Mystery Surrounds B.Tech Student’s Death: ଭଡ଼ାଘରୁ B.Tech ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
ରାୟଗଡ଼ା ଜିଲ୍ଲା ଗୁଣୁପୁରରେ ଜଣେ B.Tech ଛାତ୍ରଙ୍କ ମୃତଦେହ ଭଡ଼ାଘରୁ ଉଦ୍ଧାର ହୋଇଛି। ଗୁଣୁପୁର ପୌର ପରିଷଦ ଅନ୍ତର୍ଗତ ବରୁଣ ନଗର ଲେନ୍-୧ରେ ଥିବା ଏକ ଭଡ଼ାଘରୁ କୌଶିକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଛି।
ମୃତ ଛାତ୍ରଙ୍କ ଘର ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେ ଗୁଣୁପୁରର ଏକ ଘରୋଇ ବିଶ୍ୱବିଦ୍ୟାଳୟରେ B.Tech ପାଠ ପଢ଼ୁଥିଲେ। ତେବେ କୌଶିକଙ୍କ ମୃତ୍ୟୁର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।
ଘଟଣା ସମ୍ପର୍କରେ ଖବର ପାଇ ଗୁଣୁପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ୍ୟୁ ପଛରେ କଣ କାରଣ ରହିଛି, ସେନେଇ ପୋଲିସ ତଦନ୍ତ କରୁଛି। ତଦନ୍ତ ପରେ ଘଟଣାର ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।
ଭଡ଼ାଘରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ
ଭଡ଼ାଘରୁ B.Tech ଛାତ୍ରଙ୍କ ଝୁଲନ୍ତା ମୃତଦେହ ଠାବ
ଗୁଣୁପୁର ବରୁଣ ନଗର ଲେନ୍-୧ରେ ଭଡ଼ାଘରୁ ମିଳିଲା ମୃତଦେହ
ମୃତ ଛାତ୍ରଙ୍କ ଘର ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ
ଗୁଣୁପୁରର ଏକ ଘରୋଇ ବିଶ୍ୱବିଦ୍ୟାଳୟର ପଢ଼ୁଥିଲେ
ମୃତ୍ୟୁର କାରଣ ଅସ୍ପଷ୍ଟ
ଘଟଣାସ୍ଥଳରେ ପୋଲିସର ତଦନ୍ତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।