Mojtaba Khamenei: ଆମେରିକା ନିର୍ବାଚନ ଫଳାଫଳ ନେଇ ଖେମିନିଙ୍କ ସତର୍କବାଣୀ
ୱାସିଂଟନ: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନରେ ଡେମୋକ୍ରାଟ୍ ଦଳ ବଡ଼ ବିଜୟ ହାସଲ କରି ସିନେଟ୍ ଏବଂ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ ଦୁଇଟିଯାକ ଗୃହର ନିୟନ୍ତ୍ରଣ ହାସଲ କରିଛି।
ଆମେରିକା ରାଜନୀତିରେ ରାତିାରାତି କ୍ଷମତା ସନ୍ତୁଳନ ବଦଳିଯିବା ପରେ ଇରାନର ସର୍ବୋଚ୍ଚ ନେତା ମୋଜତବା ଖେମିନି ନିଜ ଦେଶର ଜନସାଧାରଣଙ୍କୁ ସତର୍କ କରାଇ ଦେଇଛନ୍ତି।
ସେ କହିଛନ୍ତି ଯେ, ଏହି ନିର୍ବାଚନ ଫଳାଫଳକୁ ଆମେରିକାର ଇରାନ ନୀତି କୋହଳ ହେବାର ସଙ୍କେତ ଭାବେ ଗ୍ରହଣ କରିବା ଉଚିତ ନୁହେଁ।
Advertisment ଇରାନର ସର୍ବୋଚ୍ଚ ନେତା ସାମାଜିକ ଗଣମାଧ୍ୟମ 'ଏକ୍ସ'ରେ ଲେଖିଛନ୍ତି ଯେ ଚଳିତ ବର୍ଷ ନଭେମ୍ବର ୪ ତାରିଖରେ ଇରାନବାସୀ ଅପରାଧୀ ଆମେରିକା ପ୍ରତି ସେମାନଙ୍କ ଆଭିମୁଖ୍ୟକୁ ପୂର୍ବ ଅପେକ୍ଷା ଅଧିକ ସ୍ପଷ୍ଟ ଭାବେ ବୁଝିପାରିଛନ୍ତି।
ଆମେରିକାର ଶତ୍ରୁତା ଏବଂ ସେଥିପ୍ରତି ଇରାନବାସୀଙ୍କ ଦୃଢ଼ ପ୍ରତିରୋଧକୁ ପୂରା ବିଶ୍ବ ଦେଖୁଛି।
ସୂଚନାଯୋଗ୍ୟ, ମାର୍ଚ୍ଚ ମାସରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଖେମିନି ଏପର୍ଯ୍ୟନ୍ତ ସାର୍ବଜନୀନ ଭାବେ ସାମ୍ନାକୁ ଆସିନାହାନ୍ତି।
Donald Trump: ଆମେରିକାରେ ଗୃହଯୁଦ୍ଧ ସ୍ଥିତି!: ଇରାନ ପରେ ଡେମୋକ୍ରାଟ୍ ମୋର ବଡ଼ ଶତ୍ରୁ ବୋଲି କହିଲେ ଟ୍ରମ୍ପ ଇରାନ ଉପରେ ଆମେରିକା ପୁନର୍ବାର ଆକ୍ରମଣ ଆରମ୍ଭ କଲେ ମଧ୍ୟପ୍ରାଚ୍ୟ ଯୁଦ୍ଧ ଆହୁରି ବ୍ୟାପକ ଆକାର ଧାରଣ କରିବ ବୋଲି ସର୍ବୋଚ୍ଚ ନେତା ସତର୍କ କରାଇ ଦେଇଛନ୍ତି।
ଯଦି ଏହିପରି ଆକ୍ରମଣର ପୁନରାବୃତ୍ତି ହୁଏ, ତେବେ ଯୁଦ୍ଧର ପରିସର ଅନେକଗୁଣ ବୃଦ୍ଧି ପାଇବ ଏବଂ ଏହା ଭୟାନକ ହେବ ବୋଲି ସେ ପ୍ରକାଶ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।