Murder: ମଦ ହେଲା କାଳ: କକାର ଟାଙ୍ଗିଆ ଚୋଟରେ ପୁତୁରାର ମୃତ୍ୟୁ, ଅଭିଯୁକ୍ତ ଗିରଫ

Oct 21, 2026 - 15:38
Murder: ମଦ ହେଲା କାଳ: କକାର ଟାଙ୍ଗିଆ ଚୋଟରେ ପୁତୁରାର ମୃତ୍ୟୁ, ଅଭିଯୁକ୍ତ ଗିରଫ

"ବୀରମିତ୍ରପୁର: ବୀରମିତ୍ରପୁର ଥାନା ଅନ୍ତର୍ଗତ ଜଲଙ୍ଗବିରା ପଞ୍ଚାୟତର ହାଡ୍ରାଟୋଲି ଗ୍ରାମରେ ମଦନିଶାର ବଶବର୍ତ୍ତୀ ହୋଇ କକା ନିଜ ପୁତୁରାକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଘଟଣା ଅଞ୍ଚଳରେ ଚଞ୍ଚଲ୍ୟ ଖେଳାଇଦେଇଛି।

ମୃତ ପୁତୁରାର ନାମ ଏତୁଆ କୁଜୁର(୪୦) ବୋଲି ଜଣାପଡିଛି।Advertisment ମିଳିଥିବା ସୂଚନା ଅନୁଯାୟୀ, ଜଲଙ୍ଗବିରା ପଞ୍ଚାୟତର ହାଡ୍ରାଟୋଲି ଗ୍ରାମର ବାସିନ୍ଦା ସାନିଆ କୁଜୁର(୪୫)ଙ୍କ ପିଲାଛୁଆ ନଥିବା ବେଳେ ସେ ତାଙ୍କ ପୁତୁରା ଏତୁଆ କୁଜୁରଙ୍କୁ ପୋଷ୍ୟପୁତ୍ର ଭାବରେ ନିଜଘରେ ରଖିଥିଲେ।

ଏତୁଆ କୌଣସି କାମ କରୁନଥିବା ବେଳେ ପ୍ରାୟ ସମୟରେ ମଦ୍ୟପାନ କରି ତାଙ୍କ କକା ସାନିଆ କୁଜୁରଙ୍କ ସହିତ ଝଗଡ଼ା କରିଆସୁଥିଲେ।

ଗତକାଲି ରାତିରେ କକା ସାନିଆ ଓ ପୁତୁରା ଏତୁଆ ଦୁଇଜଣଯାକ ମଦ୍ୟପାନ କରିଥିବା ବେଳେ ପୁତୁରା ଏତୁଆ ତାଙ୍କ କକା ସାନିଆଙ୍କ ସହିତ ଝଗଡ଼ା କରୁଥିବା ବେଳେ କକା ସାନିଆ ରାଗିଯାଇ ଘରେ ଥିବା ଏକ ଟାଙ୍ଗିଆ ସାହାଯ୍ୟରେ ପୁତୁରା ଏତୁଆଙ୍କ ମୁଣ୍ଡ ଓ ବେକରେ ପ୍ରହାର କରିବାରୁ ପୁତୁରା ଏତୁଆଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

ଘଟଣାର ତଦନ୍ତ ଚଳାଇଛି ପୁଲିସ ଘଟଣା ସମ୍ପର୍କରେ ସୂଚନା ପାଇ ବୀରମିତ୍ରପୁର ପୁଲିସ ଉପଖଣ୍ଡ ଅଧିକାରୀ ପୁଷ୍ପେନ୍ଦୁ ସାଗର, ଥାନା ଅଧିକାରୀ ଦିନେଶ କୁମାର ପଟ୍ଟା, ଏସଆଇ ଚକ୍ରଧର ହାଁସଦା, ଶ୍ରୀକାନ୍ତ ପଣ୍ଡା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ କକା ସାନିଆ କୁଜୁରଙ୍କୁ ଗିରଫ କରି ଥାନାକୁ ଆଣିବା ସହ ପୁଲିସ ସାଇଣ୍ଟିଫିକ ଦଳକୁ ଡ଼କାଇ ଘଟଣାର ତଦନ୍ତ ଚଳାଇଛି।

Manmohan Samal: ସିଜେପିକୁ ନବୀନ ପଟ୍ଟନାୟକଙ୍କ ସମର୍ଥନ ପ୍ରସଙ୍ଗ: ମନମୋହନ ସାମଲଙ୍କ କଡ଼ା ସମାଲୋଚନା, ବିଜେଡି ନେତାଙ୍କ ବିଚାର ବିଭ୍ରାଟ ହୋଇଛି"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।