Navadurga: ନବଦୁର୍ଗା: କାଳରାତ୍ରି ଓ ମହାଗୌରୀ
ଆଶ୍ବିନ ଶୁକ୍ଳ ପ୍ରତିପଦ ଠାରୁ ନବମୀ ପର୍ଯ୍ୟନ୍ତ, ନଅଦିନ ଧରି ଯେଉଁ ନବଦୁର୍ଗା ପୂଜିତା ହୁଅନ୍ତି, ସେମାନଙ୍କ ମଧ୍ୟରୁ ଶେଷ ତିନିଦିନର ଦୁର୍ଗା ହେଉଛନ୍ତି- କାଳରାତ୍ରି, ମହାଗୌରୀ ଓ ସିଦ୍ଧିଦାତ୍ରୀ। ଦେବୀ ଦୁର୍ଗାଙ୍କର ଏହି ତିନି ସ୍ବରୂପ, ଯଥାକ୍ରମେ ସପ୍ତମୀ, ଅଷ୍ଟମୀ ଓ ନବମୀରେ ପୂଜିତା ହୁଅନ୍ତି। ଏହି ତିନିଦିନ ମଧ୍ୟ ହେଉଛି ତ୍ରିଦିବସାତ୍ମକ ଦୁର୍ଗାପୂଜାର ଦିନ।
College union election: ସୁକିନ୍ଦା କଲେଜ ନିର୍ବାଚନ ବନ୍ଦ୍ ପଛରେ ଛାତ୍ରନେତାଙ୍କ ଉଦାସୀନତା
କାଳରାତ୍ରି: ଦୁର୍ଗାଙ୍କର କାଳରାତ୍ରି ସ୍ବରୂପ ନବରାତ୍ରିର ସପ୍ତମ ଦିନରେ, ବା ମହାସପ୍ତମୀରେ ପୂଜା ପାଆନ୍ତି। ଏହି ରୂପ ଅତ୍ୟନ୍ତ ଉଗ୍ର ଓ ଭୀତିପ୍ରଦ। ମାତ୍ର ଭକ୍ତମାନଙ୍କ ନିମନ୍ତେ ଏହା ଶୁଭଙ୍କରୀ ଓ ଅଭୟଦାୟିନୀ। ଏହାଙ୍କର ଶରୀରର ବର୍ଣ୍ଣ ଘନ ଅନ୍ଧକାର ପରି କୃଷ୍ଣବର୍ଣ୍ଣ। ତାଙ୍କର କେଶ ମୁକ୍ତ ଓ ବିକ୍ଷିପ୍ତ। ଏହି ଦେବୀ ଚତୁର୍ହସ୍ତା। ଦୁଇ ହସ୍ତରେ ସେ କଟାର ଓ ଲୌହକଣ୍ଟକ ଧାରଣ କରିଥିବା ବେଳେ ତାଙ୍କର ଅନ୍ୟ ଦୁଇ ହସ୍ତରେ ଅଭୟ ଓ ବରଦ ମୁଦ୍ରା ଶୋଭାପାଏ। ସେ ଗର୍ଦ୍ଦଭ (ଗଧ) ବାହନା।
ଦେବୀଙ୍କର କାଳରାତ୍ରି ନାମର ଅର୍ଥ- କାଳରୂପୀ ଅନ୍ଧକାର ରାତ୍ରି। ଏହି ରୂପ ସୂଚାଏ ଯେ ଦେବୀ ନିଜର କରାଳ ରୂପରେ ଦୁଷ୍ଟଶକ୍ତିର ବିନାଶ କରି ସଂସାରକୁ ଭୟମୁକ୍ତ କରନ୍ତି। ଦେବୀଙ୍କର ଏହି ରୂପ, ଜୀବନରୁ ଭୟ, ଅଜ୍ଞାନ, ଅହଙ୍କାର ଓ ଅଶୁଭ ପ୍ରବୃତ୍ତିର ବିନାଶର ଦ୍ୟୋତକ। ଏଣୁ ନବରାତ୍ରିର ସପ୍ତମ ଦିନରେ ବା ତ୍ରିଦିବସାତ୍ମକ ଦୁର୍ଗାପୂଜାର ପ୍ରଥମ ଦିନରେ କାଳରାତ୍ରିଙ୍କୁ ଭକ୍ତି ଓ ନିଷ୍ଠାର ସହ ପୂଜା କଲେ ଦେବୀଙ୍କର କୃପାରେ ମନରୁ ଭୟ ଦୂର ହୋଇ ସାହସ, ଧୈର୍ଯ୍ୟ ଓ ଆତ୍ମବିଶ୍ବାସ ବୃଦ୍ଧି ପାଏ।
