Nandakishore Pool: ନନ୍ଦକିଶୋର ପୁଷ୍କରିଣୀର ହେବ ନବକଳେବର: ୩୦ ଲକ୍ଷରେ ହେବ ପାରିପାର୍ଶ୍ବିକ ଉନ୍ନତି
"ଭୁବନେଶ୍ବର: ବଦଳିବ ଐତିହ୍ୟ ନନ୍ଦକିଶୋର ପୁଷ୍କରିଣୀ ଚିତ୍ର।
ପାରିପାର୍ଶ୍ବିକ ଉନ୍ନତୀକରଣ ସାଙ୍ଗକୁ ଉଜ୍ଜ୍ବଳ ଆଲୋକରେ ଝଲସିବ ଚତୁଃପାର୍ଶ୍ବ।
ଏଥିପାଇଁ ଭୁବନେଶ୍ବର ମହାନଗର ନିଗମ ପ୍ରାୟ ୩୦ଲକ୍ଷ ଟଙ୍କାର ବ୍ୟୟବରାଦ କରିଛି ଓ ଏହାର ଟେଣ୍ଡର ପ୍ରକ୍ରିୟା ବି ଶେଷ ହୋଇଛି।
୪ ମାସ ଭିତରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି।Advertisment Maa Rambhadevi: ମା" ରମ୍ଭାଦେବୀଙ୍କ ଯାତ୍ରା ପୁରାତନ ଜାତୀୟ ରାଜପଥ ପାର୍ଶ୍ୱ ଗ୍ୟାରେଜ୍ ଛକ ୱାର୍ଡନମ୍ବର ୫୯ ଅନ୍ତର୍ଗତ ନନ୍ଦକିଶୋରନଗରଠାରେ ରହିଥିବା ପ୍ରାଚୀନ ନନ୍ଦକିଶୋର ପୁଷ୍କରିଣୀ ପୂର୍ବରୁ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିଲା।
ବିଲାତି ଦଳ, ଅନାବନା ଘାସ ପୁଷ୍କରିଣୀକୁ ଢାଙ୍କି ଦେଇଥିଲା।
ଚତୁଃପାର୍ଶ୍ବରୁ ଗୃହ ଓ ନାଳର ଆବର୍ଜନା ପାଣି ଏହା ଭିତରକୁ ପଶି ପ୍ରଦୂଷିତ କରୁଥିଲା।
ଲୋକେ ଆବର୍ଜନା ଏହା ଭିତରେ ଫିଙ୍ଗୁଥିଲେ।
ଏଣୁ ଅଞ୍ଚଳବାସୀ ଏହାର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡ଼ିଥିଲେ।
ନିଜସ୍ବ ଖର୍ଚ୍ଚରେ ପ୍ରଥମ ବିଲାତି ଦଳ ଓ ଅନାବନା ଘାସକୁ ସଫା କରିବା ପରେ ଏବେ ଜେସିବି ଳଗାଇ ଏହାର ପଙ୍କୋଦ୍ଧାର ଶେଷ କରିଛନ୍ତି।
ଅଞ୍ଚଳବାସୀଙ୍କ ଏହି ପଦକ୍ଷେପକୁ ବଳ ଦେଇଛି ଭୁବନେଶ୍ବର ମହାନଗର ନିଗମ।
୩୦ ଲକ୍ଷରେ ହେବ ପାରିପାର୍ଶ୍ବିକ ଉନ୍ନତି ଲାଗିବ ଲାଇଟ୍, ହେବ ବନୀକରଣ ପେଭର ବ୍ଲକ ପକାରେ ୱାଟ୍କୋ ନାଳ ଅଡ଼ୁଆ ଭୁବନେଶ୍ବର ମହାନଗର ନିଗମ ଡ୍ରେନେଜ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରିୟବ୍ରତ ବେହେରା କହିଛନ୍ତି, ପ୍ରାୟ ୩୦ଲକ୍ଷ ଟଙ୍କାରେ ନନ୍ଦକିଶୋର ପୁଷ୍କରିଣୀ ଉନ୍ନତୀକରଣ ପ୍ରକଳ୍ପର କାର୍ଯ୍ୟାଦେଶ ୪ ଦିନ ତଳେ ଦିଆଯାଇଛି।
