MS Dhoni Drops Major Hint on IPL Future: ଆଇପିଏଲ୍ ୨୦୨୭ରେ ଖେଳିବେ କି ମାହି? ଡିସେମ୍ବର ପୂର୍ବରୁ ନେବେ ବଡ଼ ନିଷ୍ପତ୍ତି
ଆଇପିଏଲ୍ରେ ପୁଣି ଦେଖିବାକୁ ମିଳିବ କି ମାହିଙ୍କ ମ୍ୟାଜିକ୍?
ହଳଦିଆ ଜର୍ସି ପିନ୍ଧି ପୁଣି ପଡ଼ିଆକୁ ଓହ୍ଲାଇବେ କି ଚେନ୍ନାଇ ସୁପର କିଙ୍ଗ୍ସର ଏହି ମହାନାୟକ?
ଧୋନିଙ୍କ ଭବିଷ୍ୟତକୁ ନେଇ ଚାଲିଥିବା ସବୁ କଳ୍ପନାଜଳ୍ପନା ଭିତରେ ଏବେ ଆସିଛି ଏକ ବଡ଼ ସଙ୍କେତ।
ଆସନ୍ତା ଡିସେମ୍ବର ପୂର୍ବରୁ ନିଜ ଭବିଷ୍ୟତ ନେଇ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ମହେନ୍ଦ୍ର ସିଂ ଧୋନି।
ତେବେ ଆଇପିଏଲ୍ ୨୦୨୭ରେ ଖେଳିବେ କି ନାହିଁ, ତାହା ଏବେ ବି ସ୍ପଷ୍ଟ ହୋଇନାହିଁ।
Advertisment ଧୋନିଙ୍କ ଗୋଟିଏ ବୟାନ… ଆଉ କ୍ରିକେଟ୍ ଦୁନିଆରେ ପୁଣି ଆରମ୍ଭ ହୋଇଛି ଚର୍ଚ୍ଚା।
ବେଙ୍ଗାଲୁରୁରେ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ଆଇପିଏଲ୍ ଭବିଷ୍ୟତ ବିଷୟରେ ମୁହଁ ଖୋଲିଛନ୍ତି ଧୋନି।
ନିଜର ମଜାଳିଆ ଅନ୍ଦାଜରେ ସେ କହିଛନ୍ତି, ପ୍ରଥମେ ଡାକ୍ତରଙ୍କ ପରୀକ୍ଷା ଓ ରିପୋର୍ଟ ଆସିବ।
ତା'ପରେ ଡିସେମ୍ବର ପୂର୍ବରୁ ନିଷ୍ପତ୍ତି ନେବେ ଯେ ଆଉ ଗୋଟିଏ ସିଜିନ୍ ଖେଳିବାକୁ ସେ କେତେ ପ୍ରସ୍ତୁତ।
ଧୋନି କହିଛନ୍ତି, ଡାକ୍ତରମାନେ ତାଙ୍କୁ ପରୀକ୍ଷା କରି ରିପୋର୍ଟ ଦେବେ।
ଆଉ ଯଦି ସେ ଆଉ ଗୋଟିଏ ସିଜିନ୍ ଖେଳିବାକୁ ଚାହାନ୍ତି, ତେବେ ତାଙ୍କୁ ସେଥିପାଇଁ ଫିଟ୍ ରଖିବାର ଦାୟିତ୍ୱ ଡାକ୍ତରଙ୍କର।
ନିଜକୁ ଏକ ପୁରୁଣା ଗାଡ଼ି ସହ ତୁଳନା କରି ଧୋନି ହସି ହସି କହିଛନ୍ତି, ସେହି ଗାଡ଼ିକୁ ରାସ୍ତାରେ ଚଳାଇବା ଯୋଗ୍ୟ କରିବାର ସବୁ ଚାପ ଏବେ ଡାକ୍ତରଙ୍କ ଉପରେ।
Advertisment ଗତ ଆଇପିଏଲ୍ ସିଜିନ୍ରେ କାଫ୍ ଇଞ୍ଜୁରି ଯୋଗୁଁ ପୂରା ସିଜିନ୍ରୁ ବାଦ୍ ପଡ଼ିଥିଲେ ଧୋନି।
ତାଙ୍କ ଅନୁପସ୍ଥିତି ମଧ୍ୟରେ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟ ପ୍ଲେଅଫ୍ରେ ସ୍ଥାନ ପାଇପାରିନଥିଲା।
ଏହା ପରଠାରୁ ଧୋନିଙ୍କ ଆଇପିଏଲ୍ ଭବିଷ୍ୟତକୁ ନେଇ ଲାଗି ରହିଛି ଚର୍ଚ୍ଚା।
ସେପଟେ ଧୋନିଙ୍କୁ ଆଇପିଏଲ୍ ୨୦୨୭ରେ ହଳଦିଆ ଜର୍ସିରେ ଦେଖିବାକୁ ଆଶା ରଖିଛି ଚେନ୍ନାଇ ସୁପର କିଙ୍ଗ୍ସ।
ଦଳର ସିଇଓ କାଶୀ ବିଶ୍ୱନାଥନ କହିଛନ୍ତି, ଧୋନି ନିଜେ ତାଙ୍କ ନିଷ୍ପତ୍ତି ଜଣାଇବେ।
ସେ ଚେନ୍ନାଇ ଆସିବା ପରେ ଏ ବିଷୟରେ ସୂଚନା ଦେବେ ବୋଲି ଦଳ ଆଶା କରୁଛି।
ଧୋନି ଆଉ ଗୋଟିଏ ସିଜିନ୍ ଖେଳିପାରନ୍ତି ବୋଲି ମଧ୍ୟ ସେ ସଙ୍କେତ ଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।