Meeting: ଅପରାଧ ରୋକିବା ପାଇଁ ଜନତାଙ୍କ ସହଯୋଗ ଲୋଡ଼ିବା ଏକ ପ୍ରଭାବଶାଳୀ ପଦକ୍ଷେପ: ପୁଲିସ

Sep 30, 2026 - 00:44
Meeting: ଅପରାଧ ରୋକିବା ପାଇଁ ଜନତାଙ୍କ ସହଯୋଗ ଲୋଡ଼ିବା ଏକ ପ୍ରଭାବଶାଳୀ ପଦକ୍ଷେପ: ପୁଲିସ

"ବୈଶିଙ୍ଗା (ଦୀପକ କୁମାର ସିଂହ): ଅପରାଧ ନିୟନ୍ତ୍ରଣ କେବଳ ଥାନା ଭିତରେ ବସି ନିର୍ଦ୍ଦେଶ ଦେବାରେ ସୀମିତ ନୁହେଁ; ବରଂ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ସମସ୍ୟା ଶୁଣିବା, ଅଞ୍ଚଳର ସୁରକ୍ଷା ସମ୍ପର୍କରେ ସଚେତନ କରିବା ଏବଂ ଅପରାଧ ରୋକିବା ପାଇଁ ଜନସାଧାରଣଙ୍କ ସହଯୋଗ ଲୋଡ଼ିବା ହେଉଛି ଏକ ପ୍ରଭାବଶାଳୀ ପଦକ୍ଷେପ।

ଏହି ଦିଗରେ ବୈଶିଙ୍ଗା ଥାନା ଅଧିକାରୀ ବାବା ଶଙ୍କର ସରାଫଙ୍କ ପଦକ୍ଷେପ ଏବେ ଚର୍ଚ୍ଚାକୁ ଆସିଛି।

ଥାନାର ଚାରିକାନ୍ଥ ମଧ୍ୟରେ ବୈଠକ ସୀମିତ ନରଖି ସେ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅପରାଧ ପ୍ରବଣ ଗାଁରେ ପହଞ୍ଚି ପୁଲିସ ସମିତି ବୈଠକ ଆୟୋଜନ କରିବା ସହ ଅପରାଧ ନିୟନ୍ତ୍ରଣ ଓ ନିଶା ନିବାରଣ ଉପରେ ଗୁରୁତ୍ୱ ଦେଇଛନ୍ତି।Advertisment ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା ରକ୍ଷା ଏବଂ ଜନସାଧାରଣଙ୍କ ସହ ପୁଲିସର ସମନ୍ୱୟ ବୃଦ୍ଧି ଲକ୍ଷ୍ୟରେ ଏହି ବୈଠକ ଆୟୋଜିତ ହୋଇଥିଲା।

ବାରମ୍ବାର ବୈଶିଙ୍ଗା ଥାନା ଅଞ୍ଚଳରେ ଅପରାଧ ଘଟାଇ ପଡ଼ୋଶୀ ବାଲେଶ୍ୱର ଜିଲ୍ଲାକୁ ଖସିଯାଉଥିବା ଅସାମାଜିକ ତତ୍ତ୍ୱଙ୍କ ଗତିବିଧି ଉପରେ ନଜର ରଖିବା ସହ ଏପରି କାର୍ଯ୍ୟକଳାପରୁ ନିବୃତ୍ତ ରହିବାକୁ ପୁଲିସ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଥିଲା।

ଜନସାଧାରଣଙ୍କ ସହଯୋଗ ଲୋଡ଼ିଲା ପୁଲିସନୂତନ ଭାବେ ବୈଶିଙ୍ଗା ଥାନାରେ ଯୋଗଦେଇଥିବା ଥାନା ଅଧିକାରୀ ବାବା ଶଙ୍କର ସରାଫଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପୁଲିସ ସମିତି ବୈଠକରେ ସ୍ଥାନୀୟ ସରପଞ୍ଚ, ବୁଦ୍ଧିଜୀବୀ, ମହିଳା ଓ ସାମ୍ବାଦିକମାନେ ଯୋଗଦେଇ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ନିଜ ନିଜର ମତାମତ ରଖିଥିଲେ।

