Modi: ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୬ତମ ଜନ୍ମଦିନ: ୨୫ ବର୍ଷର ଜନସେବା ପାଇଁ ଶୁଭେଚ୍ଛାର ସୁଅ

Sep 17, 2026 - 22:27
Modi: ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୬ତମ ଜନ୍ମଦିନ: ୨୫ ବର୍ଷର ଜନସେବା ପାଇଁ ଶୁଭେଚ୍ଛାର ସୁଅ

"ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ୭୬ ବର୍ଷରେ ପାଦ ଥାପିଛନ୍ତି।

୧୯୫୦ ସେପ୍ଟେମ୍ବର ୧୭ରେ ଗୁଜରାଟର ବଡ଼ନଗରରେ ଜନ୍ମଗ୍ରହଣ କରିଥିବା ମୋଦୀ ଅକ୍ଟୋବର ୭ରେ ଜନସେବାରେ ନିରବଚ୍ଛିନ୍ନ ୨୫ ବର୍ଷ ପୂରଣ କରିବାକୁ ଯାଉଛନ୍ତି।

ଏହି ଅବସରରେ ଦେଶର ବହୁ ପ୍ରମୁଖ ନେତୃବୃନ୍ଦ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କ ଜନସେବା ଓ ସୁଶାସନର ପ୍ରଶଂସା କରିଛନ୍ତି।Advertisment * ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ପ୍ରଧାନମନ୍ତ୍ରୀ ମୋଦୀ ସୁଶାସନର ନୂଆ ମାପଦଣ୍ଡ ସ୍ଥାପନ କରିବା ସହ ଅନ୍ତର୍ଭୁକ୍ତି ବିକାଶକୁ ଅଭୂତପୂର୍ବ ଗତି ଓ ନୂଆ ଦିଗ ଦେଇଛନ୍ତି ।

ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନ କାମନା କରୁଛି।* ଉପରାଷ୍ଟ୍ରପତି ସି.

ପି.

ରାଧାକ୍ରିଷ୍ଣନ୍: ମୋଦୀଙ୍କ ନେତୃତ୍ୱରେ ଭାରତ ବିଶ୍ୱର ଦ୍ରୁତ ବିକାଶଶୀଳ ଅର୍ଥବ୍ୟବସ୍ଥା ଭାବେ ଉଭା ହୋଇଛି, ୨୫ କୋଟିରୁ ଅଧିକ ଲୋକ ଗ୍ରାହ୍ୟ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି ଏବଂ ଅଭିଳାଷୀ ଜିଲ୍ଲା, ଭାବପ୍ରବଣ ଗ୍ରାମ ଓ ''ଅଷ୍ଟଲକ୍ଷ୍ମୀ'' (ଉତ୍ତର-ପୂର୍ବାଞ୍ଚଳ) ଭଳି ପଦକ୍ଷେପ ମାଧ୍ୟମରେ ସାମାଜିକ ସଶକ୍ତୀକରଣ ହୋଇଛି।

ଆହୁରି ପଢନ୍ତୁ: Trump: ଟ୍ରମ୍ପଙ୍କ ଦୁଇ ପୁଅଙ୍କ କମ୍ପାନିର ପାକିସ୍ତାନ ସେନା ସହ ଡ୍ରୋନ୍ ଚୁକ୍ତି * ଗୃହମନ୍ତ୍ରୀ ଅମିତ ଶାହ: ମୋଦୀଙ୍କ ଜୀବନ ତପସ୍ୟା, ତ୍ୟାଗ ଓ ସଂକଳ୍ପର ଏକ ମହାକାବ୍ୟ।

ସାଧାରଣ କାର୍ଯ୍ୟକର୍ତ୍ତାରୁ ମୁଖ୍ୟମନ୍ତ୍ରୀ ଓ ପରେ ପ୍ରଧାନମନ୍ତ୍ରୀ ହେବା ତାଙ୍କର ଦେଶସେବାର ଶ୍ରେଷ୍ଠ ଉଦାହରଣ।

୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ତାଙ୍କର ନେତୃତ୍ୱ ଗୁରୁତ୍ୱପୂର୍ଣ୍ଣ।ଲୋକସଭା ବାଚସ୍ପତି ଓମ୍ ବିର୍ଲା: ମୋଦୀଙ୍କ ୨୫ ବର୍ଷର ସାର୍ବଜନୀନ ଜୀବନ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ସହ ଦୁର୍ବଳ ଓ ଅବହେଳିତ ବର୍ଗର ଉନ୍ନତିରେ ସହାୟକ ହୋଇଛି। * ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍.

ଚନ୍ଦ୍ରବାବୁ ନାଇଡୁ: ଗୁଜରାଟ ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ୨୫ ବର୍ଷର ଜନସେବା ଭାରତର ବିକାଶ ଯାତ୍ରାକୁ ନୂଆ ଗତି ଦେଇଛି। "ସେବା, ସଂକଳ୍ପ ଓ ସୁଶାସନ"ର ଦୂରଦୃଷ୍ଟି ୧୪୦ କୋଟି ନାଗରିକଙ୍କୁ ପ୍ରେରଣା ଯୋଗାଉଛି।* କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ରାହୁଲ ଗାନ୍ଧୀ: ଉଭୟ ନେତା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କର ନିରାମୟ ଓ ଦୀର୍ଘ ଜୀବନ କାମନା କରିଛନ୍ତି।

ଆହୁରି ପଢନ୍ତୁ: OCA President Affirms BCCI Rules ହାଇକୋର୍ଟରେ ଓସିଏ ସଭାପତିଙ୍କ ସତ୍ୟପାଠ, ବିସିସିଆଇ ନିୟମାବଳୀ ପାଳନ କରିବ ଓସିଏ, କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ତିନି ବର୍ଷ * ଜେଡି(ୟୁ) ମୁଖ୍ୟ ନୀତୀଶ କୁମାର: ନୀତୀଶ କୁମାର ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇ ତାଙ୍କର ସୁସ୍ଥ ଓ ନିରାମୟ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି।* ବିଜେପି ସଭାପତି ନିତିନ ନବୀନ: "ରାଷ୍ଟ୍ର ପ୍ରଥମ" ସଂକଳ୍ପ ସହ ମୋଦୀଙ୍କ ଯାତ୍ରା ସେବା ଓ ସୁଶାସନର ଏକ ପ୍ରେରଣାଦାୟୀ ଗାଥା । * ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ: ମୋଦୀ ଭାରତର ପ୍ରଗତି ଓ ୧୪୦ କୋଟି ଜନସାଧାରଣଙ୍କ ଆକାଂକ୍ଷାର ପ୍ରତୀକ, ଗରିବଙ୍କ କଲ୍ୟାଣର ସଙ୍କେତ ଏବଂ ନୂତନ ଭାରତର ପରିଚୟ।* ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.

ଡି.

ଦେବଗୌଡ଼ା: ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରୁଛି ଓ ତାଙ୍କ ନେତୃତ୍ୱରେ ଦେଶ ବିଶ୍ୱସ୍ତରରେ ଆହୁରି ସୁଦୃଢ଼ ହେଉ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।