Mohana Battles Rain Havoc: ବର୍ଷାରେ ବେହାଲ ମୋହନା: ଧୋଇଗଲା କଲଭର୍ଟ, ୪ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ
ବାତ୍ୟାର ପ୍ରଭାବ ସାଙ୍ଗକୁ ଲଗାଣ ବର୍ଷା।
ଆଉ ଏହି ଦୁଇ ପ୍ରକୃତିର ପ୍ରକୋପରେ ବେହାଲ ହୋଇପଡ଼ିଛି ଗଜପତି ଜିଲ୍ଲାର ମୋହନା ଅଞ୍ଚଳ।
କେଉଁଠି ରାସ୍ତା ଭାଙ୍ଗିଛି ତ ଆଉ କେଉଁଠି ଘରଦ୍ୱାର ନଷ୍ଟ ହୋଇଛି।
ବର୍ଷାର ତାଣ୍ଡବରେ ଏବେ ଦୁର୍ଦ୍ଦଶା ଭୋଗୁଛନ୍ତି ଦୁର୍ଗମ ଅଞ୍ଚଳର ଲୋକେ।
Advertisment ମୋହନା ବ୍ଲକର ଖାରିଗୁଡ଼ା ନିକଟରେ ଥିବା ଏକ କଲଭର୍ଟ ବର୍ଷା ପାଣିର ପ୍ରଖର ସ୍ରୋତରେ ଧୋଇ ହୋଇଯାଇଛି।
ଫଳରେ ଏହି ରାସ୍ତା ଦେଇ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି।
ଏହାର ସିଧାସଳଖ ପ୍ରଭାବ ପଡ଼ିଛି ଆଖପାଖର ୪ଟି ଗାଁ ଉପରେ।
ଗାଁଗୁଡ଼ିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ଲୋକଙ୍କ ଯାତାୟତ ଓ ଦୈନନ୍ଦିନ କାର୍ଯ୍ୟରେ ବଡ଼ ବାଧା ସୃଷ୍ଟି ହୋଇଛି।
ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଉକ୍ତ ରାସ୍ତାକୁ ସିଲ୍ କରାଯାଇଛି।
ତେବେ ରାସ୍ତା ବନ୍ଦ ହେବା ପରେ ଦୁର୍ଗମ ଅଞ୍ଚଳର ଲୋକେ କିଭଳି ଜରୁରୀ କାମ ପାଇଁ ଯାତାୟାତ କରିବେ, ତାହା ଏବେ ଚିନ୍ତାର ବିଷୟ ପାଲଟିଛି।
Advertisment କେବଳ ରାସ୍ତା ନୁହେଁ, ବାତ୍ୟା ଓ ବର୍ଷାରେ ଘରଦ୍ୱାର ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି।
ମୋହନା ବ୍ଲକରେ ୮୨ଟି ଘର ଭାଙ୍ଗିଥିବା ବେଳେ ଆର୍.
ଉଦୟଗିରି ବ୍ଲକର ବିଭିନ୍ନ ସ୍ଥାନରେ ୨୪ଟି କଚ୍ଚା ଘର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି।
ଅନେକ ପରିବାରଙ୍କ ମୁଣ୍ଡ ଉପରୁ ଛାତ ଉଜୁଡ଼ିଯାଇଛି।
ଏଭଳି ସ୍ଥିତିରେ ଭାଙ୍ଗିଯାଇଥିବା କଲଭର୍ଟ ଓ ରାସ୍ତାର ତୁରନ୍ତ ମରାମତି ସହ କ୍ଷତିଗ୍ରସ୍ତ ପରିବାରଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଜରୁରୀ ହୋଇପଡ଼ିଛି।
ଏବେ ଅପେକ୍ଷା, କେବେ ସ୍ୱାଭାବିକ ହେବ ମୋହନାର ଜୀବନଯାତ୍ରା ଏବଂ କେବେ ପହଞ୍ଚିବ ପ୍ରଶାସନିକ ସହାୟତା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।