ଅଞ୍ଚଳରେ ଚୋରି, ଅସାମାଜିକ କାର୍ଯ୍ୟକଳାପ ଓ ଅନ୍ୟାନ୍ୟ ଅପରାଧକୁ ରୋକିବା ପାଇଁ ପୁଲିସ ପାଟ୍ରୋଲିଂକୁ ଅଧିକ ଜୋରଦାର କରିବା ଉପରେ ସଦସ୍ୟମାନେ ଗୁରୁତ୍ୱ ଦେଇଥିଲେ।

ସୀମାନ୍ତ ଅଞ୍ଚଳରେ ସନ୍ଦେହଜନକ ବ୍ୟକ୍ତି ଓ ଗତିବିଧି ଉପରେ ନଜର ରଖିବା ସହ ଗ୍ରାମବାସୀ ଓ ପୁଲିସ ମଧ୍ୟରେ ନିୟମିତ ସମନ୍ୱୟ ରହିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।

ଅମାନିଆ ନାବାଳକ ଚାଳକଙ୍କ ଉପରେ ନଜରବୈଠକରେ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏକାଧିକ ପ୍ରସ୍ତାବ ଉଠିଥିଲା।

ବିଭିନ୍ନ ଛକରେ ଲାଗିଥିବା ଅଚଳ ସିସିଟିଭି କ୍ୟାମେରାଗୁଡ଼ିକୁ ମରାମତି କରି ପୁନଃ କାର୍ଯ୍ୟକ୍ଷମ କରିବା, ପୁଲିସ ପାଟ୍ରୋଲିଂ ବଢ଼ାଇବା ଏବଂ ନିୟମ ଉଲ୍ଲଂଘନ କରୁଥିବା ନାବାଳକ ଟ୍ରାକ୍ଟର ଚାଳକଙ୍କ ଗାଡ଼ି ଚାଳନା ଉପରେ ନିୟମିତ ଯାଞ୍ଚ କରିବାକୁ ସଦସ୍ୟମାନେ ପ୍ରସ୍ତାବ ଦେଇଥିଲେ।

ବିଶେଷକରି ନାବାଳକଙ୍କ ଦ୍ୱାରା ଟ୍ରାକ୍ଟର ଚାଳନା ଯୋଗୁଁ ସମ୍ଭାବ୍ୟ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରିବା ଉପରେ ମତ ପ୍ରକାଶ ପାଇଥିଲା।

ଏଥିସହ ରାସ୍ତାଘାଟରେ ଯାତାୟାତ ନିୟମ ପାଳନ ଏବଂ ଅଭିଭାବକମାନେ ନିଜ ନାବାଳକ ପିଲାଙ୍କୁ ଗାଡ଼ି ଚଳାଇବାକୁ ନଦେବା ପାଇଁ ସଚେତନତା ସୃଷ୍ଟି କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

ବେଆଇନ ମଦ କାରବାର ବନ୍ଦ ଦାବିଗ୍ରାମାଞ୍ଚଳରେ ବେଆଇନ ମଦ କାରବାରକୁ ନେଇ ମଧ୍ୟ ବୈଠକରେ ଚିନ୍ତା ପ୍ରକାଶ ପାଇଥିଲା।

ଏହାକୁ ନିୟନ୍ତ୍ରଣ କରିବା ସହ ନିଶା କାରବାରରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ ଆଇନାନୁଯାୟୀ ପଦକ୍ଷେପ ନେବାକୁ ସଦସ୍ୟମାନେ ପୁଲିସର ସହଯୋଗ ଲୋଡ଼ିଥିଲେ।ନିଶାର କୁପ୍ରଭାବ ପରିବାର, ଯୁବପିଢ଼ି ଓ ସମାଜ ଉପରେ ପଡ଼ୁଥିବାରୁ ଏହାର ନିବାରଣ ପାଇଁ କେବଳ ପୁଲିସର କାର୍ଯ୍ୟାନୁଷ୍ଠାନ ନୁହେଁ, ବରଂ ଜନସାଧାରଣଙ୍କ ସକ୍ରିୟ ସହଯୋଗ ମଧ୍ୟ ଜରୁରୀ ବୋଲି ଆଲୋଚନା ହୋଇଥିଲା।

