Movie Promotion: ସିନେମା ପ୍ରମୋସନର ନୂଆ ଶୈଳୀ
"ମୁମ୍ବାଇ: ଗଣେଶ ଚତୁର୍ଥୀର ଶୁଭ ଅବସରରେ, ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ରାମାୟଣ'ର ନିର୍ମାତାମାନେ ଏକ ନିଆରା ପ୍ରଚାର ରଣନୀତି ଆପଣାଇଛନ୍ତି।
Advertisment ସେମାନେ ଭଗବାନ ଗଣେଶଙ୍କ ଆଶୀର୍ବାଦ ଲୋଡ଼ି ଚଳଚ୍ଚିତ୍ରର ସଙ୍ଗୀତ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି।
ଏହି ସ୍ୱତନ୍ତ୍ର ଅବସରକୁ ପାଳନ କରିବା ପାଇଁ, ନିର୍ମାତାମାନେ 'ସିୟା ରାମ' ଶୀର୍ଷକ ପ୍ରଥମ ମୋସନ୍ ପୋଷ୍ଟର ରିଲିଜ କରିଛନ୍ତି, ଯେଉଁଥିରେ ରଣବୀର କପୁର ଭଗବାନ ରାମ ଏବଂ ସାଇ ପଲ୍ଲବୀ ମାତା ସୀତାଙ୍କ ଶାନ୍ତ ଓ ସ୍ୱାଭାବିକ ରୂପରେ ନଜର ଆସିଛନ୍ତି।
ରଣବୀର ଓ ସାଇଙ୍କ ଯୋଡ଼ି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସିନେମା ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।
ପୋଷ୍ଟର ସହିତ, ନିର୍ମାତାମାନେ ଚଳଚ୍ଚିତ୍ରର ପ୍ରଥମ ଗୀତ 'ଜୟ ଜୟ ରାମ' ମଧ୍ୟ ମୁକ୍ତିଲାଭ କରାଇଛନ୍ତି।
ଏ.ଆର୍.
ରହମାନ୍ ଗୀତ ରଚନା କରିଥିବା ବେଳେ ଅରିଜିତ୍ ସିଂହ ଓ ଶ୍ରେୟା ଘୋଷାଲ ଏହି ଗୀତ ଗାଇଛନ୍ତି।
ଉଭୟ ଗୀତ ଏବଂ ନୂତନ ରୂପ ଦର୍ଶକଙ୍କ ଉତ୍ସାହକୁ ଆହୁରି ବଢ଼ାଇ ଦେଇଛି।
ଦିଶା ସାଲିଆନ୍ ମୃତ୍ୟୁ ମାମଲା: ସିବିଆଇ ଏତଲାରେ ଆଦିତ୍ୟ ଠାକ୍ରେ ଓ ରିୟା ଚକ୍ରବର୍ତ୍ତୀଙ୍କ ନାମ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।