Midnight Quake Jolts Neighbouring Country: ଅଧ ରାତିରେ ଥରିଲା ପଡୋଶୀ ଦେଶ, ୪.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ
ମଧ୍ୟରାତ୍ରୀରେ ପଡୋଶୀ ଦେଶ ଆଫଗାନିସ୍ତାନରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ସୋମବାର ରାତି ପ୍ରାୟ ୧ଟା ୫୭ ମିନିଟ୍ରେ ଆଫଗାନିସ୍ତାନରେ ୪.୯ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଆଫଗାନିସ୍ତାନର ଫୈଜାବାଦରୁ ପ୍ରାୟ ୭୩ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ଏବଂ ଅଞ୍ଚଳରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ପ୍ରାୟ ୨୨୦ କିଲୋମିଟର ଗଭୀରତାରେ ଥିଲା।
କାଶ୍ମୀରର କିଛି ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି। କିନ୍ତୁ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। କିନ୍ତୁ ରାତିରେ ଘର ଭିତରେ କମ୍ପନ ସୃଷ୍ଟି ହେବା ଲୋକମାନେ ଭୟଭୀତ ହୋଇ ଘର ବାହାରକୁ ପଳାଇ ଆସିଥିଲେ।
ଆଫଗାନିସ୍ତାନ ଏବଂ ଏହାର ଆଖପାଖ ହିନ୍ଦୁକୁଶ ପର୍ବତମାଳା ଅଞ୍ଚଳଟି ଭୂ-ତତ୍ତ୍ୱଗତ ଭାବେ ଅତ୍ୟନ୍ତ ସମ୍ବେଦନଶୀଳ। ଏଠାରେ 'ଇଣ୍ଡିଆନ୍' ଏବଂ 'ୟୁରେସିଆନ୍' - ଏହି ଦୁଇଟି ବୃହତ ଟେକ୍ଟୋନିକ୍ ପ୍ଲେଟ୍ ପରସ୍ପର ସହ ଘର୍ଷଣ କରୁଥିବାରୁ ଏହି ଅଞ୍ଚଳରେ ପ୍ରାୟତଃ ଭୂମିକମ୍ପ ଘଟିଥାଏ। ଗତ କିଛି ଦିନ ହେବ ଏହି କ୍ଷେତ୍ରରେ କ୍ରମାଗତ ଭାବେ ହାଲୁକା ଓ ମଧ୍ୟମ ଧରଣର ଭୂକମ୍ପ ଅନୁଭୂତ ହେଉଥିବାର ଦେଖାଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।