Modi: ଜିନପିଙ୍ଗଙ୍କ ପାଇଁ ଭାଷଣ ଅଟକାଇ ପଚାରିଲେ ମୋଦୀ ‘ଇଜ୍ ଇଟ୍ ଓକେ?’
"ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ନିଜ ବକ୍ତବ୍ୟ ପ୍ରଦାନ କରୁଥିବା ସମୟରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଅସୁସ୍ଥ ଜଣାପଡ଼ିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଳ୍ପ ସମୟ ପାଇଁ ନିଜ ଭାଷଣ ରୋକିଥିଲେ।
ପ୍ରଧାନମନ୍ତ୍ରୀ ଚୀନ୍ ରାଷ୍ଟ୍ରପତିଙ୍କ ଅନୁବାଦକଙ୍କ ଆଡ଼କୁ ଚାହିଁ "ଇଜ୍ ଇଟ୍ ଓକେ?" (ସବୁ ଠିକ୍ ଅଛି ତ?) ବୋଲି ଦୁଇଥର ପଚାରିଥିଲେ।
୭ ବର୍ଷ ପରେ ଭାରତ ଗସ୍ତରେ ଆସିଥିବା ଜିନପିଙ୍ଗ ଠିକ୍ ଅଛନ୍ତି ବୋଲି ସଙ୍କେତ ଦେବା ପରେ ପ୍ରଧାନମନ୍ତ୍ରୀ ପୁନର୍ବାର ଭାଷଣ ଜାରି ରଖିଥିଲେ।
ତେବେ କ୍ଲାନ୍ତି ଏବଂ ଯାତ୍ରାଜନିତ ଅସୁସ୍ଥତା ଯୋଗୁଁ ଜିନପିଙ୍ଗ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ରାତ୍ରିଭୋଜନରେ ଯୋଗ ଦେଇନଥିଲେ।Advertisment ଆହୁରି ପଢନ୍ତୁ: Wild Boar Rescued କୂଅରୁ ବାରହା ସୁରକ୍ଷିତ ଉଦ୍ଧାର ସୂଚନାଯୋଗ୍ୟ, ଗତକାଲି ବ୍ରିକ୍ସ ପ୍ରଥମ ଦିବସରେ ଭାରତ ମଣ୍ଡପମ୍ରେ ତାମିଲନାଡ଼ୁର ରାମନାଥସ୍ୱାମୀ ମନ୍ଦିରର ୧୨୧୨ ସ୍ତମ୍ଭ ବିଶିଷ୍ଟ କରିଡରର ବ୍ୟାକଡ୍ରପ୍ ଆଗରେ ଦୁଇ ନେତା ହାତ ମିଳାଇଥିଲେ।
୨୦୧୯ର ମହାବଳୀପୁରମ୍ ସମ୍ମିଳନୀର ସ୍ମୃତିଚାରଣ କରି ପ୍ରଧାନମନ୍ତ୍ରୀ ମୋଦୀ ଏହି ସ୍ଥାପତ୍ୟର ମହତ୍ତ୍ୱ ସମ୍ପର୍କରେ ଜିନପିଙ୍ଗଙ୍କୁ ବୁଝାଇଥିଲେ।
୨୦୨୦ ଗଲୱାନ ଘାଟି ସଂଘର୍ଷ ପରେ ସମ୍ପର୍କ ବିଗିଡ଼ିଥିଲେ ହେଁ, ବିମାନ ସେବା ଏବଂ ଚୀନ୍ ନିବେଶ କଟକଣା କୋହଳ ହେବା ପରେ ସମ୍ପର୍କରେ ସୁଧାର ଆସିଛି।
ଏହାସହ ଚୀନ୍ ବ୍ରିକ୍ସ ନୂଆଦିଲ୍ଲୀ ଘୋଷଣାପତ୍ର ରେ ସ୍ୱାକ୍ଷର କରି ପାକିସ୍ତାନ ସଂପୃକ୍ତ ଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛି।
ଆହୁରି ପଢନ୍ତୁ: Karnataka: କର୍ଣ୍ଣାଟକରେ ୧୬,୯୫୧ ସ୍ଥାନରେ ଚଢ଼ଉ, ଉଦ୍ଧାର ହେଲେ ୮୦୦ ଶିଶୁ ଶ୍ରମିକ ଏହି ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସତ୍ତ୍ୱେ ଦ୍ୱିପାକ୍ଷିକ ଆଲୋଚନାରେ ପୂର୍ବ ଲଦାଖ ସୀମା ବିବାଦ ମୁଖ୍ୟ ପ୍ରସଙ୍ଗ ହୋଇ ରହିଥିଲା।
ଦୁଇ ଦେଶ ମଧ୍ୟରେ ଥିବା ମତଭେଦ ଯେପରି ବିବାଦର ରୂପ ନନେବ, ସେଥିପାଇଁ ଦୀର୍ଘମିଆଦୀ ରଣନୀତି ଆପଣାଇବାକୁ ଉଭୟ ନେତା ସମ୍ମତି ପ୍ରକାଶ କରିଛନ୍ତି।
ତେବେ ଆଲୋଚନା ପରେ ଜାରି ପ୍ରେସ ବିଜ୍ଞପ୍ତିରେ ଦୁଇ ଦେଶର ଆଭିମୁଖ୍ୟରେ ଭିନ୍ନତା ଦେଖିବାକୁ ମିଳିଛି।
ସୀମାରେ ଶାନ୍ତି ଏବଂ ସ୍ଥିରତା ଦ୍ୱିପାକ୍ଷିକ ସମ୍ପର୍କର ମୂଳ ଭିତ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଦୃଢ଼ଭାବେ ପ୍ରକାଶ କରିଛନ୍ତି।
ଅପରପକ୍ଷରେ ସୀମା ସମସ୍ୟାର ସମାଧାନ ଏବଂ ଦ୍ୱିପାକ୍ଷିକ ସମ୍ପର୍କର ସୁଧାର ପ୍ରକ୍ରିୟା ସମାନ୍ତରାଳ ଭାବେ ଆଗେଇବା ଉଚିତ ବୋଲି ଚୀନ୍ ଦାବି କରିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।