ ବହୁ ସାମାଜିକକର୍ମୀ, ଯୁବ ସମାଜସେବୀ ଓ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ ।
18 years of struggle: ୧୮ ବର୍ଷର ସଂଘର୍ଷ: ମୁକ୍ତ ହେଲା ଅଣଆଦିବାସୀଙ୍କ ଜମି, ଅସ୍ତିତ୍ବ ହରାଇଲା ଚାଷୀ ମୂଲିଆ ଆଦିବାସୀ ସଂଘ ବୈଠକରେ ଆଦିବାସୀ ସମାଜର ଈଷ୍ଟଦେବତା "ମାରାଙ୍ଗ ବୁରୁ" (ବଡ-ପହାଡ଼ ଦେବତା)ଙ୍କୁ ବଞ୍ଚାଓ ଅଭିଯାନରେ ନଭେମ୍ବର୍ ୪ ଓ ୫ ଦୁଇ ଦିନି ଧରି ସମ୍ମିଳନୀ "ବିଚାର-ମନ୍ଥନ" ପାଇଁ ଆଦିବାସୀ ସମାଜର ବୁଦ୍ଧିଜୀବୀ, ଦିଶୋମ ମାଝୀବାବା ଓ ସାରନା ଧର୍ମର ଭକ୍ତ ମାନେ ଉପସ୍ଥିତ ରହି " ମାରାଙ୍ଗ-ବୁରୁ ବଞ୍ଚାଓ ଅଭିଯାନରେ ଯୋଗଦେବା ପାଇଁ ଅନୁରୋଧ କରାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।