Minor Abduction and Molestation Case: ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ଦୋଷୀକୁ ୨୦ ବର୍ଷ ଜେଲ୍ ଓ ଜରିମାନା

Sep 29, 2026 - 19:24
Minor Abduction and Molestation Case: ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ଦୋଷୀକୁ ୨୦ ବର୍ଷ ଜେଲ୍ ଓ ଜରିମାନା

"ବାରିପଦା(ବଟକୃଷ୍ଣ ବିହାରୀ):  ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ବାରିପଦା ଏଡ୍‌ହକ୍ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ଫାଷ୍ଟ ଟ୍ରାକ୍ ସ୍ପେଶାଲ୍ ପୋକ୍‌ସୋ  କୋର୍ଟ ରାୟ ପ୍ରକାଶ କରି ଦୋଷୀ ଅଶୋକ ରାଉଳକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଏଥି ସହ ୨୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ରହିଛି।

ଜରିମାନା ଅନାଦେୟ ହେଲେ ଅଧିକ ୧ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ କୁହାଯାଇଛି।

Advertisment POCSO Court Verdict ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡମିଳିଥିବା ସୂଚନାନୁଯାୟୀ ଗତ ୨୦୨୫ ମସିହା ଅକ୍ଟୋବର ୧୯ ତାରିଖରେ ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ନେଇ କରଞ୍ଜିଆ ଥାନାରେ ଏକ ଅଭିଯୋଗ ହୋଇଥିଲା।

ପୁଲିସ  ମାମଲା ରୁଜୁ କରି  ଅଭିଯୁକ୍ତ ଅଶୋକ ରାଉଳକୁ ଗିରଫ ସହ କୋର୍ଟ ଚାଲାଣ କରିଥିଲା।

୬ ଜଣ ସାକ୍ଷୀ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ କୋର୍ଟ ଏହି ରାୟ ଶୁଣାଇଛନ୍ତି।

ସରକାରଙ୍କ ତରଫରୁ ଏହି ମାମଲାକୁ ସ୍ୱତନ୍ତ୍ର ପିପି ପ୍ରଭାତ କୁମାର ବେହେରା ପରିଚାଳନା କରିଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।