21 OCTOBER 2026

Welcome!

Unlock your personalized experience.
Sign Up

Moon: ସ୍ମୃତି ଏକ ରୁପାଜହ୍ନ: ଗୁରୁଙ୍କ ମାଡ଼ରେ ଘୁଙ୍ଗୁର ଭାଙ୍ଗି ଗୋଡ଼ରେ ପଶିଗଲା

Oct 21, 2026 - 05:05
Moon: ସ୍ମୃତି ଏକ ରୁପାଜହ୍ନ: ଗୁରୁଙ୍କ ମାଡ଼ରେ ଘୁଙ୍ଗୁର ଭାଙ୍ଗି ଗୋଡ଼ରେ ପଶିଗଲା

ମାତ୍ର ୯-୧୦ ବର୍ଷ ବୟସରୁ ଆରମ୍ଭ ହୋଇଥିଲା ତାଙ୍କ ଅଭିନୟ ଯାତ୍ରା। ପିଲାଦିନରୁ ନୃତ୍ୟ ପ୍ରତି ଥିଲା ଅହେତୁକ ଆକର୍ଷଣ। ନାଚ ଶିଖିବା, ମଞ୍ଚରେ ନୃତ୍ୟ ପରିବେଷଣ କରିବା ସହ ଶିଶୁ କଳାକାର ଭାବେ ଅଭିନୟ କରି ସେ ପକାଇଥିଲେ ନିଜ କଳାଜୀବନର ମୂଳଦୁଆ। ଓଡ଼ିଶାର ବହୁ ନାମୀ ନୃତ୍ୟଗୁରୁଙ୍କଠାରୁ ବିଭିନ୍ନ ନୃତ୍ୟଶୈଳୀର ତାଲିମ ନେଇଥିବା ସରସ୍ୱତୀ ଦେବୀ ପରବର୍ତ୍ତୀ ସମୟରେ ଓଡ଼ିଆ ସିନେମା ଜଗତରେ ‘ସର ଅପା’ ଭାବେ ବେଶ୍‌ ପରିଚିତ ହୋଇଥିଲେ।

ତାଙ୍କ ଚଳଚ୍ଚିତ୍ର ଯାତ୍ରା ଆରମ୍ଭ ହୋଇଥିଲା ‘ଘର ସଂସାର’ରୁ। ଏହି ସିନେମାରେ ଅଭିନେତା ପ୍ରଶାନ୍ତ ନନ୍ଦଙ୍କ ବିପକ୍ଷରେ ଅଭିନୟ କରିଥିଲେ ସେ। ପରେ ‘ତଅପୋଇ’, ‘ମେଘମୁକ୍ତି’, ‘ଅଗ୍ନି ପରୀକ୍ଷା’ ଭଳି ଅନେକ ଚଳଚ୍ଚିତ୍ରରେ ନିଜ ଅଭିନୟର ଛାପ ଛାଡ଼ିଛନ୍ତି। ଦୀର୍ଘ ଦଶନ୍ଧି ଧରି ମଞ୍ଚ ଓ ସିନେମା ଜଗତ ସହ ଜଡ଼ିତ ରହି ସେ ସାଉଁଟିଛନ୍ତି ଅନେକ ଅନୁଭୂତି। ତେବେ ଏହି ଦୀର୍ଘ କଳାଯାତ୍ରାର କିଛି ସ୍ମୃତି ମଧୁର ହୋଇଥିବା ବେଳେ ଆଉ କିଛି ଆଜି ବି ତାଙ୍କ ମନରେ ଯନ୍ତ୍ରଣାର ଚିହ୍ନ ହୋଇରହିଛି।

ସେଥିମଧ୍ୟରୁ ଗୋଟିଏ ଅଭୁଲା ସ୍ମୃତି ସାଉଁଟି ସର ଅପା କହନ୍ତି, ‘‘ସେତେବେଳକୁ ମୋତେ ୧୧-୧୨ ବର୍ଷ ହେବ। ଜନତା ରଙ୍ଗମଞ୍ଚରେ ଏକ ନୃତ୍ୟ ପରିବେଷଣ କରିବାର ଥିଲା। ସେହି ସମୟରେ ମୁଁ ଗୋଟିଏ ନୃତ୍ୟ ଷ୍ଟେପ୍‌ ଭୁଲ୍‌ କରିଦେଇଥିଲି। ଷ୍ଟେପ୍‌ ଭୁଲ୍‌ କଲି ବୋଲି ମୋ ନାଚ ସାର୍‌ ବଟ ସେଣ ମୋତେ ଏତେ ଜୋର୍‌ରେ ମାରିଲେ ଯେ ପିନ୍ଧିଥିବା ଘୁଙ୍ଗୁର ଭାଙ୍ଗି ମୋ ପାଦରେ ପଶିଗଲା। ଯନ୍ତ୍ରଣା ଅସହ୍ୟ ହେବାରୁ ମୋତେ ଡାକ୍ତରଖାନା ଯିବାକୁ ପଡ଼ିଥିଲା। ଗୋଡ଼ ଭଲ ହେବାକୁ ପ୍ରାୟ ମାସେ ସମୟ ଲାଗିଥିଲା। ଏତେ ବର୍ଷ ପରେ ବି ସେହି ଯନ୍ତ୍ରଣାଦାୟକ ଅନୁଭୂତି ମୋ ଜୀବନର ଏକ ଅଭୁଲା ଅଧ୍ୟାୟ ହୋଇ ରହିଯାଇଛି।’’

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।