MrBeast: ୟୁଟ୍ୟୁବ୍‌ରୁ କୋଟି କୋଟି ରୋଜଗାର… ଦାନ କରନ୍ତି ଲକ୍ଷ ଲକ୍ଷ! କିଏ ଏହି ମିଷ୍ଟର୍ ବିଷ୍ଟ?

Sep 29, 2026 - 20:49
MrBeast: ୟୁଟ୍ୟୁବ୍‌ରୁ କୋଟି କୋଟି ରୋଜଗାର… ଦାନ କରନ୍ତି ଲକ୍ଷ ଲକ୍ଷ! କିଏ ଏହି ମିଷ୍ଟର୍ ବିଷ୍ଟ?

"ନୂଆଦିଲ୍ଲୀ:  ୟୁଟ୍ୟୁବ୍‌ରେ ଭିଡିଓ କରନ୍ତି...

କୋଟି କୋଟି ଟଙ୍କା ରୋଜଗାର କରନ୍ତି...

ଆଉ ସେହି ଟଙ୍କାର ବଡ଼ ଅଂଶ ପୁଣି ଲୋକଙ୍କୁ ଦାନ କରିଦିଅନ୍ତି।

ଏବେ ଭାରତରେ ତାଙ୍କୁ ନେଇ ଚର୍ଚ୍ଚା ଜୋର୍।

ଆଗ୍ରାର ତାଜମହଲଠାରୁ ମୁମ୍ବାଇର "ରାମାୟଣ" ଇଭେଣ୍ଟ ସବୁଠି ନଜର ଆସିଲେ ବିଶ୍ୱର ଚର୍ଚ୍ଚିତ ୟୁଟ୍ୟୁବର୍ ମିଷ୍ଟର୍ ବିଷ୍ଟ।

ନାଁ ମିଷ୍ଟର୍ ବିଷ୍ଟ...

ଅସଲ ନାଁ ଜିମି ଡୋନାଲ୍ଡସନ୍।

ଆଜି ଡିଜିଟାଲ୍ ଦୁନିଆର ଏକ ବଡ଼ ଷ୍ଟାର୍।

୨୦୨୬ର ଫୋର୍ବସ୍ ଟପ୍ କ୍ରିଏଟର୍ସ ତାଲିକାରେ ମିଷ୍ଟର୍ ବିଷ୍ଟ ଶୀର୍ଷରେ ରହିଛନ୍ତି।

ତାଙ୍କର ମୋଟ ଫଲୋଅର୍ସ ସଂଖ୍ୟା ପ୍ରାୟ ୮୭.୩ କୋଟି ବୋଲି ଫୋର୍ବସ୍ ଉଲ୍ଲେଖ କରିଛି।Advertisment Three lipped Spider: ୩ ଓଠର ବୁଢିଆଣି!

ଚାଲିବା ବଦଳରେ ଗୋଡ଼ରେ କରେ ସଫା  କିନ୍ତୁ ଏହି ସଫଳତା ପଛର କାହାଣୀ ମଧ୍ୟ କମ୍ ରୋଚକ ନୁହେଁ।

ମାତ୍ର ୧୧ ବର୍ଷ ବୟସରୁ ୟୁଟ୍ୟୁବ୍‌ରେ ଭିଡିଓ ଅପଲୋଡ୍ କରୁଥିଲେ ଜିମି।

ଧୀରେ ଧୀରେ ତାଙ୍କର ଚ୍ୟାଲେଞ୍ଜ୍, ଷ୍ଟଣ୍ଟ୍ ଓ ବଡ଼ ପୁରସ୍କାର ଥିବା ଭିଡିଓ ତାଙ୍କୁ ବିଶ୍ୱର କୋଣ ଅନୁକୋଣରେ ପରିଚିତ କରାଇଲା।

