Monkey Enters Liquor Shop: ମଦ ଦୋକାନକୁ ଅଚାନକ ପଶିଗଲା ମାଙ୍କଡ଼, ତା’ପରେ ଯାହା କଲା ସମସ୍ତେ ଆଶ୍ଚର୍ଯ୍ୟ

Sep 26, 2026 - 16:43
Monkey Enters Liquor Shop: ମଦ ଦୋକାନକୁ ଅଚାନକ ପଶିଗଲା ମାଙ୍କଡ଼, ତା’ପରେ ଯାହା କଲା ସମସ୍ତେ ଆଶ୍ଚର୍ଯ୍ୟ

ମଦ ଦୋକାନରେ ପଶି ମଦ ପିଇବା ପରେ ଶୋଇପଡ଼ିଲା ମାଙ୍କଡ଼। ଝାଡ଼ଖଣ୍ଡର ରାଞ୍ଚି ଓରମାଞ୍ଝିର ବ୍ଲକ୍ ଛକରେ ଘଟିଛି ଏଭଳି ଅଜବ ଘଟଣା। ରିପୋର୍ଟ ଅନୁସାରେ, ଏକ ମାଈ ମାଙ୍କଡ଼ ହଠାତ୍ ମଦ ଦୋକାନ ଭିତରକୁ ପଶିଥିଲା। ଦୋକାନ ଭିତରେ କିଛି ସମୟ ବୁଲିବା ପରେ ଏକ ବୋତଲରୁ ମଦ ପିଇଥିଲା। ଏହାପରେ ଦୋକାନ ଭିତରେ ହିଁ ଶୋଇପଡ଼ିଥିଲା ମାଙ୍କଡ଼ଟି।

ମାଙ୍କଡ଼ଟି ଦୋକାନରେ ଥିବା ଜାଣିବା ପରେ ଘଟଣାସ୍ଥଳରେ ଏକ ଉଦ୍ଧାରକାରୀ ଦଳ ପହଞ୍ଚିଥିଲା। ତାକୁ ସୁରକ୍ଷିତ ଭାବେ ଦୋକାନରୁ ବାହାର କରିବାକୁ ଉଦ୍ୟମ କରାଯାଇଥିଲା। ମାଙ୍କଡ଼ର ଏଭଳି କାଣ୍ଡ ଦେଖି ଦୋକାନରେ ଥିବା ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଘଟଣାଟି ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।