MMDR Amendment Act Sparks Fresh Political Heat: ପୁଣି ତେଜିଲା MMDR ସଂଶୋଧନ ଆଇନ ରାଜନୀତି, ଲୋୟର ପିଏମଜିରେ ଇଣ୍ଡିମେଣ୍ଟର ଆନ୍ଦୋଳନ
MMDR ସଂଶୋଧନ ଆଇନ-୨୦୨୬କୁ ନେଇ ଓଡ଼ିଶାରେ ଝଡ଼। ବିରୋଧୀ ଏହାକୁ ପ୍ରସଙ୍ଗ କରିବା ପରେ ପୁଣି ତେଜିଲା ରାଜନୀତି। ଭୁବନେଶ୍ବର ଲୋୟର ପିଏମଜିରେ ଇଣ୍ଡିମେଣ୍ଟ କରିଛି ଆନ୍ଦୋଳନ। ରାଜ୍ୟସ୍ତରୀୟ ମିଳିତ କନଭେନସନ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ MMDR ସଂଶୋଧନ ଆଇନ, 2026 ରଦ୍ଦ କରିବାକୁ ଦାବି କରାଯାଇଛି।
କନଭେନସନର ସଭାକୁ ଏକ ସଭାପତି ମଣ୍ଡଳୀ ପରିଚାଳନା କରିଥିଲେ। ଓଡ଼ିଶା ସମେତ ୧୫ରୁ ଅଧିକ ରାଜ୍ୟର ଖଣି, ଜମି, ଜଳ, ଜଙ୍ଗଲ, ଘରବାଡ଼ି ଓ ଜୀବିକାକୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ଏହି ସଂଶୋଧନ ଆଇନ ଅଣାଯାଇଥିବା ଅଭିଯୋଗ ହୋଇଛି।
ଆଇନ ସମ୍ପୂର୍ଣ୍ଣ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପ୍ରତିରୋଧ ଆନ୍ଦୋଳନ ଜାରି ରହିବ ବୋଲି ସର୍ବସମ୍ମତ ଘୋଷଣା କରାଯାଇଛି। ସେପଟେ ବିଜେଡି ଆଜି ରାଜଧାନୀରେ ରାଲି କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର ଦେବ। ସେପଟେ MMDR ଆକ୍ଟର ସତ ଲୋକଲୋଚନକୁ ଆଣିବୁ ବୋଲି କହିଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ। ସେ କହିଛନ୍ତି, ଆକ୍ଟ ଦ୍ୱାରା ଓଡ଼ିଶାର କ୍ଷତି ହେବ ନାହିଁ ବରଂ ଲାଭ ହେବ। ....
ତେଜିଲା MMDR ପଲିଟିକ୍ସ
ରାଜ୍ୟସ୍ତରୀୟ ମିଳିତ କନଭେନସନରେ ଆଇନ୍ ରଦ୍ଦ ଦାବି
ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର ଦେବ
ସଂଶୋଧନ ଦାବିରେ ରାଜ୍ୟ ଜନତା କଂଗ୍ରେସର ପ୍ରତିବାଦ
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସଭାପତି ମୋକିମ
MMDR ଆକ୍ଟର ସତ ଲୋକଲୋଚନକୁ ଆଣିବୁ: ପ୍ରଦୀପ
'ଆକ୍ଟ ଦ୍ୱାରା ଓଡ଼ିଶାର କ୍ଷତି ହେବ ନାହିଁ ବରଂ ଲାଭ ହେବ'
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।