National Waterway-5 Project ୫୮୮ କିମି ଜାତୀୟ ଜଳପଥ-୫ ପ୍ରକଳ୍ପ, ୧୨ବର୍ଷ ଧରି ଚାଲିଛି ସମୀକ୍ଷା ପରେ ସମୀକ୍ଷା
ଭୁବନେଶ୍ୱର: ରାଜ୍ୟରେ ଅନ୍ତର୍ଦେଶୀୟ ଜଳପଥ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଶିଳ୍ପ ଓ ବାଣିଜ୍ୟିକ ବିକାଶକୁ ନୂଆଦିଗ ଦେବା ଲକ୍ଷ୍ୟରେ ୫୮୮କିମି ଜାତୀୟ ଜଳପଥ-୫ (ଏନ୍ଡବ୍ଲ୍ୟୁ-୫)ର ବିକାଶ ନେଇ ପ୍ରତିବର୍ଷ କେବଳ ସମୀକ୍ଷା ହେଉଛି।
ଦୀର୍ଘ ୧୨ବର୍ଷ ହେଲା ଏହି ପ୍ରକଳ୍ପ କାର୍ଯ୍ୟରେ କୌଣସି ଅଗ୍ରଗତି ହେଉନାହିଁ।
ଆଜି ମଧ୍ୟ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।
Advertisment ରାଜ୍ୟ କ୍ୟାବିନେଟ୍ରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଓଡ଼ିଶା ବନ୍ଦର ନୀତିକୁ ଅନୁମୋଦନ।
ସାମୁଦ୍ରିକ ସଂରଚନାର ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ବ।
ଅନ୍ତର୍ଦେଶୀୟ ଜଳପଥ ଓ କ୍ଷୁଦ୍ର ବନ୍ଦରର ବିକାଶକୁ ଗୁରୁତ୍ବ।
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟର ସଚିବ ବିଜୟ କୁମାରଙ୍କ ଉପସ୍ଥିତିରେ ଏହି ବୈଠକରେ ଶିଳ୍ପ ପ୍ରତିନିଧି ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ।
ଧାମରା-ପାରାଦୀପ ୨୩୩ କିମି ଜଳପଥକୁ ଜାତୀୟ ଜଳପଥ ମାନ୍ୟତା ପ୍ରସ୍ତାବିତ ଜାତୀୟ ଜଳପଥ-୫ର ମୋଟ ଦୈର୍ଘ୍ୟ ପ୍ରାୟ ୫୮୮ କିଲୋମିଟର।
ଏହାର ପ୍ରଥମ ଭାଗ ନଦୀପଥରେ ତାଳଚେରରୁ ପାରାଦୀପ ଓ ଧାମରା ପର୍ଯ୍ୟନ୍ତ ୩୩୨ କିଲୋମିଟର ଦୀର୍ଘ ହୋଇଥିବା ବେଳେ ଏହା ସମ୍ପୂର୍ଣ୍ଣ ଓଡ଼ିଶା ମଧ୍ୟରେ ରହିଛି।
ଦ୍ୱିତୀୟ ଭାଗ କେନାଲ ସେକ୍ସନ୍ ଧାମରାରୁ ପଶ୍ଚିମବଙ୍ଗର ଜିଓନଖାଲି ପର୍ଯ୍ୟନ୍ତ ୨୫୬ କିଲୋମିଟର ପରିବ୍ୟାପ୍ତ।
ଏହି ଜଳପଥର ବିକାଶ ଦ୍ୱାରା ରାଜ୍ୟର ଖଣିଜ ସମ୍ପଦ ଓ ଶିଳ୍ପାଞ୍ଚଳକୁ ଜଳପଥ ମାଧ୍ୟମରେ ବନ୍ଦର ସହ ଯୋଡ଼ିବା ସମ୍ଭବ ହେବ।
ଏହାଦ୍ୱାରା ବନ୍ଦରଭିତ୍ତିକ ଶିଳ୍ପ ବିକାଶକୁ ମଧ୍ୟ ଗତି ମିଳିବ।
ବର୍ତ୍ତମାନ ଏହି ପ୍ରକଳ୍ପ ଅନୁମୋଦନ ପର୍ଯ୍ୟାୟରେ ରହିଛି ବୋଲି କୁହାଯାଉଛି।
ଅଥଚ ୨୦୧୪-୧୫ମସିହାରେ ୪୩୮୦କୋଟି ଟଙ୍କାର ପ୍ରକଳ୍ପ କାମ ଯାଜପୁର ଜିଲ୍ଲାର ବରୀ ବ୍ଲକ୍ ର ତନ୍ତୀଘାଇ ନଦୀରେ ଆରମ୍ଭ ହୋଇ ଅଟକିଯାଇଛି।
ଗତବର୍ଷ ଏହାର ବଜେଟ୍ ୧୨ହଜାର କୋଟିକୁ ବୃଦ୍ଧି ପାଇଥିଲା ବୋଲି ରାଜ୍ୟସ୍ତରୀୟ ସମୀକ୍ଷାରେ ଘୋଷଣା କରାଯାଇଥିଲା।
Paradip, Dhamra Port: ଜଳପଥ ପାଇଁ ୧୨,୨୦୦ କୋଟିର ଚୁକ୍ତି: ପାରାଦୀପ, ଧାମରା ବନ୍ଦର ସହିତ ମହାନଦୀ, ବ୍ରାହ୍ମଣୀ ଜଳପଥ ବିକାଶ ଆଜିର ବୈଠକରେ ଭାରତୀୟ ଅନ୍ତର୍ଦେଶୀୟ ଜଳପଥ କର୍ତ୍ତୃପକ୍ଷ (ଆଇଡବ୍ଲ୍ୟୁଏଆଇ) ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ସମନ୍ୱୟ ଆବଶ୍ୟକ କରୁଥିବା ବିଭିନ୍ନ ବକେୟା ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା।
ଏହା ସହିତ ବାହୁଦା ମୁହାଣ ବନ୍ଦର, କେନ୍ଦ୍ରାପଡ଼ା ଜିଲ୍ଲାରେ ଜାହାଜ ନିର୍ମାଣ କ୍ଲଷ୍ଟର ଏବଂ ପୁରୀରେ କ୍ରୁଜ୍ ଟର୍ମିନାଲ ଭଳି ଆଗାମୀ ପ୍ରକଳ୍ପଗୁଡ଼ିକ ଉପରେ ମଧ୍ୟ ଆଲୋଚନା ହୋଇଥିଲା।
ଜାତୀୟ ଜଳପଥ-୫ର ଓଡ଼ିଶା ଅଂଶ ସମେତ ରାଜ୍ୟର ଶିଳ୍ପ ବିକାଶ ଓ କ୍ରୁଜ୍ ପର୍ଯ୍ୟଟନକୁ ଗୁରୁତ୍ୱ ଦେଉଥିବା ଅନ୍ୟାନ୍ୟ ପ୍ରକଳ୍ପର ସମୟୋଚିତ କାର୍ଯ୍ୟାନ୍ୱୟନ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।