Minor Girl Pregnant at Shelter Home: ସୁଧାର ଗୃହରେ ନାବାଳିକା ଗର୍ଭବତୀ, ସୁରକ୍ଷାକର୍ମୀ ଓ ନାବାଳକ ଅନ୍ତେବାସୀ ଗିରଫ

Sep 08, 2026 - 21:34
Minor Girl Pregnant at Shelter Home: ସୁଧାର ଗୃହରେ ନାବାଳିକା ଗର୍ଭବତୀ, ସୁରକ୍ଷାକର୍ମୀ ଓ ନାବାଳକ ଅନ୍ତେବାସୀ ଗିରଫ

ସୁଧାର ଗୃହରେ ନାବାଳିକା ଛାତ୍ରୀ ଅନ୍ତସତ୍ତ୍ବା ଅଭିଯୋଗ। କେନ୍ଦ୍ରାପଡା ସଦର ଥାନା ଗରାପୁର ଅଞ୍ଚଳରେ ଥିବା ଏକ ସୁଧାର ଗୃହରେ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା। ସେଠାରେ ରହୁଥିବା ଝାଡ଼ଖଣ୍ଡର ଜଣେ ନାବାଳିକାକୁ ଦୁଷ୍କର୍ମ କରି ଅନ୍ତଃସତ୍ତ୍ବା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି l ସେମାନଙ୍କ ମଧ୍ୟରୁ ଜଣେ ସୁଧାର ଗୃହର ସୁରକ୍ଷାକର୍ମୀ ହୋଇଥିବା ବେଳେ ଅନ୍ୟଜଣେ ନାବାଳକ ଅନ୍ତେବାସୀ l 

ସୁଧାର ଗୃହରେ ଥିବା ଅନ୍ୟ ଅନ୍ତେବାସୀଙ୍କୁ ପ୍ରଶାସନ ପକ୍ଷରୁ ଅନ୍ୟ ଜାଗାକୁ ସ୍ଥାନାନ୍ତର କରାଯାଇଛି l ଘଟଣାରେ ପୋଲିସ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଏବଂ ଶିଶୁ ମଙ୍ଗଳ କମିଟି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି l ପୀଡିତାଙ୍କ ପରିବାର ପକ୍ଷରୁ ସଦର ଥାନାରେ ଏ ନେଇ ଅଭିଯୋଗ କରାଯାଇଛି l

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।