MP: ସାଂସଦଙ୍କ ସ୍ବାଧିକାର ଭଙ୍ଗ ଅଭିଯୋଗ: ପକ୍ଷ ରଖିଲେ ବରଗଡ଼ ଜିଲ୍ଲାପାଳ
ବରଗଡ଼: ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପକ୍ଷରୁ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ବିରୋଧରେ ଗତ ଅଗଷ୍ଟରେ ଆଗତ ସ୍ୱାଧିକାର ଭଙ୍ଗ ଅଭିଯୋଗ ଉପରେ ଜିଲ୍ଲାପାଳ ନିଜର ପକ୍ଷ ରଖିଛନ୍ତି। ସାଂସଦଙ୍କ ଅଭିଯୋଗର ଜବାବରେ ଜିଲ୍ଲାପାଳ ନିଜ ପକ୍ଷ ରଖିବା ସହ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ତେବେ ଜିଲ୍ଲାପାଳ ଦାଖଲ କରିଥିବା ଉତ୍ତରକୁ ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ରାଜସ୍ବ କମିସନର (ଆରଡିସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟକୁ ପରବର୍ତ୍ତୀ ପଦକ୍ଷେପ ପାଇଁ ପଠାଯାଇଛି। ଏ ସମ୍ପର୍କରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବଙ୍କୁ ଚିଠି ନମ୍ବର ୧୦୨୨୭/ଇବି,୧୬.୧୦.୨୦୨୬ରେ ଅବଗତ କରାଇଛନ୍ତି ଆରଡିସିଙ୍କ ଅତିରିକ୍ତ ସଚିବ। ଗତ ଅଗଷ୍ଟ ୧୦ ତାରିଖରେ ସାଂସଦ ଶ୍ରୀ ପୁରୋହିତ ସଂସଦୀୟ କାର୍ଯ୍ୟବିଧି ଓ ପରିଚାଳନା ନିୟମାବଳୀର ଧାରା ୨୨୨ ଅନୁଯାୟୀ ଜିଲ୍ଲାପାଳଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଦେଇଥିଲେ। ଏହି ଅଭିଯୋଗ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ଗୋୟଲ ନିଜ ରିପୋର୍ଟ ଦାଖଲ କରିଥିଲେ। ଉତ୍ତରାଞ୍ଚଳ ଆରଡିସିଙ୍କ ତରଫରୁ ଗତ ୧୩ ତାରିଖରେ ତାହା ଗ୍ରହଣ କରାଯାଇଥିଲା। ଆଜି ଉକ୍ତ ରିପୋର୍ଟକୁ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ପଠାଯାଇଛି।
College union election: ସୁକିନ୍ଦା କଲେଜ ନିର୍ବାଚନ ବନ୍ଦ୍ ପଛରେ ଛାତ୍ରନେତାଙ୍କ ଉଦାସୀନତା
