Mining Department : ଖଣି ବିଭାଗ ପକ୍ଷରୁ ୧୧ ମାଙ୍କଡ଼ା ପଥର ବୋଝେଇ ଟ୍ରକ୍ ଜବତ
"କଣାସ(ବିଦ୍ୟାଧର ପରିଡ଼ା): ଖୋର୍ଦ୍ଧାର ବିଭିନ୍ନ ଅଞ୍ଚଳରୁ ବେଆଇନ ଭାବେ ଚୋରା ମାଙ୍କଡ଼ା ପଥର ଚାଲାଣ ହେଉଥିବା ବେଳେ ଖଣିବିଭାଗ ଚଢ଼ଉ କରି ୧୧ଟି ପଥର ବୋଝେଇ ଟ୍ରକ ଜବତ କରିଛି।
Advertisment ସରକାର ପ୍ରଚୁର ରାଜସ୍ୱ ହରାଉଛନ୍ତି ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧା ଅଞ୍ଚଳରୁ ସମଗ୍ର ଚୋରା ପଥର ନିରାକାରପୁର ଦେଇ କଣାସ ଜଗନ୍ନାଥ ସଡ଼କ ଏବଂ ମନ୍ଦାରବସ୍ଥ ଦେଇ ନୂଆ ଜଗନ୍ନାଥ ସଡ଼କ ମାଧ୍ୟମରେ କଣାସର ବିଭିନ୍ନ ଗାଁ ସମେତ ପୁରୀ ସହର ଓ ବ୍ରହ୍ମଗିରି ଅଞ୍ଚଳକୁ ପ୍ରତ୍ୟେକ ଦିନ ଶହ ଶହ ଗାଡ଼ି ଦ୍ୱାରା ବେଆଇନ ଭାବେ ଚାଲାଣ କରାଯାଉଛି।
ଏହାଯୋଗୁଁ ସରକାର ପ୍ରଚୁର ରାଜସ୍ୱ ହରାଉଛନ୍ତି।
ଏହି ପରିପ୍ରେକ୍ଷୀରେ ଆଜି ପୁରୀ ଖଣି ବିଭାଗ ବିଜିପୁର ଠାରେ ଚଢ଼ଉ କରି ୧୧ଟି ପଥର ବୋଝେଇ ଟ୍ରକ୍ ଜବତ କରିଛି ।
ସୂଚନାଯୋଗ୍ୟ, କଣାସ ଅଞ୍ଚଳରେ ଚାଲିଥିବା ବେଆଇନ ବାଲି ଚୋରା ଚାଲାଣକୁ ନେଇ ଗତ କିଛି ମାସ ପୂର୍ବରୁ ଜଣେ ଯୁବକଙ୍କୁ କେତେକ ଦୃର୍ବୃତ୍ତ ପନିକିରେ ହାଣି ଗୁରୁତର ଆହତ କରାଯାଇଥିଲେ।
ସ୍ଥାନୀୟ ଅଞ୍ଚଳରେ ଦୁଇଟି ଥାନା ଓ ଗୋଟିଏ ଫାଣ୍ଡି ରହିଥିବା ସତ୍ତ୍ୱେ ପୁଲିସର ନିଷ୍କ୍ରିୟତା ଯୋଗୁଁ ବିଭିନ୍ନ ସମୟରେ ଚୋରା ବାଲି, ମାଟି ଓ ପଥର ଚୋରା ଚାଲାଣ ରାକେଟ ସକ୍ରିୟ ହୋଇଉଠୁଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
Kuakhia Police: ନିଖୋଜ ଡାକ୍ତରୀ ଛାତ୍ରଙ୍କୁ ଘରଲୋକଙ୍କ ଜିମା ଦେଲା କୁଆଖିଆ ପୁଲିସ୍ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।