Natural Cotton Wick: କପା ବଦଳରେ ଏହି ଗଛର ପତ୍ରରୁ ଜଳେ ଦୀପ, ବାହାରେ କର୍ପୂର ଭଳି ସୁଗନ୍ଧ

Nov 07, 2026 - 19:17
Natural Cotton Wick: କପା ବଦଳରେ ଏହି ଗଛର ପତ୍ରରୁ ଜଳେ ଦୀପ, ବାହାରେ କର୍ପୂର ଭଳି ସୁଗନ୍ଧ

ପ୍ରକୃତିରେ ଏପରି ଅନେକ ଉଦ୍ଭିଦ ରହିଛି, ଯାହାର ଉପଯୋଗିତା ଆମକୁ ଆଶ୍ଚର୍ଯ୍ୟ କରିଥାଏ।

ସେହିଭଳି ଏକ ନିଆରା ଗଛ ହେଉଛି 'କାଲିକାର୍ପା ଟୋମେଣ୍ଟୋସା'।

କନ୍ନଡ ଭାଷାରେ ଏହାକୁ 'ପାଣ୍ଡବରା ବତି' କୁହାଯାଏ।

ଏହି ଗଛର ଲୋମଶ ଓ ତନ୍ତୁଯୁକ୍ତ ଅଂଶ କପା ସଳିତା ଭଳି ତେଲ ଶୋଷି ନିଆଁ ଜଳାଇବାରେ ସହାୟକ ହୋଇଥାଏ।

Advertisment 'କାଲିକାର୍ପା ଟୋମେଣ୍ଟୋସା' କାଲିକାର୍ପା ବଂଶର ଏକ ଉଦ୍ଭିଦ।

ଏହାକୁ ସାଧାରଣତଃ ବିୟୁଟିବେରୀ ଗଛ ବୋଲି ମଧ୍ୟ କୁହାଯାଏ।

ଏହି ଗଛ ପ୍ରାୟ ୫ ମିଟର ଉଚ୍ଚତା ପର୍ଯ୍ୟନ୍ତ ବଢ଼ିପାରେ।

ଏହାର ପତ୍ର ଯୋଡ଼ା ଯୋଡ଼ା ହୋଇ ବଢ଼ିଥାଏ।

ପତ୍ରର ଉପର ଭାଗ ଗାଢ଼ ସବୁଜ ହୋଇଥିବା ବେଳେ ତଳପଟ ଘନ ଲୋମଶ ହୋଇଥାଏ।

ଏଥିରେ ଛୋଟ ବାଇଗଣୀ ରଙ୍ଗର ଫୁଲ ଫୁଟିବା ସହ ପରେ ଗୋଲାକାର ଫଳ ଧରିଥାଏ।

'କାଲିକାର୍ପା ଟୋମେଣ୍ଟୋସା' ଏହି ଗଛ ଭାରତ ଓ ଶ୍ରୀଲଙ୍କାରେ ଦେଖିବାକୁ ମିଳେ।

ଭାରତର ପଶ୍ଚିମଘାଟ ଓ ପୂର୍ବଘାଟ ସମେତ ମହାରାଷ୍ଟ୍ର , କର୍ଣ୍ଣାଟକ, କେରଳ ଓ ତାମିଲନାଡୁର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ଏହାର ଉପସ୍ଥିତି ରହିଛି।

ବିଶେଷକରି ଏହାର ଘନ ଲୋମଶ କଢ଼ିକୁ ପାରମ୍ପରିକ ଭାବେ ଦୀପର ସଳିତା ବଦଳରେ ବ୍ୟବହାର କରାଯାଉଥିବା ଉଦ୍ଭିଦ ବିଜ୍ଞାନ ସମ୍ପର୍କିତ ତଥ୍ୟରେ ଉଲ୍ଲେଖ ରହିଛି।

କନ୍ନଡ ଭାଷାରେ 'ପାଣ୍ଡବରା ବତି' ଏହାର ବ୍ୟବହାର ପ୍ରଣାଳୀ ମଧ୍ୟ ବେଶ୍ ନିଆରା।

ଗଛର ଲୋମଶ ଅଂଶକୁ ଖାଇବା ତେଲରେ ବୁଡ଼ାଇ ରଖାଯାଏ।

ଏହା ତେଲ ଶୋଷିନେବା ପରେ ଏହାର ଗୋଟିଏ ମୁଣ୍ଡକୁ ବାହାରେ ରଖି ଜଳାଯାଏ।

ଏଠାରେ ଗଛର ତନ୍ତୁ ସଳିତା ଭଳି କାମ କରୁଥିବା ବେଳେ ତେଲ ଜାଳେଣି ଭାବେ କାମ କରିଥାଏ।

ତେବେ ଗଛର ଯେକୌଣସି ସବୁଜ ପତ୍ରକୁ ସିଧାସଳଖ ଜଳାଇଲେ ଦୀପ ଜଳିବ ବୋଲି ଭାବିବା ଠିକ୍ ନୁହେଁ।

ଲଗାଇବାକୁ ପଡୁଛି ମାସ୍କ!

ଆଧୁନିକ ଯୁଗରେ ମ୍ୟାଚ୍, ଲାଇଟର ଓ ବିଭିନ୍ନ ପ୍ରକାରର ସଳିତା ସହଜରେ ମିଳୁଥିବାରୁ ଏଭଳି ପାରମ୍ପରିକ ଜ୍ଞାନ ଧୀରେ ଧୀରେ ଭୁଲି ହୋଇଯାଉଛି।

କିନ୍ତୁ ଏହି ଗଛ ଆମକୁ ମନେ ପକାଇଦିଏ ଯେ, ପ୍ରାଚୀନ କାଳରେ ମଣିଷ ପ୍ରକୃତିରୁ କେବଳ ଖାଦ୍ୟ ଓ ଔଷଧ ନୁହେଁ, ଦୈନନ୍ଦିନ ଜୀବନର ଅନେକ ଆବଶ୍ୟକତା ପାଇଁ ମଧ୍ୟ ଉପାଦାନ ସଂଗ୍ରହ କରୁଥିଲା।

ଏଭଳି ପାରମ୍ପରିକ ଉଦ୍ଭିଦ ଜ୍ଞାନକୁ ସଂରକ୍ଷଣ କରିବା ଆଜିର ସମୟରେ ନିହାତି ଜରୁରୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।