Modi Speaks With Nepal Prime Minister: ବାଲେନ୍ଦ୍ର ଶାହଙ୍କ ସହ କଥାହେଲେ ମୋଦି, ଜଣାଇଲେ ସମବେଦନା
ନେପାଳ ବନ୍ୟାରେ ପ୍ରବଳ କ୍ଷୟକ୍ଷତିକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କ ସହ କଥା ହୋଇଛନ୍ତି। ନେପାଳରେ ବନ୍ୟା ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏହି କଷ୍ଟକର ସମୟରେ ଭାରତର ଲୋକମାନେ ନେପାଳରେ ସେମାନଙ୍କର ଭଉଣୀ ଏବଂ ଭାଇମାନଙ୍କ ସହିତ ଏକତାରେ ଠିଆ ହୋଇଥିବା କହିଛନ୍ତି ମୋଦି।
ସେହିପରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନେପାଳ ବନ୍ୟା ନେଇ ଚିନ୍ତା ପ୍ରକଟ କରିଛନ୍ତି। ସମସ୍ତଙ୍କ ସୁରକ୍ଷା ଲାଗି ପ୍ରାର୍ଥନା କରିଛନ୍ତି। ଏପଟେ ନେପାଳ ବନ୍ୟା ପରେ ଉତ୍ତରପ୍ରଦେଶର ଗଣ୍ଡକ ଏବଂ ନାରାୟଣୀ ନଦୀରେ ଜଳସ୍ତର ବୃଦ୍ଧି ଏବଂ ଏହାର ପ୍ରଭାବରେ ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଏବଂ କୁଶିନଗର ଜିଲ୍ଲାରେ ବନ୍ୟା ଆସିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି, ସ୍ଥାନୀୟ ପ୍ରଶାସନକୁ ସମ୍ପୂର୍ଣ୍ଣ ସତର୍କ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।