Mayurbhanj Kabiraj Murder Case: ମୟୂରଭଞ୍ଜ କବିରାଜ ହତ୍ୟା ମାମଲାର ପର୍ଦ୍ଦାଫାସ, ପୂର୍ବଶତ୍ରୁତାରୁ ହତ୍ୟା, ଜଣେ ଗିରଫ

Oct 27, 2026 - 20:59
Mayurbhanj Kabiraj Murder Case: ମୟୂରଭଞ୍ଜ କବିରାଜ ହତ୍ୟା ମାମଲାର ପର୍ଦ୍ଦାଫାସ, ପୂର୍ବଶତ୍ରୁତାରୁ ହତ୍ୟା, ଜଣେ ଗିରଫ

ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ତାଣ୍ଡିପାଣି ଗ୍ରାମର କବିରାଜ ତଥା ମାଝୀ ବାବା ରାମେଶ୍ୱର ପିଙ୍ଗୁଆ (୪୫)ଙ୍କୁ ତେଲେଙ୍ଗାନା ଖଣ୍ଡାରେ କାକୁଡିରୁମା-ଖେଜୁରି ଗ୍ରାମ ଜଙ୍ଗଲ ରାସ୍ତାରେ ହତ୍ୟା କରାଯାଇଥିଲା।

ଏହା ପଛରେ ଗୁଣିଗାରେଡ଼ି କିମ୍ବା ଟଙ୍କା ଲୋଭରେ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଥିଲା।

ଶେଷରେ ଏହି ସନ୍ଦେହ ଉପରୁ ପରଦା ହଟିଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟା ହୋଇଥିବା ଅଭିଯୁକ୍ତ ସ୍ବୀକାର କରିଛି।

Advertisment Traditional Healer Found Murdered ନିଛାଟିଆ ଜଙ୍ଗଲ ରାସ୍ତାରେ କବିରାଜଙ୍କୁ ବିଭତ୍ସ ହତ୍ୟା, ଗୁଣିଗାରେଡ଼ି ନା ଟଙ୍କାଲୋଭ ଦୋଛକିରେ ପୁଲିସ ଉକ୍ତ ହତ୍ୟା ଘଟଣାରେ ଥାନାରେ କେସ ନଂ ୧୨୩/୨୬ ରେ ଏକ ମାମଲା ରୁଜୁ ହୋଇଥିଲା ।

ଗୋରୁମହିଷାଣୀ ଥାନା ଅଧିକାରୀ ଜଗନ୍ନାଥ ମୁଣ୍ଡା ଓ ରାଇରଙ୍ଗପୁର ଏସଡିପିଓ ବୀରେନ୍ଦ୍ର ସେନାପତିଙ୍କ ନେତୃତ୍ବରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ ଜାରି ରଖିଥିଲା ।

Jatani Shantilata Murder Case: ଜଟଣୀ ଶାନ୍ତିଲତା ହତ୍ୟା ମାମଲା: ୩ ମାସ ବିତିଲା, ମିଳିଲାନି ହତ୍ୟାକାରୀ ତଦନ୍ତ ପରେ ସେହି ଗ୍ରାମର ଜେନା ନାଏକ (୫୦)ଙ୍କୁ ପୁଲିସ ଗିରଫ କରାଯାଇଛି।

ଆସନ୍ତାକାଲି (ବୁଧବାର) ହତ୍ୟାକାରୀ ଜେନା ନାଏକଙ୍କୁ କୋର୍ଟ ଚାଲାଣ କରାଯିବ।

ପଚରାଉଚରାରେ ଅଭିଯୁକ୍ତ ଜଣକ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା କରିଥିବା ସ୍ବୀକାର କରିଛି।

କିଛି ମାସ ପୂର୍ବରୁ ଅଭିଯୁକ୍ତ ଜଣକ ଏକ ମାମଲରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଯାଇଥିଲେ ।

ତେବେ ସେହି ଘଟଣାରେ ମୃତକ କବିରାଜ (ମାଝୀ ବାବା) ଙ୍କ ପାଇଁ ଅଭିଯୁକ୍ତ ଜେଲ ଯାଇଥିବା ନେଇ ଅଭିଯୁକ୍ତ ଜଣକ ସନ୍ଦେହ କରୁଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।