Murder: ଅମୃତସର୍‌ରେ ଲୋକପ୍ରିୟ ମେକ୍‌ଅପ୍‌ ଆର୍ଟିଷ୍ଟ ମ୍ୟାଡ୍‌ ସାନ୍ଧୁଙ୍କୁ ଗୁଳି କରି ହତ୍ୟା

Oct 03, 2026 - 21:40
Murder: ଅମୃତସର୍‌ରେ ଲୋକପ୍ରିୟ ମେକ୍‌ଅପ୍‌ ଆର୍ଟିଷ୍ଟ ମ୍ୟାଡ୍‌ ସାନ୍ଧୁଙ୍କୁ ଗୁଳି କରି ହତ୍ୟା

"ଅମୃତସର୍‌: ଅମୃତସର୍‌ରେ ପଞ୍ଜାବୀ ଇନ୍‌ଫ୍ଲୁଏନ୍ସର୍‌ ତଥା ଲୋକପ୍ରିୟ ମେକ୍‌-ଅପ୍‌ ଆର୍ଟିଷ୍ଟ ମ୍ୟାଡ୍‌ ସାନ୍ଧୁ ଓରଫ ମଧୁସୂଦନଙ୍କୁ ଗୁଳିକରି ହତ୍ୟା କରାଯାଇଛି।

ରାଜ୍ୟରେ ଏଲଜିବିଟି ସମ୍ପ୍ରଦାୟର ସେ ଜଣେ ପ୍ରମୁଖ ବ୍ୟକ୍ତିତ୍ବ ଥିଲେ।

ଶନିବାର ସନ୍ଧ୍ୟା ୬ଟାରେ ଦୁଇ ଜଣ ବ୍ୟକ୍ତି ଏକ ବାଇକରେ ଆସି ତାଙ୍କ ଉପରକୁ ଅନ୍ଧାଧୂନ ଗୁଳି କରିଥିଲେ।

ତାଙ୍କୁ ଦୁଇଟି ଗୁଳି ବାଜିଥିବାବେଳେ ସେ ବହୁ ସମୟ ଧରି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥା ରାସ୍ତାରେ ପଡ଼ି ରହିଥିଲେ।

ପରେ ହସ୍ପିଟାଲ ନିଆଯାଇଥିବାବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।Advertisment ମ୍ୟାଡ ସାନ୍ଧୁ ରାସ୍ତାରେ ପଡ଼ି ଛଟପଟ ହେଉଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

ବର୍ଷକ ତଳେ ବଠିଣ୍ଡାରେ ଜଣେ ସାମାଜିକ ଗଣମାଧ୍ୟମ ଇନ୍‌ଫ୍ଲୁଏନ୍ସର୍‌ଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା।

କଟରପନ୍ଥୀ ଜୁନ୍ ୨୦୨୫ରେ କାଞ୍ଚନ କୁମାରୀ ଓରଫ୍‌ କମଲ କୌର ଭାବୀଙ୍କୁ ହତ୍ୟା କରିଥିଲେ।

ମ୍ୟାଡ ସାନ୍ଧୁଙ୍କୁ ଅନେକ ସମୟରେ ପଡକାଷ୍ଟରେ ମେକ୍‌ ଅପ୍‌, ଫିଲ୍ମ ବ୍ୟବସାୟ, ଲିଙ୍ଗଗତ ବିଷୟରେ କହିବାରେ ଦେଖାଯାଏ।

ସେ ସବୁବେଳେ ସୋସିଆଲ ମିଡିଆରେ ସମଲିଙ୍ଗୀ ଟ୍ରୋଲିଂର ସମ୍ମୁଖୀନ ହେଉଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁଳିକାଣ୍ଡର ତଦନ୍ତ କରୁଛି।

Murder: ଅମୃତସର୍‌ରେ ଲୋକପ୍ରିୟ ମେକ୍‌ଅପ୍‌ ଆର୍ଟିଷ୍ଟ ମ୍ୟାଡ୍‌ ସାନ୍ଧୁଙ୍କୁ ଗୁଳି କରି ହତ୍ୟା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।