Missing Child: ବାରିପଦାରେ ଅଢ଼େଇ ବର୍ଷର ଶିଶୁକନ୍ୟା ନିଖୋଜ, ଉଦ୍ଧାର ପାଇଁ ପୁଲିସର ୩ଟି ଟିମ୍ ଗଠନ
ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଅଢ଼େଇ ବର୍ଷର ଶିଶୁକନ୍ୟା ନିଖୋଜ ହେବା ଘଟଣାକୁ ନେଇ ଚଞ୍ଚଲ୍ୟ ସୃଷ୍ଟି ହୋଇଛି।
ଭଞ୍ଜପୁର ରେଳ ଷ୍ଟେସନ ନିକଟସ୍ଥ ଏକ ଭଡ଼ାଘର ସମ୍ମୁଖରୁ ଶିଶୁକନ୍ୟାଟି ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।
ଶିଶୁଟିକୁ ସୁରକ୍ଷିତ ଭାବେ ଖୋଜି ବାହାର କରିବା ପାଇଁ ପୁଲିସ ପକ୍ଷରୁ ତିନୋଟି ଟିମ୍ ନିୟୋଜିତ କରାଯାଇଛି।
Advertisment ମିଳିଥିବା ସୂଚନା ଅନୁଯାୟୀ, ନିଖୋଜ ଶିଶୁକନ୍ୟା ମାହି ମହିରା ସୋରେନ (ସିଦ୍ଧି)ଙ୍କ ମାଆ ଚାନ୍ଦମଣି ସୋରେନ ଭଞ୍ଜପୁର ରେଳ ଷ୍ଟେସନ ନିକଟରେ ଏକ ଭଡ଼ାଘରେ ରହୁଛନ୍ତି।
ଘଟଣା ଦିନ ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଶିଶୁକନ୍ୟାଟି ଘର ବାରଣ୍ଡାରେ ଖେଳୁଥିଲା।
ଏହି ସମୟରେ ମାଆ ରୋଷେଇ କରିବା ପାଇଁ କିଛି ସମୟ ଘର ଭିତରକୁ ଯାଇଥିଲେ।
ଶିଶୁକନ୍ୟାର କୌଣସି ସନ୍ଧାନ ମିଳି ନଥିଲା କିଛି ସମୟ ପରେ ଚାନ୍ଦମଣି ଘର ବାହାରକୁ ଆସି ଝିଅକୁ ଆଉ ପାଇ ନଥିଲେ।
ଘଟଣାସ୍ଥଳରେ ଶିଶୁଟିର ଚପଲ ପଡ଼ିଥିବା ଦେଖି ସେ ଚିନ୍ତିତ ହୋଇପଡ଼ିଥିଲେ।
ପରେ ପରିବାର ସଦସ୍ୟ ଓ ଅନ୍ୟମାନେ ଆଖପାଖ ଅଞ୍ଚଳରେ ବହୁ ଖୋଜାଖୋଜି କରିଥିଲେ।
ହେଲେ ଶିଶୁକନ୍ୟାର କୌଣସି ସନ୍ଧାନ ମିଳି ନଥିଲା।
ଶେଷରେ ଚାନ୍ଦମଣି ଭଞ୍ଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗ ପାଇବା ପରେ ପୁଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରଖିଛି।
ତଥାପି ଶିଶୁଟିର କୌଣସି ପତ୍ତା ମିଳିପାରି ନାହିଁ।
ଘଟଣାକୁ ପୁଲିସ ଗୁରୁତ୍ୱର ସହ ନେଇଛି ଅନ୍ୟପକ୍ଷରେ, ସୀମା ସୁରକ୍ଷା ବାହିନୀରେ କାର୍ଯ୍ୟରତ ଶିଶୁକନ୍ୟାର ପିତା ସୁନୀଲ କୁମାର ସୋରେନ ଘଟଣା ସମ୍ପର୍କରେ ଜାଣିବା ପରେ ପୁଲିସ ସହ ଫୋନ୍ ଯୋଗେ କଥା ହୋଇ ଝିଅକୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି।
ଭଞ୍ଜପୁର ଥାନା ଅଧିକାରୀ ରଶ୍ମି ରଞ୍ଜନ ପୃଷ୍ଟିଙ୍କ ସୂଚନା ଅନୁଯାୟୀ, ଘଟଣାକୁ ପୁଲିସ ଗୁରୁତ୍ୱର ସହ ନେଇଛି।
ନିଖୋଜ ଶିଶୁକନ୍ୟାକୁ ଖୋଜିବା ଏବଂ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ତିନୋଟି ପୁଲିସ ଟିମ୍ ନିୟୋଜିତ ହୋଇଛନ୍ତି।
ଶିଶୁକନ୍ୟାର ସନ୍ଧାନ ପାଇଁ ପୁଲିସର ତଦନ୍ତ ଓ ଖୋଜାଖୋଜି ଜାରି ରହିଛି।
Devi River: ଦେବୀ ନଦୀରୁ ବେଧଡ଼କ ବାଲି ଲୁଟ୍: ଅପରେସନ୍ 'ବାଲୁ ବଜ୍ର' ବନ୍ଦ ପରେ ମାଫିଆ ବେଫିକର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।