03 NOVEMBER 2026

Welcome!

Unlock your personalized experience.
Sign Up

Motu forest: ମୋଟୁ ଜଙ୍ଗଲରେ ବୁଲୁଛି ମହାବଳ: ରେଡିଓ କଲାର୍‌ରୁ ଅବସ୍ଥିତି ଚିହ୍ନଟ, ଗତିବିଧି ଉପରେ ୩ ରାଜ୍ୟର ନଜର

Nov 03, 2026 - 03:32
Motu forest: ମୋଟୁ ଜଙ୍ଗଲରେ ବୁଲୁଛି ମହାବଳ: ରେଡିଓ କଲାର୍‌ରୁ ଅବସ୍ଥିତି ଚିହ୍ନଟ, ଗତିବିଧି ଉପରେ ୩ ରାଜ୍ୟର ନଜର

କାଲିମେଳା/ମାଲକାନଗିରି: ମାଲକାନଗିରି ଜିଲ୍ଲାର ମୋଟୁ ବନାଞ୍ଚଳରେ ବୁଲୁଛି ମହାବଳ ବାଘ। ସୀମାନ୍ତ ଆନ୍ଧ୍ରର ପାପିକୋଣ୍ଡା ଅଞ୍ଚଳରୁ ମହାବଳ ବାଘ ନଦୀ ପାର ହୋଇ ମୋଟୁ ଜଙ୍ଗଲକୁ ଚାଲି ଆସିଥିବା ଆନ୍ଧ୍ର ବନବିଭାଗ ମାଲକାନଗିିରି ବନ ବିଭାଗକୁ ଅବଗତ କରିଛି। ସୂଚନା ପାଇବା ପରେ ମାଲକାନଗିରି ଡିଏଫ୍‌ଓ ସାଇକିରଣ ଓ ବନବିଭାଗ ଟିମ୍‌ ମୋଟୁ ଅଞ୍ଚଳ ଗସ୍ତ କରି ବିଭାଗୀୟ ଅଧିକାରୀଙ୍କ ସହିତ ବାଘର ଗତିବିଧି ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ଗାଁ ଗାଁରେ ଡାକବାଜି ଯନ୍ତ୍ର ଯୋଗେ ବନବିଭାଗ କର୍ମଚାରୀମାନେ ଲୋକଙ୍କୁ ଜଙ୍ଗଲ ଭିତରକୁ ନ ଯିବାକୁ ସତର୍କ କରୁଛନ୍ତି। 

Climate: ମୃତପ୍ରାୟ ଅବସ୍ଥାରେ ରାମ୍‌କି କାରଖାନାରୁ ନିର୍ଗତ ବିଷାକ୍ତ ରାସାୟନିକ ବର୍ଜ୍ୟ ପ୍ରଭାବରୁ ୧୦ ହଜାର ଅର୍ଜୁନ ଗଛ

ସୂଚନାଯୋଗ୍ୟ, ବାଘ ବେକରେ ରେଡିଓ କଲାର ଲାଗିଥିବାରୁ ଏହାର ଗତିବିଧି ଉପରେ ଆନ୍ଧ୍ର ବନବିଭାଗ ନିରନ୍ତର ନଜର ରଖିଛି। ବାଘର ପାଦଚିହ୍ନ କିମ୍ବା ବାଘକୁ ଦେଖିଲେ ତୁରନ୍ତ ବନ ବିଭାଗକୁ ଖବର ଦେବାକୁ ପରାମର୍ଶ ଦିଆଯାଇଛି। ରବିବାର ସନ୍ଧ୍ୟାରେ ମହାବଳ ବାଘଟି କତାଗୁଡ଼ା ଜଙ୍ଗଲରେ ଥିବାବେଳେ ଆଜି ସକାଳେ ଲକ୍ଷ୍ମଣଗୁଡ଼ା ନିକଟରେ ରହିଥିବା ଆନ୍ଧ୍ର ବନବିଭାଗ ପକ୍ଷରୁ ସୂଚନା ମିଳିଛି। ସୂଚନା ପାଇ ଛତିଶଗଡ଼ ବନ ବିଭାଗର ଏସିଏଫ୍‌ ମଧ୍ୟ ମୋଟୁ ଅଞ୍ଚଳ ଗସ୍ତ କରି ମାଲକାନଗିରି ବନ ବିଭାଗ ସହିତ ଆଲୋଚନା କରିଥିବା ଜଣାପଡ଼ିଛି। ମହାବଳ ବାଘଟି ପ୍ରାୟ ସପ୍ତାହେ ହେଲା ମୋଟୁ ଜଙ୍ଗଲକୁ ଚାଲି ଆସିଥିବା ବେଳେ ଆଜି ସୁଦ୍ଧା କୌଣସି ଅଘଟଣ ଘଟାଇନାହିଁ। ମାଲକାନଗିରି ବନବିଭାଗ ଡ୍ରୋନ୍‌ ମାଧ୍ୟମରେ ବାଘକୁ ଠାବ କରିବାକୁ ଚେଷ୍ଟା କରୁଛି। ପ୍ରଥମ ଥର ପାଇଁ ମୋଟୁ ଜଙ୍ଗଲରେ ମହାବଳ ବାଘର ଉପସ୍ଥିତି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଦେଇଛି।

Climate: ମୃତପ୍ରାୟ ଅବସ୍ଥାରେ ରାମ୍‌କି କାରଖାନାରୁ ନିର୍ଗତ ବିଷାକ୍ତ ରାସାୟନିକ ବର୍ଜ୍ୟ ପ୍ରଭାବରୁ ୧୦ ହଜାର ଅର୍ଜୁନ ଗଛ

Asia Cup: ରାଇଜିଂ ଷ୍ଟାର୍ସ ଏସିଆ କପ୍‌ ପାଇଁ ଭାରତ ‘ଏ’ ଦଳରେ ଅଭିଷେକ, ସୂର୍ଯ୍ୟବଂଶୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।