Mining Theft: ଥମୁନି ଖଣିଜ ପଦାର୍ଥ ଚୋରାଚାଲାଣ: ୬ ମାସରେ ୩୧୭ ମେଟ୍ରିକ୍ ଟନ୍ ଖଣିଜ ଜବତ
"କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଖଣିଜ ଚୋରାଚାଲାଣ ଉପରେ ଲଗାମ ଲାଗିପାରୁନାହିଁ।
ଏବେ ଆନ୍ତଃରାଜ୍ୟ ଲୁଟେରାଙ୍କ ଟାର୍ଗେଟ୍ରେ ରହିଛି ଯୋଡ଼ା ଖଣି ମଣ୍ଡଳ ଅଞ୍ଚଳର ବିଭିନ୍ନ ସଂରକ୍ଷିତ ଜଙ୍ଗଲ।
ସିଦ୍ଧମଠ, ପୀଢ଼ପୋଖରୀ ଓ ଠାକୁରାଣୀ ସଂରକ୍ଷିତ ଜଙ୍ଗଲରୁ ଖଣିଜ ପଦାର୍ଥ ଚୋରାଚାଲାଣ ହେଉଥିବା ଅଭିଯୋଗ ହୋଇଛି।
ଏଥିସହ କାମ ବନ୍ଦ ଥିବା କିଛି ଲିଜ୍ ଖଣି ମଧ୍ୟ ଚୋରାଚାଲାଣକାରୀଙ୍କ ଟାର୍ଗେଟ୍ରେ ରହିଛି।Advertisment ୫ଟି ଥାନାରେ ୧୧ଟି ମାମଲା ରୁଜୁ ଗତ ଦୁଇଦିନ ତଳେ ଯୋଡ଼ା ଖଣି ବିଭାଗ ନାଲଦା ନିକଟରେ ଚଢ଼ଉ କରି ୧୦ ମେଟ୍ରିକ୍ ଟନ୍ ଚୋରା ଖଣିଜ ପଦାର୍ଥ ବୋଝେଇ ଏକ ଟ୍ରକ୍ ଜବତ କରିଥିଲା।
ଏହି ଘଟଣାରେ ୨ ଜଣଙ୍କୁ ଧରାଯାଇ ବଡ଼ବିଲ ପୁଲିସକୁ ହସ୍ତାନ୍ତର କରାଯାଇଛି।
ସୂଚନା ଆଧାରରେ ଭୋର ପ୍ରାୟ ୪ଟାରେ ଖଣି ବିଭାଗର ଏକ ଟିମ୍ ନାଲଦା ନିକଟରେ ଚଢ଼ଉ କରିଥିଲା।
ଓଡ଼ିଶା ସୀମା ପାର୍ ହେବାକୁ ଚେଷ୍ଟା କରୁଥିବା OR-09-L-7973 ନମ୍ବର ଟ୍ରକ୍କୁ ଅଟକାଇ ଯାଞ୍ଚ କରାଯିବା ପରେ ଏଥିରେ ଚୋରା ଖଣିଜ ପଦାର୍ଥ ଥିବା ଜଣାପଡ଼ିଥିଲା।
ଏହା କୌଣସି ଗୋଟିଏ କିମ୍ବା ଦୁଇଟି ଘଟଣାରେ ସୀମିତ ନୁହେଁ।
ଖଣି ବିଭାଗ, ପୁଲିସ, ବନ ବିଭାଗ ଓ ସ୍ୱତନ୍ତ୍ର ଟାସ୍କ ଫୋର୍ସ ପକ୍ଷରୁ ବାରମ୍ବାର ଚଢ଼ଉ କରାଯାଉଥିଲେ ମଧ୍ୟ ଖଣିଜ ଚୋରାଚାଲାଣ ଜାରି ରହିଛି।
ପୁଲିସର ତଥ୍ୟ ଅନୁସାରେ, ଗତ ୬ ମାସ ମଧ୍ୟରେ ୩୧୭ ମେଟ୍ରିକ୍ ଟନ୍ ଖଣିଜ ପଦାର୍ଥ ଜବତ ହୋଇଛି।
ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା।
ଏହି ସମୟ ମଧ୍ୟରେ ଚୋରାଚାଲାଣରେ ବ୍ୟବହୃତ ୨୧ଟି ଗାଡ଼ି ଜବତ ହୋଇଥିବା ବେଳେ ୧୮ ଜଣଙ୍କୁ ଗିରଫ କରାଯାଇଛି।
ଏନେଇ ୫ଟି ଥାନାରେ ୧୧ଟି ମାମଲା ରୁଜୁ ହୋଇଛି।
Job Fraud: ସରକାରୀ ଚାକିରି ନାଁରେ ୨ ଲକ୍ଷ ଠକେଇ, ଅଭିଯୁକ୍ତ କନେଷ୍ଟବଳ ଗିରଫ ବିଶେଷକରି ପଡ଼ୋଶୀ ଝାଡ଼ଖଣ୍ଡରୁ ଆସୁଥିବା ଚୋରାଚାଲାଣକାରୀମାନେ ଯୋଡ଼ା ଅଞ୍ଚଳରୁ ଖଣିଜ ପଦାର୍ଥ ଲୁଟି ଅନ୍ୟ ରାଜ୍ୟକୁ ଚାଲାଣ କରୁଥିବା ଅଭିଯୋଗ ରହିଛି।
ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ଉପରେ ଏମାନଙ୍କ ନଜର ରହିଥିବାରୁ ପରିବେଶ ସୁରକ୍ଷା ନେଇ ମଧ୍ୟ ଚିନ୍ତା ବଢ଼ିଛି।
ଖଣିଜ ଚୋରାଚାଲାଣ ରୋକିବା ପାଇଁ ପୁଲିସ, ବନ ବିଭାଗ, ଖଣି ବିଭାଗ ଓ ସ୍ୱତନ୍ତ୍ର ସ୍କ୍ୱାଡ୍ ପକ୍ଷରୁ ନିୟମିତ ଚଢ଼ଉ ଜାରି ରହିଛି।
ତେବେ ଚୋରାଚାଲାଣକାରୀମାନେ ବାରମ୍ବାର ନୂଆ ତରିକା ଆପଣାଉଥିବାରୁ ଏହାକୁ ସମ୍ପୂର୍ଣ୍ଣ ରୋକିବା ବିଭାଗଗୁଡ଼ିକ ପାଇଁ ଚ୍ୟାଲେଞ୍ଜ୍ ହୋଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।