Nana Lover Story: ଏହି ଅଭିନେତ୍ରୀଙ୍କ ପ୍ରେମରେ ଦିୱାନା ଥିଲେ ନାନା!, ରାଇଟର କଲେ ଖୁଲାସା…

Oct 08, 2026 - 17:41
Nana Lover Story: ଏହି ଅଭିନେତ୍ରୀଙ୍କ ପ୍ରେମରେ ଦିୱାନା ଥିଲେ ନାନା!, ରାଇଟର କଲେ ଖୁଲାସା…

ମୁମ୍ୱାଇ: ବଲିଉଡର ଦିଗ୍‌ଜ ଅଭିନେତା ନାନା ପାଟେକରଙ୍କ ୭୫ ବର୍ଷ ବୟସରେ ହୃଦଘାତରେ ଦେହାନ୍ତ ହୋଇଛି। ନିଜ ଦୀର୍ଘ ଅଭିନୟ କ୍ୟାରିୟରରେ ନାନା ପାଟେକରଙ୍କ ନାଁ କିଛି ଚର୍ଚ୍ଚିତ ଅଭିନେତ୍ରୀଙ୍କ ସହ ଯୋଡ଼ା ଯାଇଥିଲା। ସେହିପରି ସେ ଜଣେ ଲୋକପ୍ରିୟ ଅଭିନେତ୍ରୀଙ୍କ ପାଇଁ ଦିୱାନା ଥିଲେ ବୋଲି ବେଶ୍ ଚର୍ଚ୍ଚା ମଧ୍ୟ ହୋଇଥିଲା ଆସନ୍ତୁ ଜାଣିବା ସେହି ଅଭିନେତ୍ରୀଙ୍କ ସହ ନାନାଙ୍କ ପ୍ରେମ ସମ୍ପର୍କ କିପରି ଥିଲା…

୯୦ ଦଶକରେ ଅଭିନେତା ନାନା ପାଟେକର ଓ ଅଭିନେତ୍ରୀ ମନୀଷା କୋଇରାଲାଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ଦୁହିଁଙ୍କ ମଧ୍ୟରେ ଥିବା ଘନିଷ୍ଠତାକୁ ନେଇ ପ୍ରେମ ସମ୍ପର୍କର ଗୁଜବ ମଧ୍ୟ ଜୋର ଧରିଥିଲା। ଏବେ ଫିଲ୍ମ ‘ଅଗ୍ନି ସାକ୍ଷୀ’ର ଲେଖକ ରଣବୀର ପୁଷ୍ପ ସେହି ସମୟର ସମ୍ପର୍କକୁ ନେଇ କଥା କହିଛନ୍ତି।

ରଣବୀର ପୁଷ୍ପ କହିଥିଲେ ଯେ ନାନା ପାଟେକର ଓ ମନୀଷା କୋଇରାଲାଙ୍କ ମଧ୍ୟରେ ଭଲ ବନ୍ଧୁତା ଥିଲା। ସେଟ୍‌ରେ ମଧ୍ୟ ଦୁହିଁଙ୍କ ମଧ୍ୟରେ ଭଲ ବୁଝାମଣା ଥିଲା। ତେବେ ଦୁହିଁଙ୍କ ରୋମାନ୍ସକୁ ନେଇ ଚାଲିଥିବା ଗୁଜବ ବିଷୟରେ ରଣବୀର କହିଥିଲେ ଯେ ସେ ନିଜେ କେବେ ମଧ୍ୟ ଦୁହିଁଙ୍କ ସମ୍ପର୍କକୁ ରୋମାଣ୍ଟିକ୍ ଦୃଷ୍ଟିକୋଣରୁ ଦେଖିନଥିଲେ। ପରବର୍ତ୍ତୀ ସମୟରେ ଏହି ସମ୍ପର୍କକୁ ନେଇ ଅନେକ ଗୁଜବ ଶୁଣିବାକୁ ମିଳିଥିଲା।
ସିଦ୍ଧାର୍ଥ କନ୍ନନଙ୍କ ସହ ଏକ ସାକ୍ଷାତକାରରେ ରଣବୀର ପୁଷ୍ପ ନାନା ଓ ମନୀଷାଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିବା କଥା ସ୍ୱୀକାର କରିଥିଲେ। ଦୁହିଁ ଅଭିନେତାଙ୍କ ବିଷୟରେ କହି ସେ କହିଥିଲେ, “ହଁ, ଏପରି ହୋଇଥିଲା। ଏହାକୁ ରୋମାନ୍ସ କୁହନ୍ତୁ କି ବନ୍ଧୁତା, ତାହା ଭଗବାନ ହିଁ ଜାଣନ୍ତି। କିନ୍ତୁ ଦୁହେଁ ନିକଟତର ଥିଲେ। ସେମାନଙ୍କ ମଧ୍ୟରେ ଭଲ ବୁଝାମଣା ଥିଲା। ସେମାନେ ସିନ୍‌ ବିଷୟରେ ଆଲୋଚନା କରି କାମ କରୁଥିଲେ ଏବଂ ତାହାର ପ୍ରଭାବ ପରଦାରେ ଦେଖାଯାଉଥିଲା।”

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।