Motorcycle Accident ବାଇକ୍‌ ଦୁର୍ଘଟଣାରେ କଲେଜ ଛାତ୍ର ମୃତ, ୨ ଆହତ

Oct 09, 2026 - 21:33
Motorcycle Accident ବାଇକ୍‌ ଦୁର୍ଘଟଣାରେ କଲେଜ ଛାତ୍ର ମୃତ, ୨ ଆହତ

"ସୁନ୍ଦରଗଡ଼ (ଡମ୍ବରୁଧର ନାୟକ):  ଆଜି (ଶୁକ୍ରବାର) ସନ୍ଧ୍ୟା ସାଢ଼େ ୬ଟାରେ ସଦରଥାନା ସମ୍ମୁଖରେ ବାଇକ୍‌ ଦୁର୍ଘଟଣାରେ ଜଣେ କଲେଜ ଛାତ୍ରଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି।

ଏହାସହ ସେହି ମୋଟରସାଇକଲରେ ବସିଥିବା ଅନ୍ୟ ଦୁଇଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି।

Advertisment Motorcycle Accident ମୋଟରସାଇକଲ୍‌ ଦୁର୍ଘଟଣାରେ ସେବାନିବୃତ୍ତ ଯବାନଙ୍କ ମୃତ୍ୟୁମୃତକ ଛାତ୍ର ଜଣକ ‌ସବଡେଗା ଯୁକ୍ତ ଦୁଇ କଲେଜରେ ପଢ଼ୁଥିବା ଧନିଆପୁଞ୍ଜି ଗାଁର ଅନିଲ ବରିହା (୧୭)।

ଆହତ ଛାତ୍ରମାନେ ହେଲେ ମହୁଲପାଲି କଲେଜରେ ପଢ଼ୁଥିବା କିଞ୍ଜିରକେଲା ଥାନା ଧମକପୁର ଗାଁର ପ୍ରକାଶ ବେକ୍‌ ଓ ସଦରଥାନା କୋପସିଂହା ଗାଁର ବିଶାଳ ନାଏକ।

Bus Hits Motorcycle ବାଲିଗୁଡାରେ ବସ ଧକ୍କାରେ ନବରଙ୍ଗପୁରର ତିନି ଯୁବକ ମୃତସୂଚନାନୁସାରେ, ୩ ଛାତ୍ର ଏକ ବାଇକ୍‌ରେ ତୁରୁଙ୍ଗାଗଡ଼ ଡ୍ୟାମ ବୁଲିବାକୁ ଯାଇ ସନ୍ଧ୍ୟାରେ ଫେରୁଥିଲେ।

ସାମାନ୍ୟ ଅନ୍ଧାରରେ ସଦରଥାନା ସମ୍ମୁଖରେ ଥିବା ହମ୍ପସକୁ ଦେଖି ପାରି ନଥି‌ଲେ।

ମୋଟରସାଇକଲକୁ ହଠାତ୍‌ ଅଟକାଇନପାରି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଛିଟିକି ପଡ଼ିଥିଲେ।

ବାଇକ୍‌ ଚଳାଉଥିବା ଅନିଲଙ୍କ ସେଠାରେ ମୃତ୍ୟୁ ହୋଇଗଲା।

ସୂଚନା ପାଇ ପୁଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ।

ସେଠାରେ ଡାକ୍ତର ଅନିଲଙ୍କୁ ମୃତ ଘୋଷଣା କରିଥିଲେ।

ଏ ନେଇ ସଦରଥାନାରେ ଏକ ଦୁର୍ଘଟଣା ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।