Murder: ବୃଦ୍ଧାଙ୍କ ସନ୍ଦେହଜନକ ମୃତ୍ୟୁ, ଲୁଟ୍ ପରେ ହତ୍ୟା ସନ୍ଦେହ

Jul 25, 2026 - 12:51
Murder: ବୃଦ୍ଧାଙ୍କ ସନ୍ଦେହଜନକ ମୃତ୍ୟୁ, ଲୁଟ୍ ପରେ ହତ୍ୟା ସନ୍ଦେହ

"ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଜଣେ ବୃଦ୍ଧାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଲୁଟ୍ ପାଇଁ ଆସିଥିବା ଲୁଟେରା ତାଙ୍କୁ ହତ୍ୟାକରିଥିବା ସନ୍ଦେହ କରାଯାଉଛି।

ଗତକାଲି ରାତ୍ରୀରେ ଘରୁ ତାଙ୍କର ରକ୍ତଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି ।

ମୃତା ହେଲେ ୭୫ ବର୍ଷୀୟା ଶାନ୍ତିଲତା ପ୍ରଧାନ ।Advertisment ବୃଦ୍ଧା ଏକା ରହୁଥିଲେ ଜଟଣୀ ଥାନା ଅଧୀନସ୍ଥ ଉପରବସ୍ତ ଗ୍ରାମରେ ବୃଦ୍ଧା ଏକା ରହୁଥିଲେ ଏବଂ ତାଙ୍କ ପୁଅ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ମେଡିକାଲରେ ଥିଲେ।

ଗତକାଲି ଘରେ କେହି ନଥିବା ଏବଂ ବର୍ଷା ଲାଗିରହିଥିବାର ସୁଯୋଗ ନେଇ ଲୁଟେରା ଘରେ ପଶି ଆକ୍ରମଣ କରିଥିବା ଅନୁମାନ କରାଯାଉଛି ।

ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା ।

ପରିବାରବର୍ଗଙ୍କଠାରୁ ଖବର ପାଇ ଜଟଣୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।

ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୁଲିସ୍ ।

V.K.Pandian: ସିଏମ୍‌ଓରୁ ଫାଇଲ୍ ଗାୟବ ମାମଲା: ଆଜି କ୍ୟାପିଟାଲ୍‌ ଥାନାରେ ହାଜର ହେବେନି ଭି.କେ.ପାଣ୍ଡିଆନ୍ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।