Nation and World: ଦେଶ ଓ ବିଶ୍ବ: ଇଜିପ୍ଟରେ ଲୁଣ ମାଗିବା ଅପରାଧ

Sep 13, 2026 - 09:26
Nation and World: ଦେଶ ଓ ବିଶ୍ବ: ଇଜିପ୍ଟରେ ଲୁଣ ମାଗିବା ଅପରାଧ

"ଭାରତରେ ଭୋଜନ କରୁଥିବା ବେଳେ "ଟିକେ ଲୁଣ ଦିଅନ୍ତୁ" କହିବା ସମ୍ପୂର୍ଣ୍ଣ ସାଧାରଣ କଥା।

କିନ୍ତୁ ଦୁନିଆର କେତେକ ସଂସ୍କୃତିରେ ଏହି ସାଧାରଣ ଅନୁରୋଧ ମଧ୍ୟ ଭିନ୍ନଅର୍ଥ ବହନ କରେ।

ଇଜିପ୍ଟ ସେହି ଦେଶଗୁଡ଼ିକ ମଧ୍ୟରୁ ଗୋଟିଏ।

ତେବେ ପ୍ରଥମେ ଜାଣି ରଖନ୍ତୁ ଯେ ମିଶରରେ ଲୁଣ ମାଗିବା କୌଣସି ଆଇନଗତ ଅପରାଧ ନୁହେଁ।

ତେବେ ବି ଏହା କେତେକ ପରିସ୍ଥିତିରେ ଭୋଜନ ସମ୍ପର୍କିତ ଏକ ସାଂସ୍କୃତିକ ଶିଷ୍ଟାଚାର ଭାବେ ଦେଖାଯାଏ।

ମିଶରୀୟ ସମାଜରେ ଅତିଥି ସତ୍କାରକୁ ବିଶେଷ ଗୁରୁତ୍ୱ ଦିଆଯାଇଥାଏ।

ଘରକୁ ଅତିଥି ଆସିଲେ ତାଙ୍କ ପାଇଁ ଯତ୍ନର ସହ ଖାଦ୍ୟ ପ୍ରସ୍ତୁତ କରିବାକୁ ଆତିଥ୍ୟର ଅଂଶ ଭାବେ ନିଆଯାଏ।

ଏଭଳି ସ୍ଥିତିରେ ଖାଦ୍ୟ ପରିବେଷଣ ପରେ ଅତିରିକ୍ତ ଲୁଣ କିମ୍ବା ଗୋଲମରିଚ ମାଗିବାକୁ କେତେକ ଲୋକ ରନ୍ଧା ଖାଦ୍ୟର ସ୍ୱାଦ ପସନ୍ଦ ହୋଇନାହିଁ ବୋଲି ଇଙ୍ଗିତ ଭାବେ ନେଇପାରନ୍ତି।Advertisment Cows Rescued: ଗୋରୁ ଚୋରି ଅଭିଯୋଗରେ ଦୁଇ ଅଟକ: ୩ ଗାଈ ଉଦ୍ଧାର ଅର୍ଥାତ୍, ଏହା ରାନ୍ଧୁଥିବା ବ୍ୟକ୍ତିଙ୍କ ରାନ୍ଧଣାକୁ ପରୋକ୍ଷ ଭାବେ ସମାଲୋଚନା କରିବା ପରି ଲାଗିପାରେ।

ଏହି କାରଣରୁ ସେଠାରେ ସିଧାସଳଖ ଲୁଣ ମାଗିବାକୁ ଏକ ଅପରାଧ ବୋଲି କୁହାଯାଏ।

ସେଠାରେ ଅତିଥିଙ୍କୁ ଭୋଜନ ପରିବେଷଣ କରିବା ଏକ ସମ୍ମାନର ବିଷୟ।

ତେଣୁ ଅତିଥି ବଢ଼ା ଯାଇଥିବା ଖାଦ୍ୟକୁ ଆନନ୍ଦର ସହ ଗ୍ରହଣ କରିବା ଓ ପ୍ରଶଂସା କରିବାକୁ ଭଦ୍ରତାର ଅଂଶ ଭାବେ ବିବେଚନା କରାଯାଏ।

ଏଠାରେ ଆଉ ଏକ ଆକର୍ଷଣୀୟ କଥା ହେଉଛି ଭୋଜନ ସମ୍ପର୍କିତ ଅନେକ ନିୟମ ପରିବାର, ଅଞ୍ଚଳ ଓ ପରିସ୍ଥିତି ଅନୁସାରେ ବଦଳିପାରେ।

ଏଠାରେ ଖାଦ୍ୟ କେବଳ ସ୍ୱାଦର ବିଷୟ ନୁହେଁ, ଏହା ସଂସ୍କୃତି, ସମ୍ମାନ ଓ ଆତିଥ୍ୟର ମଧ୍ୟ ଏକ ଅଂଶ।

Encounter: ପୁଲିସ ଉପରକୁ ୩ ରାଉଣ୍ଡ ଗୁଳି, ଜବାବରେ ଅପରାଧୀ ଉପରେ ୨ ରାଉଣ୍ଡ ଫାୟାରିଂ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।