ନନ୍ଦକିଶୋର ପୁଷ୍କରିଣୀ ପରିଦର୍ଶନ କରିବା ପରେ କମିସନର ଚଞ୍ଚଳ ରାଣା ଏହାର ପୁନରୁଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଟେଣ୍ଡରରେ ପୁଷ୍କରିଣୀର ଚତୁଃପାର୍ଶ୍ବ ଆଲୋକୀକରଣ, ବନୀକରଣ, ପେଭର୍ ବ୍ଲକ ପକାଇବା ଆଦି କାମ ରହିଛି।
କିନ୍ତୁ ପୁଷ୍କରିଣୀ ଭିତରେ ୱାଟ୍କୋର ଅନେକ ନାଳ ପଡ଼ିଛି।
ଏହା ସ୍ଥାନାନ୍ତର ନ ହେବା ପର୍ଯ୍ୟନ୍ତ ପେଭର୍ ବ୍ଲକ ପଡ଼ିପାରିବନି।
ୱାଟ୍କୋକୁ କମିସନର ନାଳ ପାଇପ୍ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଯେତେଶୀଘ୍ର ଏହି କାମ ସରିଯିବ, ପେଭର୍ ବ୍ଲକ ସେତେଶୀଘ୍ର ପଡ଼ିବ।
କିନ୍ତୁ ଏହା ପୂର୍ବରୁ ବନୀକରଣ ଓ ଆଲୋକୀକରଣ କାମ ସରିବ ବୋଲି ଶ୍ରୀ ବେହେରା କହିଛନ୍ତି।
Murder: ଅଭିଯୁକ୍ତର ନାବାଳିକା ଝିଅ ସମେତ ଛଅ ଜଣଙ୍କୁ ପଚରାଉଚୁରା ଏକାମ୍ର ଜନ ଜାଗରଣ ମଞ୍ଚ ସଭାପତି ଭୀଷ୍ମ ନାରାୟଣ ନାୟକ କହିଛନ୍ତି, ନନ୍ଦକିଶୋର ପୁଷ୍କରିଣୀ ଏକଦା ଏକାମ୍ର କ୍ଷେତ୍ରର ତୀର୍ଥ ପୁଷ୍କରିଣୀ ଥିଲା।
୨୦୧୧ ମସିହାରେ ଏହାକୁ ପୋତାଯାଇ ଅଟ୍ଟାଳିକା ନିର୍ମାଣ ପାଇଁ ମସୁଧା ଚାଲିଥିବା ବେଳେ ଅଞ୍ଚଳବାସୀ ଦୃଢ଼ ବିରୋଧ କରିଥିଲେ।
ପ୍ରଶାସନର ହସ୍ତକ୍ଷେପ ଲୋଡ଼ିବା ସହ ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ।
ଉଚ୍ଚ ନ୍ୟାୟାଳୟ ବିଏମ୍ସି ଆୟୁକ୍ତ ଓ ଦେବୋତ୍ତର ଆୟୁକ୍ତଙ୍କୁ ପୁଷ୍କରିଣୀର ସୁରକ୍ଷା ଓ ସଂରକ୍ଷଣ ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଏହା ପରେ ବି ବିଏମ୍ସି ପୁଷ୍କରିଣୀକୁ ସଫା କଲାନି।
ଏଣୁ ଅଞ୍ଚଳବାସୀ ନନ୍ଦକିଶୋର ପୁଷ୍କରିଣୀ ଉନ୍ନୟନ ପରିଷଦ ଗଠନ କରି ନିଜସ୍ବ ସମ୍ବଳରେ ପୁଷ୍କରିଣୀର ପୁନରୁଦ୍ଧାର କରିଛନ୍ତି।
ଏହାର ପାରିପାର୍ଶ୍ବିକ ସୌନ୍ଦର୍ଯୀକରଣ ପାଇଁ ବିଏମ୍ସିର ପ୍ରଚେଷ୍ଟା ସ୍ବାଗତଯୋଗ୍ୟ।
ଆଗକୁ ବର୍ଷା ଥିବାବେଳେ ଯଥାଶୀଘ୍ର ଏହି କାମ ସାରିବାକୁ ସେ ଦାବି କରିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।