Mega Aluminium Boost: ଅଦାନୀ ସହ ୧ ଲକ୍ଷ ୧୦ ହଜାର କୋଟିର MoU, ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଚୁକ୍ତି

Jul 02, 2026 - 22:02
Mega Aluminium Boost: ଅଦାନୀ ସହ ୧ ଲକ୍ଷ ୧୦ ହଜାର କୋଟିର MoU, ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଚୁକ୍ତି

ଓଡ଼ିଶାରେ ବୃହତ ବୈଦେଶିକ ପୁଞ୍ଜି ନିବେଶ। ଓଡ଼ିଶାରେ ଅଦାନୀ ଏଣ୍ଟରପ୍ରାଇଜର୍ସ ଲିମିଟେଡର ଅନ୍ତରାଷ୍ଟ୍ରୀୟ ହୋଲଡିଂ କମ୍ପାନୀ ନିବେଶ କରିବ ୧ ଲକ୍ଷ ୧୦ ହଜାର କୋଟି। ରାଜ୍ୟର ଖଣି କ୍ଷେତ୍ରରେ ବଡ଼ ଅନ୍ତରାଷ୍ଟ୍ରୀୟ ବୈଦେଶିକ ପୁଞ୍ଜିନିବେଶ ନେଇ ସ୍ବାକ୍ଷରିତ ହୋଇଛି ଏମଓୟୁ। 

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଶିଳ୍ପ ବିଭାଗ ଏବଂ ଅଦାନୀ ଏଣ୍ଟରପ୍ରାଇଜର୍ସ ଲିମିଟେଡ଼ ହୋଲଡିଂ କମ୍ପାନୀ ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇଛି। ଲୋକସେବା ଭବନ କନଭେନସନ ସେଣ୍ଟରରେ ଏହି ଏମଓୟୁ ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉପସ୍ଥିତ ଥିଲେ। ୧ ଲକ୍ଷ ୧୦ ହଜାର କୋଟି ନିବେଶ ଦ୍ୱାରା ରାଜ୍ୟରେ ୫୩ ହଜାର ୫ଶହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।...

ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୩୬ ସୁଦ୍ଧା ଏକ ସମୃଦ୍ଧ, ଆଧୁନିକ, ସମାବେଶୀ ଓ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ଓଡିଶା ଗଠନ କରିବା ପାଇଁ ଆମର ଉଦ୍ୟମ ସଫଳତାର ସହ ଜାରି ରହିଛି। ଓଡିଶାର ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ଆମର ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। 

ଓଡିଶାର ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଅଦାନୀ ସହ ଓଡ଼ିଶା ସରକାରଙ୍କ ୧ ଲକ୍ଷ ୧0 ହଜାର କୋଟିର MoU
ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଲୋକସେବା ଭବନରେ MoU ସ୍ବାକ୍ଷର
MoU ଦ୍ବାରା ୫୩,୫୦୦ ନୂତନ ନିଯୁକ୍ତି ସୃଷ୍ଟି ହେବ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।