ନିଶା କାରବାର ସମ୍ପର୍କରେ ନିର୍ଭରଯୋଗ୍ୟ ସୂଚନା ପୁଲିସକୁ ଦେବା ସହ ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରଖିବା ପାଇଁ ସାମୂହିକ ଉଦ୍ୟମ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଅପରାଧ ପ୍ରତି ଜିରୋ ଟଲେରାନ୍ସ ବୈଠକରେ ଥାନା ଅଧିକାରୀ ବାବା ଶଙ୍କର ସରାଫ ଅଞ୍ଚଳରେ ଆଇନଶୃଙ୍ଖଳା ରକ୍ଷା ଓ ଅପରାଧ ନିୟନ୍ତ୍ରଣ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ।

ଅପରାଧିକ କାର୍ଯ୍ୟକଳାପ ଓ ବେଆଇନ କାରବାର ବିରୋଧରେ ପୁଲିସ ଜିରୋ ଟଲେରାନ୍ସ ନୀତି ଅବଲମ୍ବନ କରିବ ବୋଲି ସେ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ।

ଅଞ୍ଚଳରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ଅପରାଧମୁକ୍ତ ପରିବେଶ ସୃଷ୍ଟି କରିବାରେ ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ଏବଂ ସମନ୍ୱୟ ଅତ୍ୟନ୍ତ ଜରୁରୀ ବୋଲି ସେ ମତ ଦେଇଥିଲେ।

ଅପରାଧ ସମ୍ପର୍କରେ ଜନସାଧାରଣ ନିର୍ଭୟରେ ପୁଲିସକୁ ସୂଚନା ଦେବା ସହ ଆଇନଶୃଙ୍ଖଳା ରକ୍ଷାରେ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ।

LPU Violence: ଏଲ୍‌ପିୟୁ ହିଂସା: ପୁଲିସ ସଂଯମ ଦେଖାଇଛି, ଭଙ୍ଗାରୁଜାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ପୁଲିସ ପହଞ୍ଚିଲେ ବଢ଼ିବ ଭରସାସୀମାନ୍ତବର୍ତ୍ତୀ ଗାଁରେ ଆୟୋଜିତ ଏହି ବୈଠକ ଅଞ୍ଚଳର ସୁରକ୍ଷା ସମସ୍ୟାକୁ ସିଧାସଳଖ ଭାବେ ଉପସ୍ଥାପନ କରିବାର ଏକ ମଞ୍ଚ ସୃଷ୍ଟି କରିଛି।

ତେବେ ବୈଠକରେ ହୋଇଥିବା ଆଲୋଚନା ଓ ପ୍ରତିଶ୍ରୁତି କେତେଦୂର କାର୍ଯ୍ୟକାରୀ ହେଉଛି, ପାଟ୍ରୋଲିଂ କେତେ ନିୟମିତ ହେଉଛି, ଅଚଳ ସିସିଟିଭି କେବେ ସଚଳ ହେଉଛି ଏବଂ ବେଆଇନ ମଦ କାରବାର ଉପରେ କି ପଦକ୍ଷେପ ନିଆଯାଉଛି, ତାହା ଆଗାମୀ ଦିନରେ ଗୁରୁତ୍ୱ ବହନ କରିବ।

ଥାନାରୁ ଗାଁକୁ, ଆଇନରୁ ଜନସଚେତନତାକୁ—ପୁଲିସର ଏହି ପଦକ୍ଷେପ ଯଦି ନିୟମିତ ଓ କାର୍ଯ୍ୟକାରୀ ହୁଏ, ତେବେ ସୀମାନ୍ତ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ସହ ଜନସାଧାରଣଙ୍କ ମଧ୍ୟରେ ସୁରକ୍ଷା ଓ ଭରସାର ଭାବନାକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହୋଇପାରିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।