Modi’s Peace Message at BRICS: BRICSରେ ମୋଦିଙ୍କ ଶାନ୍ତି ବାର୍ତ୍ତା, ‘ମାନବତା ପ୍ରଥମ’ କହି ବିଶ୍ବନେତାଙ୍କୁ ସମ୍ବୋଧନ
BRICSରେ ବିଶ୍ବନେତାଙ୍କୁ ସ୍ବାଗତ କଲେ ପ୍ରଧାନମନ୍ତ୍ରୀ ମୋଦି। ନୂଆଦିଲ୍ଲୀ ଭାରତ ମଣ୍ଡପମ୍ ରେ ଭବ୍ୟ ସ୍ବାଗତ ସମାରୋହରେ ‘ମାନବତା ପ୍ରଥମ’ କହି ବିଶ୍ବନେତାଙ୍କୁ ମୋଦି ସମ୍ବୋଧନ କରିଛନ୍ତି। ସେ କହିଛନ୍ତି, ଆଗାମୀ ୨୦ ବର୍ଷ ନୂଆ ଓ ଉଚ୍ଚାକାଂକ୍ଷୀ କାର୍ଯ୍ୟସୂଚୀ ନେଇ କାମ କରିବାକୁ ପଡ଼ିବ। ଏହି ପ୍ରକ୍ରିୟା ନିଜର ଆଭ୍ୟନ୍ତରୀଣ କାର୍ଯ୍ୟ ପ୍ରଣାଳୀରୁ ଆରମ୍ଭ କରିବା ଉଚିତ। BRICS ନିରନ୍ତରତା ଓ କାର୍ଯ୍ୟାନ୍ୱୟନ ପ୍ରଣାଳୀ ଗଠନର ପ୍ରସ୍ତାବ ଦେଇଛନ୍ତି ମୋଦି।
ସେ କହିଛନ୍ତି ‘ଟ୍ରୋଇକା’ ମାଧ୍ୟମରେ ସମସ୍ତ ପଦକ୍ଷେପ ଓ ଫଳାଫଳର ଫଲୋ-ଅପ୍ ସମ୍ଭବ ହେବ। ରୋଡମ୍ୟାପ୍ ପ୍ରସ୍ତୁତ ସମୟରେ ୩ ପ୍ରମୁଖ ଦିଗ- ପ୍ରତିନିଧିତ୍ୱ, ପ୍ରତିକ୍ରିୟାଶୀଳତା ଓ ନିୟମ ପ୍ରଣୟନ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାର ଆଉ ବିଳମ୍ବିତ ଉଚିତ ନୁହେଁ। ଏହି ଆଲୋଚନା ନିର୍ଦ୍ଦିଷ୍ଟ ସମୟସୀମା ଶେଷ ହୋଇ ଫଳାଫଳ ଆସିବା ଦରକାର। ଯେଉଁ ଦେଶଗୁଡ଼ିକ ବିଶ୍ୱ ଆର୍ଥିକ ସମୃଦ୍ଧିକୁ ଆଗେଇ ନେଉଛନ୍ତି ସେମାନେ ମଧ୍ୟ ବିଶ୍ୱ ଆର୍ଥିକ ସୁଶାସନରେ ଉପଯୁକ୍ତ ଭୂମିକା ନିଭାନ୍ତୁ। ଆମକୁ ଗ୍ଲୋବାଲ୍ ସାଉଥ୍ କୁ ‘ରୁଲ୍-ଟେକର୍’ରୁ ‘ରୁଲ୍-ଶେପର୍’ କରିବାକୁ ପଡ଼ିବ।
‘BRICS ମାଧ୍ୟମରେ ଗ୍ଲୋବାଲ୍ ସାଉଥ୍ ଦେଶମାନଙ୍କୁ ଦକ୍ଷତା ପ୍ରଦାନ କରିହେବ ବୋଲି ମୋଦି କହିଛନ୍ତି। ଭାରତରେ ଆୟୋଜିତ ଏହି BRICS ସମ୍ମିଳନୀର ବାର୍ତ୍ତା ସ୍ପଷ୍ଟ ହେବା ଉଚିତ’ ବୋଲି କହିଛନ୍ତି। ...
‘ଆଗାମୀ ୨୦ ବର୍ଷ ନୂଆ ଓ ଉଚ୍ଚାକାଂକ୍ଷୀ କାର୍ଯ୍ୟସୂଚୀ ନେଇ କାମ କରିବାକୁ ପଡ଼ିବ’
‘ଏହି ପ୍ରକ୍ରିୟା ନିଜର ଆଭ୍ୟନ୍ତରୀଣ କାର୍ଯ୍ୟ ପ୍ରଣାଳୀରୁ ଆରମ୍ଭ କରିବା ଉଚିତ’
‘ମୁଁ ଏକ BRICS ନିରନ୍ତରତା ଓ କାର୍ଯ୍ୟାନ୍ୱୟନ ପ୍ରଣାଳୀ ଗଠନର ପ୍ରସ୍ତାବ ଦେଉଛି’
‘ଟ୍ରୋଇକା’ ମାଧ୍ୟମରେ ସମସ୍ତ ପଦକ୍ଷେପ ଓ ଫଳାଫଳର ଫଲୋ-ଅପ୍ ସମ୍ଭବ ହେବ
‘ରୋଡମ୍ୟାପ୍ ପ୍ରସ୍ତୁତ ସମୟରେ ୩ଟି ପ୍ରମୁଖ ଦିଗ ଉପରେ ଧ୍ୟାନ ଦେବାକୁ ପଡ଼ିବ’
‘୩ଟି ପ୍ରମୁଖ ଦିଗ- ପ୍ରତିନିଧିତ୍ୱ, ପ୍ରତିକ୍ରିୟାଶୀଳତା ଓ ନିୟମ ପ୍ରଣୟନ’
‘ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାର ଆଉ ବିଳମ୍ବିତ ଉଚିତ ନୁହେଁ’
‘ଆମକୁ ଗ୍ଲୋବାଲ୍ ସାଉଥ୍ କୁ ‘ରୁଲ୍-ଟେକର୍’ରୁ ‘ରୁଲ୍-ଶେପର୍’ କରିବାକୁ ପଡ଼ିବ
‘BRICS ମାଧ୍ୟମରେ ଗ୍ଲୋବାଲ୍ ସାଉଥ୍ ଦେଶମାନଙ୍କୁ ଦକ୍ଷତା ପ୍ରଦାନ କରିହେବ’
‘ଭାରତରେ ଆୟୋଜିତ ଏହି BRICS ସମ୍ମିଳନୀର ବାର୍ତ୍ତା ସ୍ପଷ୍ଟ ହେବା ଉଚିତ’
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।