ବରଗଡ଼ ଶାଖା କେନାଲ ରାସ୍ତା ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମକୁ ସାଂସଦଙ୍କୁ ନିମନ୍ତ୍ରଣ କିମ୍ବା ସୂଚନା ଦିଆଯାଇ ନଥିବା ଏବଂ ଶିଳାନ୍ୟାସ ଫଳକରେ ତାଙ୍କ ନାମ ଉଲ୍ଲେଖ ହୋଇନଥିବା ଅଭିଯୋଗ ହୋଇଥିଲା। ଏହି କାର୍ଯ୍ୟକ୍ରମ ମେ’ ୧୭ ତାରିଖରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ନିଜ ପକ୍ଷ ରଖି କହିଛନ୍ତି ଯେ ଏହି ପ୍ରକଳ୍ପ ଜଳସମ୍ପଦ ବିଭାଗ ଅଧୀନରେ ଥିବାରୁ କାର୍ଯ୍ୟକ୍ରମ ଆୟୋଜନ, ନିମନ୍ତ୍ରଣ ଓ ଶିଳାନ୍ୟାସ ଫଳକ ପ୍ରସ୍ତୁତି ଦାୟିତ୍ୱ ସମ୍ପୃକ୍ତ ବିଭାଗର ଥିଲା। କାର୍ଯ୍ୟକ୍ରମ ସମ୍ପର୍କରେ ତାଙ୍କୁ କୌଣସି ଔପଚାରିକ ସୂଚନା ମଧ୍ୟ ମିଳିନଥିଲା। ସାଂସଦଙ୍କୁ ଜାଣିଶୁଣି ବାଦ୍ ଦେବା ପାଇଁ ସେ କୌଣସି ନିର୍ଦ୍ଦେଶ ଦେଇନଥିବା ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି। ସେହିପରି ପିଏମ୍-କିଷାନ କାର୍ଯ୍ୟକ୍ରମ ଓ ଚିଠିର ଜବାବ ନେଇ ସ୍ପଷ୍ଟୀକରଣରେ କୁହାଯାଇଛି ଯେ ପିଏମ୍-କିଷାନ କାର୍ଯ୍ୟକ୍ରମରେ ସାଂସଦଙ୍କୁ ଅବହେଳା କରାଯିବା ଓ ସରକାରୀ ଯୋଜନା ସମ୍ପର୍କିତ ସୂଚନା ଦିଆଯାଉ ନଥିବା ଅଭିଯୋଗ ମଧ୍ୟ ଠିକ୍ ନୁହେଁ। ତାଙ୍କ ରିପୋର୍ଟ ଅନୁଯାୟୀ, ଜିଲ୍ଲାରେ ୨୦୨୪ ଜୁନ୍ରୁ ୨୦୨୬ ଜୁନ୍ ମଧ୍ୟରେ ସାତଟି ପିଏମ୍-କିଷାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
Judegement: ତ୍ବିଷା ଶର୍ମା ମୃତ୍ୟୁ ମାମଲା: ଭୋପାଳ ଅଦାଲତରେ ବିଚାର ସ୍ଥଗିତ ରଖିଲେ ସୁପ୍ରିମ୍କୋର୍ଟ
ଏଥିପାଇଁ ସାଂସଦଙ୍କ ସମେତ ଜିଲ୍ଲାର ବିଧାୟକ ଓ ଅନ୍ୟ ଜନପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସେହିପରି ୨୦୨୬ ଜାନୁଆରିରୁ ଏଯାବତ ସାଂସଦଙ୍କ ପକ୍ଷରୁ ମିଳିଥିବା ୪୧ଟି ଚିଠିକୁ ସ୍ୱୀକାର କରାଯାଇ ତାହାର ଜବାବ ଦିଆଯାଇଥିବା କିମ୍ବା ଆବଶ୍ୟକ ପଦକ୍ଷେପ ପାଇଁ ସମ୍ପୃକ୍ତ ବିଭାଗକୁ ପଠାଯାଇଥିବା ଜିଲ୍ଲାପାଳ ଦର୍ଶାଇଛନ୍ତି। ଜିଲ୍ଲାପାଳଙ୍କ ମତରେ ସାଂସଦଙ୍କ ସାମ୍ବିଧାନିକ ମର୍ଯ୍ୟାଦା କ୍ଷୁଣ୍ଣ କରିବା କିମ୍ବା ତାଙ୍କ ସଂସଦୀୟ ଦାୟିତ୍ୱ ନିର୍ବାହରେ ବାଧା ସୃଷ୍ଟି କରିବା ଭଳି କୌଣସି ଉଦ୍ଦେଶ୍ୟ ତାଙ୍କର ନଥିଲା। ଏଣୁ ସ୍ୱାଧିକାର ଭଙ୍ଗ ନୋଟିସ୍ରେ ଉଠାଯାଇଥିବା ଅଭିଯୋଗ ଉପଲବ୍ଧ ସରକାରୀ ରେକର୍ଡରୁ ପ୍ରମାଣିତ ହେଉନାହିଁ ବୋଲି ସେ ନିଜ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।