Mother & 9-Month-Old Son Missing on Train Journey from Bengaluru to Bhubaneswar

Sep 02, 2026 - 18:34
Mother & 9-Month-Old Son Missing on Train Journey from Bengaluru to Bhubaneswar

#ଟ୍ରେନରେ_ଫେରୁଥିଲେ #ମାଆ_ଶିଶୁ_ନିଖୋଜ
ଟ୍ରେନ୍ ରେ ଘରକୁ ଫେରୁଥିଲେ ମା’ ଓ ୯ ମାସର ଶିଶୁ । ହେଲେ ଘରେ ପହଞ୍ଚିବା ପୂର୍ବରୁ ବାଟରୁ ରହସ୍ୟଜନକ ଭାବେ ଗାଏବ। ଏବେ ମା’ ଓ ପୁଅଙ୍କୁ ଖୋଜୁଛି ପୋଲିସ। ନିଖୋଜ ମହିଳା ହେଉଛନ୍ତି ଜଗତସିଂହପୁର ରଙ୍କେଇ ଗାଁର ସୁଭଦ୍ରା ମଲ୍ଲିକ। ଗତ ୩୧ ତାରିଖରେ ୯ ମାସର ଶିଶୁପୁତ୍ରକୁ ଧରି ବେଙ୍ଗାଲୁରୁରୁ ଭୁବନେଶ୍ୱର ଫେରୁଥିଲେ। ଭୁବନେଶ୍ୱର ଷ୍ଟେସନରେ ପହଞ୍ଚିବା ପୂର୍ବରୁ ହିଁ ପରିବାର ସହ ଯୋଗାଯୋଗ ବିଚ୍ଛିନ୍ନ। ତେବେ ନିଖୋଜ ହେବା ପୂର୍ବରୁ ବାପାଙ୍କ ସହ ଫୋନରେ କଥା ହୋଇଥିଲେ ସୁଭଦ୍ରା। ଷ୍ଟେସନକୁ ଅଟୋ ପଠାଇବାକୁ ମଧ୍ୟ କହିଥିଲେ। କଥା ଅନୁସାରେ ଅଟୋ ନେଇ ଷ୍ଟେସନରେ ପହଞ୍ଚିଥିଲେ ସୁଭଦ୍ରାଙ୍କ ସାନ ଭାଇ। ଦୀର୍ଘ ସମୟ ଅପେକ୍ଷା କଲେ, ହେଲେ ଷ୍ଟେସନରେ ନା ସୁଭଦ୍ରାଙ୍କ ଦେଖା ମିଳିଲା, ନା ମିଳିଲା ତାଙ୍କ ୯ ମାସର ଶିଶୁର ପତ୍ତା। ଆହୁରି ରହସ୍ୟ ବଢ଼ାଉଛି ସୁଭଦ୍ରାଙ୍କ ମୋବାଇଲ । ପରିବାର କହିବା ଅନୁସାରେ ଫୋନ୍ ସୁଇଚ୍ ଅନ୍ ରହିଥିଲେ ମଧ୍ୟ ମହିଳା ଓ ଶିଶୁଙ୍କ କୌଣସି ଖୋଜ୍ ମିଳୁନାହିଁ । ଘଟଣାକୁ ନେଇ ବେଙ୍ଗାଲୁରୁ GRP ଥାନାରେ ଏତଲା ଦେଇଛନ୍ତି ସ୍ୱାମୀ ପ୍ରକାଶ ମଲ୍ଲିକ । ପୋଲିସ ମାମଲା ରୁଜୁ କରି ଉଭୟଙ୍କୁ ଖୋଜାଖୋଜି ଆରମ୍ଭ କରିଛି ।
#MotherAndChildMissing#MissingWoman#MissingChild#BengaluruToBhubaneswar#SubhadraMallik#Jagatsinghpur#BengaluruGRP#Bhubaneswar#OdishaNews#MissingCase#BreakingNews#OdishaTV#OTV

A woman and her 9-month-old son have mysteriously gone missing while returning from Bengaluru to Bhubaneswar by train. The missing woman has been identified as Subhadra Mallik of Rankei village in Jagatsinghpur district. She was travelling with her infant son on August 31 and had spoken to her father before losing contact, asking him to send an auto to the station. Her younger brother reached the station with an auto and waited, but neither Subhadra nor the child arrived. The family says her mobile phone remains switched on, but there has been no trace of the woman or her son. Her husband, Prakash Mallik, has filed a complaint at a Bengaluru GRP police station, and police have started a search.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।