National Handloom Day: ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ; ସପ୍ତାହକୁ ଥରେ ହାତବୁଣା ବସ୍ତ୍ର ପିନ୍ଧ: ରାଜ୍ୟପାଳ
"ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ୧୨ତମ ଜାତୀୟ ହସ୍ତତନ୍ତ ଦିବସ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ପାଳିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଯୋଗଦେଇ ହସ୍ତତନ୍ତକୁ ଜୀବନଶୈଳୀର ଅଂଶ କରିବା ସହ ସପ୍ତାହକୁ ଅନ୍ତତଃ ଥରେ ହାତବୁଣା ବସ୍ତ୍ର ପରିଧାନ କରି ବୁଣାକାରଙ୍କୁ ସମର୍ଥନ ଦେବା ପାଇଁ ଆହ୍ୱାନ କରିଥିଲେ।
ପ୍ରତ୍ୟେକ ହସ୍ତତନ୍ତ ବସ୍ତ୍ରରେ ବୁଣାକାରଙ୍କ ଦକ୍ଷତା, ପରିଶ୍ରମ, ପାରିବାରିକ ପରମ୍ପରା ଓ ସୃଜନଶୀଳତାର କାହାଣୀ ରହିଥାଏ।
ହସ୍ତତନ୍ତ କେବଳ ଏକ କପଡ଼ା ନୁହେଁ, ବରଂ ଏହା ଆମ ଐତିହ୍ୟ, ମର୍ଯ୍ୟାଦା, ଦକ୍ଷତା ଏବଂ ସ୍ୱାବଲମ୍ବନର ପ୍ରତୀକ ବୋଲି ରାଜ୍ୟପାଳ କହିଥିଲେ।
ସମ୍ମାନିତ ଅତିଥି ଭାବେ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗଦେଇ ଭିତ୍ତିଭୂମି ବିକାଶ, ବଜାର ପ୍ରୋତ୍ସାହନ, ଡିଜାଇନ୍, ଦକ୍ଷତା ଉନ୍ନତି ଏବଂ ସାମାଜିକ ସୁରକ୍ଷା ପଦକ୍ଷେପ ମାଧ୍ୟମରେ ବୁଣାକାରଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସ ଉପରେ ଆଲୋକପାତ କରିଥିଲେ।Advertisment Scam: ପଟ୍ଟନାୟକ ବନ୍ଧ ଦୁର୍ନୀତି ପଦାରେ ପଡ଼ିବା ପରେ ଅନ୍ୟ ପ୍ରକଳ୍ପକୁ ନେଇ ଚର୍ଚ୍ଚା ଏହି ଅବସରରେ ଜଗତ୍ସିଂହପୁରରେ କସ୍ତା ଭବନ, ସୁକିନ୍ଦାରେ ଟସର ସିଲ୍କ ପାର୍କ ଓ ସୁବିଧା କେନ୍ଦ୍ର, ଅଭିମାନପୁରରେ ହସ୍ତତନ୍ତ ଓ କୁତ୍ରିମ ବୁଦ୍ଧିମତ୍ତା ପାର୍କ, ଗୁଜରାଟ, ଅହମ୍ମଦାବାଦ ଓ ରଘୁରାଜପୁରରେ ରେଷୟଶମ୍ ଓଡ଼ିଶା ସୋ" ରୁମ୍, ଯାଜପୁର, ସୁବର୍ଣ୍ଣପୁର, ବୌଦ୍ଧ, କୋରାପୁଟ, ରାୟଗଡ଼ା, ଗଞ୍ଜାମ, କଳାହାଣ୍ଡିରେ ପ୍ରମୁଖ ପ୍ରାଥମିକ ବୁଣାକାର ସମବାୟ ସମିତିମାନଙ୍କ ପାଇଁ ସାତଟି କ୍ଷୁଦ୍ର ପୋଷାକ ୟୁନିଟ୍, ଯାଜପୁର, କଳାହାଣ୍ଡି ଓ କଟକର ପ୍ରମୁଖ ପ୍ରାଥମିକ ବୁଣାକାର ସମବାୟ ସମିତିମାନଙ୍କ ପାଇଁ ତିନିଟି ବିକ୍ରୟ କେନ୍ଦ୍ରକୁ ଆଭାସୀ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।
ଖୋର୍ଦ୍ଧାର ରାଉତପଡ଼ାରେ ଏକ ଫ୍ୟାବ୍ରିକ୍ କ୍ୟାଲେଣ୍ଡରିଂ ୟୁନିଟ୍ ମଧ୍ୟ ଉଦ୍ଘାଟିତ ହୋଇଛି।
ସେହିପରି ଗ୍ରାସିମ୍ ଇଣ୍ଡିଆ ଲିମିଟେଡ୍, ଜୁବି"ସ୍ ଡିଜାଇନର ଷ୍ଟୁଡିଓ ଓ ଆମାଜନ କାରିଗର ସହ ଏମ୍ଓୟୁ ସ୍ୱାକ୍ଷରିତ ହୋଇଥିଲା।
ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ୨୦୨୫-୨୬ ବର୍ଷର କାର୍ଯ୍ୟାବଳୀ ରିପୋର୍ଟ ମଧ୍ୟ ଉନ୍ମୋଚିତ ହୋଇଥିଲା।
LAC: ଭାରତ-ଚୀନ୍ ମଧ୍ୟରେ ଏଲ୍ଏସି ସ୍ଥିତିର ସମୀକ୍ଷା; ସୀମା ପରିଚାଳନା ଓ ସହଯୋଗ ଉପରେ ଆଲୋଚନା କାର୍ଯ୍ୟକ୍ରମରେ ଜୀବନବ୍ୟାପୀ ସାଧନା ପାଇଁ ବରଗଡ଼ର ବୁଣାକାର ଡ.
ସୁରେନ୍ଦ୍ର ମେହେରଙ୍କୁ ସମ୍ୱର୍ଦ୍ଧିତ କରଯାଇଥିଲା।
ସେହିପରି ଓଡ଼ିଶାରେ ହସ୍ତତନ୍ତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୬ ଜଣ ବିଶିଷ୍ଟ ବୁଣାକାରଙ୍କୁ ରାଜ୍ୟସ୍ତରୀୟ ପୁରସ୍କାର ଏବଂ ୪ ଜଣ ବୁଣାକାରଙ୍କୁ ତନ୍ତକୃତି ପୁରସ୍କାର ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମରେ "କୁସୁମ୍ - ହଜିଯାଇଥିବା ବସ୍ତ୍ରର ପୁନରୁଦ୍ଧାର" ଓ "କରୁଣା ସିଲ୍କ" ଉପରେ ଭିଡିଓ ପ୍ରଦର୍ଶିତ ହୋଇଥିଲା।
କାର୍ଯ୍ୟକ୍ରମରେ ବିଭାଗୀୟ କମିସନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ସ୍ୱାଗତ ଭାଷଣ ପ୍ରଦାନ କରିଥିଳେ।
ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶକ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।