ମା’ କାଳରାତ୍ରିଙ୍କ ସହିତ ସଂପୃକ୍ତ ଉଦ୍ଭିଦ ହେଉଛି- ନାଗଦୌନ। ଏହାର ଡାଳ ବା ପତ୍ର ଛିଣ୍ଡାଇଲେ ଧଳା ରଙ୍ଗର କ୍ଷୀର ବାହାରେ। ଏହାର ଅର୍ଶ ଓ କୋଷ୍ଠକାଠିନ୍ୟ ଦୂର କରିବା ପରି ଔଷଧୀୟ ଗୁଣ ଥିଲେ ମଧ୍ୟ, ମା’ଙ୍କ ସହ ସଂପୃକ୍ତି ଦୃଷ୍ଟିରୁ, ଏହା ମାସିକ ଧର୍ମକାଳୀନ ଯନ୍ତ୍ରଣାର ନିବାରକ।
Judegement: ତ୍ବିଷା ଶର୍ମା ମୃତ୍ୟୁ ମାମଲା: ଭୋପାଳ ଅଦାଲତରେ ବିଚାର ସ୍ଥଗିତ ରଖିଲେ ସୁପ୍ରିମ୍କୋର୍ଟ
ମହାଗୌରୀ: ଦୁର୍ଗାଙ୍କର ଏହି ସ୍ବରୂପ ନବରାତ୍ରିର ଅଷ୍ଟମ ଦିନରେ ବା ମହାଷ୍ଟମୀରେ ପୂଜା ପାଆନ୍ତି। ଏହି ରୂପ ଅତ୍ୟନ୍ତ ସ୍ନିଗ୍ଧ। ମହାଗୌରୀର ଅର୍ଥ କହେ- ଏହି ଦେବୀ ଅତ୍ୟନ୍ତ ଉଜ୍ଜ୍ବଳ ଓ ଶୁଭ୍ରବର୍ଣ୍ଣା। ତାଙ୍କର ଶରୀରର ବର୍ଣ୍ଣ ଶଙ୍ଖ, ଚନ୍ଦ୍ର ବା କୁନ୍ଦପୁଷ୍ପ ପରି ଶୁଭ୍ର। ଏହି ଦେବୀ ଚତୁର୍ହସ୍ତା। ସେ ଦୁଇ ହସ୍ତରେ ତ୍ରିଶୂଳ ଓ ଡମ୍ବରୁ ଧାରଣ କରିଥିବା ବେଳେ, ତାଙ୍କର ଅନ୍ୟ ଦୁଇ ହସ୍ତରେ ଅଭୟ ଓ ବରଦ ମୁଦ୍ରା ଶୋଭାପାଏ। ସେ ବୃଷଭ ବାହନା। ପୌରାଣିକ ପ୍ରସଙ୍ଗ ଅନୁସାରେ, ଶୈଳପୁତ୍ରୀ ମା’ ପାର୍ବତୀ ଭଗବାନ ଶିବଙ୍କୁ ସ୍ବାମୀ ରୂପେ ପାଇବା ପାଇଁ ଯେଉଁ କଠୋର ତପସ୍ୟା କରିଥିଲେ, ତାହା ଫଳରେ ତାଙ୍କର ଶରୀରର ବର୍ଣ୍ଣ ମଳିନ ହୋଇଯାଇଥିଲା। ପରେ ଶିବଙ୍କ କୃପାରୁ ସେ ପୁନର୍ବାର ଉଜ୍ଜ୍ବଳ ଗୌରବର୍ଣ୍ଣା ହେଲେ। ଫଳରେ ତାଙ୍କର ନାମ ହେଲା ମହାଗୌରୀ।
ମହାଗୌରୀଙ୍କର ପୂଜା ଜୀବନରେ ଶୁଦ୍ଧତା ଏବଂ ମନରେ ଶାନ୍ତି ଓ ସଦ୍ଭାବନା ପ୍ରଦାନ କରେ। ବିଶ୍ବାସ କରାଯାଏ ଯେ ତାଙ୍କର ଆଶିଷ ପାପତାପ ଦୂର କରି ମନକୁ ନିର୍ମଳ ଓ ଜୀବନକୁ ସୁଖମୟ କରେ। ମା’ ମହାଗୌରୀଙ୍କ ସହିତ ସଂପୃକ୍ତ ଉଦ୍ଭିଦ ହେଉଛି- ତୁଳସୀ। ଏହା ଗୌରୀଙ୍କ ଅଂଶରୁ ଉତ୍ପନ୍ନ, ସତ୍ତ୍ବଗୁଣସଂପନ୍ନ ଏବଂ ଏକ ପବିତ୍ର ଉଦ୍ଭିଦ ରୂପେ ସୁଖ୍ୟାତ। ଏହାର ରୋଗପ୍ରତିରୋଧକ ଶକ୍ତି ରହିଛି ଏବଂ ଏହା ଥଣ୍ଡା, କାଶ, ଜ୍ବର ଆଦିର ଔଷଧି ଏବଂ ମାନସିକ ଚାପ ଓ ଅବସାଦ ନିବାରକ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।