ତାଙ୍କ ପ୍ରଥମ ବ୍ରାଣ୍ଡ ଡିଲ୍‌ରୁ ମିଳିଥିଲା ୧୦ ହଜାର ଡଲାର।

କୁହାଯାଏ, ସେହି ଟଙ୍କା ଜଣେ ଗୃହହୀନ ବ୍ୟକ୍ତିଙ୍କୁ ଦେଇଥିଲେ ମିଷ୍ଟର୍ ବିଷ୍ଟ।

ପରେ ମଧ୍ୟ ତାଙ୍କ ଭିଡିଓରେ ଲୋକଙ୍କୁ ବଡ଼ ବଡ଼ ପୁରସ୍କାର ଦେବା ସହ ଦାନଧର୍ମର ଅନେକ ଉଦାହରଣ ଦେଖିବାକୁ ମିଳିଛି।

ତେବେ ମିଷ୍ଟର୍ ବିଷ୍ଟଙ୍କ ରୋଜଗାର କେବଳ ୟୁଟ୍ୟୁବ୍‌ରେ ସୀମିତ ନୁହେଁ।

ଫୁଡ୍ ବ୍ରାଣ୍ଡ, ଖେଳନା, ପୋଷାକ ଏବଂ ଲାଇସେନ୍ସିଂ ବ୍ୟବସାୟ ସହ ତାଙ୍କର ବଡ଼ ବ୍ୟବସାୟିକ ସାମ୍ରାଜ୍ୟ ରହିଛି।

ତାଙ୍କ ରିଅଲିଟି ଶୋ" "ବିଷ୍ଟ ଗେମ୍ସ" ଆମାଜନ୍ ପ୍ରାଇମ୍‌ରେ ମଧ୍ୟ ଷ୍ଟ୍ରିମ୍ ହେଉଛି।

ଫୋର୍ବସ୍ ଅନୁସାରେ, ତାଙ୍କର ନେଟ୍‌ୱର୍ଥ ପ୍ରାୟ ୩୦୦ ମିଲିୟନ୍ ଡଲାର୍।

ଏବେ ପୁଣି ଫାଇନାନ୍ସ ସେକ୍ଟର୍‌ରେ ପାଦ ଥାପିବାକୁ ଯାଉଛନ୍ତି ମିଷ୍ଟର୍ ବିଷ୍ଟ।

୨୦୨୬ ଫେବ୍ରୁଆରୀରେ ତାଙ୍କ କମ୍ପାନୀ "ଷ୍ଟେପ୍" ନାମକ ଏକ ଆପ୍ କିଣିଥିବା ଫୋର୍ବସ୍ ରିପୋର୍ଟ କରିଛି।

ଏହି ଆପ୍ ଯୁବପିଢ଼ିଙ୍କୁ ନିବେଶ ଓ ଆସେଟ୍ ମ୍ୟାନେଜମେଣ୍ଟ ବିଷୟରେ ଶିଖାଇଥାଏ।

ଆଉ ଏବେ ଭାରତ ଗସ୍ତକୁ ନେଇ ମଧ୍ୟ ଚର୍ଚ୍ଚାରେ ମିଷ୍ଟର୍ ବିଷ୍ଟ।

ତାଜମହଲ ବୁଲିବା ପରେ ମୁମ୍ବାଇରେ "ରାମାୟଣ" ଟିମ୍ ସହ ଏକ ଇଭେଣ୍ଟରେ ଯୋଗ ଦେଇଥିଲେ।

ରଣବୀର କପୁରଙ୍କ ସହ ସେ "ଜୟ ଶ୍ରୀରାମ" ଉଚ୍ଚାରଣ କରିଥିବା ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି।

ସୋସିଆଲ୍ ମିଡିଆରୁ ଆରମ୍ଭ କରି ବିଜନେସ୍, ମନୋରଞ୍ଜନରୁ ଫାଇନାନ୍ସ ମିଷ୍ଟର୍ ବିଷ୍ଟ ଏବେ ନିଜ ଡିଜିଟାଲ୍ ପରିଚୟକୁ ଏକ ବଡ଼ ବ୍ରାଣ୍ଡରେ ପରିଣତ କରିସାରିଛନ୍ତି।

ଆଉ ସେଥିପାଇଁ ହିଁ, ୟୁଟ୍ୟୁବ୍‌ର ଦୁନିଆରେ ମିଷ୍ଟର୍ ବିଷ୍ଟଙ୍କ ନାଁ ଆଜି ଏକ ବଡ଼ ପରିଚୟ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।